Cricket

ପନ୍ତଙ୍କୁ ଖୁବଶୀଘ୍ର ମୁମ୍ବାଇର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ

ମୁମ୍ବାଇ : ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ଋଷଭ ପନ୍ତ ଗାଡି ଦୁର୍ଘଟଣା ଘଟଣା | ଆଜି ପନ୍ତଙ୍କୁ ମୁମ୍ବାଇକୁ ଏୟାରଲିଫ୍ଟ କରାଯିବ ବୋଲି ସୂଚନା ମିଳିଛି । ଡେରାଡୁନରେ ଚିକିତ୍ସିତ ହେଉଥିବା ପନ୍ତଙ୍କୁ ଖୁବଶୀଘ୍ର ମୁମ୍ବାଇର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ଋଷଭ ପନ୍ତ ନିଜ ଘରକୁ ଫେରୁଥିବା ବେଳେ ରାସ୍ତାରେ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାରଟି ଡିଭାଇଡରରେ ପିଟି ହେବା ସହ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ତେବେ କାଚ ଭାଙ୍ଗି କାର ବାହାରକୁ ଆସିବା ସହ ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ଋଷଭ । ତେବେ ତୁରନ୍ତ ଋଷଭଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଋଷଭଙ୍କ ସ୍ୱାସ୍ଥ୍ୟବସ୍ଥାରେ ଏବେ ଉନ୍ନତି ପରିଲିକ୍ଷିତ ହେଉଥିବା ବେଳେ ଦେଶ ବିଦେଶରୁ ଋଷଭଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି ପ୍ରଶଂସକ । ସେହିଭଳି ଟିମ୍ ଇଣ୍ଡିଆର ଅନ୍ୟ ଖେଳାଳି ମଧ୍ୟ ଋଷଭ ଶୀଘ୍ର ସୁସ୍ଥ ହୋଇ ଫେରି ଆସନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ।

Related posts

ମ୍ୟାଚ ପୂର୍ବରୁ ଦଳରୁ ବାହାରିଲେ ଆଉ ଜଣେ ଖେଳାଳୀ

Odisha Sports Bureau

ପ୍ରଥମଥର ପାଇଁ ମୈଦାନାକୁ ଓହ୍ଲାଇଥିବା ଭାରତୀୟ ଖେଳାଳି ରବି ବିଷ୍ଣୋଇ ଦେଖାଇଲେ କମାଲ

ବିଶ୍ବ କପ୍ ପୂର୍ବରୁ ରୋହିତଙ୍କ ଗୋଡରେ ଆଘାତ

Odisha Sports Bureau