Football

ଫାଇନାଲ ମ୍ୟାଚ ଖେଳି ନ ପାରନ୍ତି ଲିଓନେଲ ମେସି

ବ୍ୟୁରୋ : ଆସନ୍ତା କାଲି ଅର୍ଥାତ ଡିସେମ୍ବର ୧୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଫିଫା ବିଶ୍ୱକପର ଫାଇନାଲ ମ୍ୟାଚ । ଏହାରିଭିତରେ ଆର୍ଜେଣ୍ଟିନାକୁ ବଡ ଝଟକା ଲାଗିଛି । ଏହି ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଆର୍ଜେଣ୍ଟିନା ଓ ଫ୍ରାନ୍ସ । ଫାଇନାଲ ମ୍ୟାଚ ଉପରେ ସାରା ବିଶ୍ୱବାସୀଙ୍କ ନଜର ରହଥିବା ବେଳେ ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ ମେସିଙ୍କୁ ନେଇ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର । ଏକ ରିପୋର୍ଟରେ ଦାବି କରାଯାଇଛି କି, ମେସି ଫାଇନାଲ ମ୍ୟାଚ ଖେଳି ନପାରନ୍ତି । ସେମି ଫାଇନାଲରେ କ୍ରୋଏସିଆ ବିପକ୍ଷରେ ମ୍ୟାଚ୍‌ ଖେଳିବା ସମୟରେ ମେସି ହେମଷ୍ଟ୍ରିଂକୁ ନେଇ ଚିନ୍ତିତ ଥିବା ନଜର ଆସିଥିଲେ। ଆଉ ଏଥିପାଇଁ ଗୁରୁବାର ଟ୍ରେନିଂରେ ମଇଦାନକୁ ଆସିନଥିଲେ ମେସି। ଏହା ବିଷୟରେ ଫ୍ୟାନ୍ସ ଖବର ପାଇବା ପରେ ମେସି ଫାଇନାଲ ମ୍ୟାଚ ଖେଳିବେ କି ନାହିଁ ଏହାକୁ ନେଇ ଚିନ୍ତାରେ ରହିଛନ୍ତି ।

ଆର୍ଜେଣ୍ଟିନା ଫିଫା ବିଶ୍ୱକପ ସେମିରେ କ୍ରୋଏସିଆକୁ ୩-୦ ଗୋଲରେ ହରାଇଛି। ଏହି ମ୍ୟାଚରେ ୩୫ ବର୍ଷୀୟ ମେସିଙ୍କର ମାଂସପେଶୀ ଆଘାତ ଲାଗିଥିବାର ନଜର ଆସିଥିଲେ। ମ୍ୟାଚ୍‌ ଚାଲିଥିବା ସମୟରେ ଏମିତି ସମସ୍ୟା ହୋଇଥିଲା। ଆଉ ଖାସ୍‌ ଏଥିପାଇଁ ଗୁରୁବାର ଦିନ ଟିମ୍‌ ସହିତ ଟ୍ରେନିଂ କରିନଥିଲେ ମେସି। କେବଳ ମେସି ନୁହେଁ ଟିମର ଅନ୍ୟ ଖେଳାଳିଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଥିଲା।

Related posts

ସୁନୀଲ ଛେତ୍ରୀଙ୍କ ହ୍ୟାଟ୍ରିକ,ଭାରତ ପାକିସ୍ତାନକୁ ୪-୦ରେ ହରାଇଛି

ପୂର୍ବ ଚମ୍ପିଆନ ୟୁବେଣ୍ଟସକୁ ପରାସ୍ତ କଲା ଲାଜିୟୋ

Odisha Sports Bureau

ଏକଦିବସୀୟ ଆନ୍ତଃ ରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଟାଟା- ଟେଲକୋ ଚମ୍ପିୟାନ

Odisha Sports Bureau