Football

ସୁନୀଲ ଛେତ୍ରୀଙ୍କ ହ୍ୟାଟ୍ରିକ,ଭାରତ ପାକିସ୍ତାନକୁ ୪-୦ରେ ହରାଇଛି

ସାଉଥ ଏସିଆନ ଫୁଟବଲ ଫେଡେରେସନ (ସାଫ୍) ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ୪-୦ରେ ହରାଇଛି ଭାରତ । ବେଙ୍ଗାଲୁରୁର ଶ୍ରୀକାନ୍ତିରବା ଷ୍ଟାଡିୟମରେ ହୋଇଥିବା ମ୍ୟାଚରେ ଭାରତୀୟ ଫୁଟବଲ ଟିମର ଅଧିନାୟକ ସୁନୀଲ ଛେତ୍ରୀ ହ୍ୟାଟ୍ରିକ ଗୋଲ୍ କରି ପାକିସ୍ତାନକୁ ପରାସ୍ତ କରିଛନ୍ତି।
ସୁନୀଲ ଛେତ୍ରୀ ପ୍ରଥମେ ଦୁଇଟି ଗୋଲ ସ୍କୋର କରିଥିଲେ । ପାକିସ୍ତାନ ଟିମ୍ ଗୋଟିଏ ବି ଗୋଲ ସ୍କୋର କରିପାରି ନଥିଲା ।ଦ୍ୱିତୀୟାର୍ଦ୍ଧରେ ବହୁତ ପ୍ରୟାସ କରିଥିଲେ ବି ପାକିସ୍ତାନ ଗୋଲ ଦେବାରେ ସକ୍ଷମ ହୋଇ ପାରିନଥିଲା । ଏହି ସମୟରେ ସୁନୀଲ ଓ ଉନ୍ଦାତା ସିଂହ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ସୁନୀଲ ଛେତ୍ରୀ ଦୁଇଟି ଗୋଲ ପେନାଲଟି କର୍ନରରେ କରିଥିଲେ।

ଭାରତୀୟ ଟିମ୍ ମ୍ୟାଚ ଆରମ୍ଭର ୧୦ ମିନିଟ ମଧ୍ୟରେ ପ୍ରଥମ ଗୋଲ କରି ପାକିସ୍ତାନକୁ ଚାପରେ ପକାଇଥିଲା । ତା’ ପରେ ୧୫ ମିନିଟରେ ଦ୍ବିତୀୟ ଗୋଲ କରିଥିଲେ ସୁନୀଲ ଛେତ୍ରୀ । ତେବେ ପ୍ରଥମ ମିନିଟରେ ଗୋଟିଏ ଫ୍ରି କିକ ମିଳିଥିଲେ ତାହା ଗୋଲ ସ୍କୋର ହୋଇ ପାରିନଥିଲା । ଏହାପରେ ଚତୁର୍ଥ ମିନିଟରେ ଆଉ ଏକ ସୁଯୋଗ ମିଳିଥିଲେ ବି ସେଥିରେ ମଧ୍ୟ ଭାରତ ନିରାଶ ହୋଇଥିଲା । ମ୍ୟାଚରେ ଉଭୟ ଦଳ ମଧ୍ୟରେ କଡାଟକ୍କର ଦେଖିବାକୁ ମିଳିଥିଲା ।କିନ୍ତୁ ଶେଷରେ ଗାରତ ବିଜୟ ହାସଲ କରିଥିଲା ।

Related posts

ଆରପାରିରେ ଫୁଟବଲ ତାରକା ପେଲେ

Odisha Sports Bureau

ଫିଫା ବିଶ୍ୱକପ ଆୟୋଜନ କରି ନୂଆ ଇତିହାସ ରଚିଛି କାତାର

Odisha Sports Bureau

ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ୫୦୦ ମିଲିଅନ ଫଲୋଅର୍ସ ଥିବା ରୋନାଲଡୋ ଦୁନିଆର ପ୍ରଥମ ବ୍ୟକ୍ତି ହୋଇଛନ୍ତି

Odisha Sports Bureau