Cricket

ଆଜି ଭାରତ-ଶ୍ରୀଲଙ୍କା ଟ୍ବେଣ୍ଟି-୨୦ ଅନ୍ତିମ ମ୍ୟାଚ୍

ରାଜକୋଟ : ଆଜି ଭାରତ ଶ୍ରୀଲଙ୍କା ଟ୍ୱେଣ୍ଟି-୨୦ ଶେଷ ମ୍ୟାଚ୍ । ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ସଂଘ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଭ୍ରମଣକାରୀ ଦଳ ଆଉ ଏକ କଡ଼ା ଟକ୍କର ଦେବ । ଏସିଆ କପ୍ ବିଜେତା ଶ୍ରୀଲଙ୍କା ତାରକାବିହୀନ ଭାରତୀୟ ଦଳକୁ କଡ଼ା ଆହ୍ବାନ ଦେଉଛି। ପ୍ରଥମ ମ୍ୟାଚ୍ରେ ଅଳ୍ପକେ ହାରିଯିବା ପରେ ଦ୍ବିତୀୟଟିକୁ ଜିତି ଶୃଙ୍ଖଳାକୁ ୧-୧ ସ୍ତରକୁ ଆଣିପାରିଛି ଭ୍ରମଣକାରୀ ଦାସୁନ ଶଣକାଙ୍କ ଦଳ। ହାର୍ଦିକ ପାଣ୍ଡ୍ୟାଙ୍କ ଯୁବ ଦଳ ମୁମ୍ବାଇ ଓ ପୁଣେରେ ଶେଷ ପର୍ୟ୍ୟନ୍ତ ଲଢ଼ିବାର ଚରିତ୍ର ଦେଖାଇଥିବାରୁ ରାଜକୋଟରେ ମଧ୍ୟ ଆଇପିଏଲ୍ ଅଭିଜ୍ଞତାକୁ ଉପଯୋଗ କରି ଶୃଙ୍ଖଳା ବିଜୟ ଦେବେ ବୋଲି ଆଶା କରାଯାଉଛି। ରାଜକୋଟରେ ସମସ୍ତ ଫର୍ମାଟରେ ରନ୍ ବର୍ଷା ହେଉଥିବାରୁ ଶନିବାର ରାତିରେ ମଧ୍ୟ ଏକ ହାଇସ୍କୋରିଂ ମୁକାବିଲା ଆଶା ରହିଛି। ତଥାପି ରାଜକୋଟରେ ଖେଳାଯାଇଥିବା ୪ ଟ୍ବେଣ୍ଟି-୨୦ରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଦୁଇଟି ଏବଂ ଦ୍ବିତୀୟରେ ବ୍ୟାଟିଂ କରିଥିବା ଦଳ ଦୁଇଟି ଜିତିଛନ୍ତି ।

ସବୁଠାରୁ ବଡ କଥା ହେଉଛି ଭାରତପାଇଁ ମୁଣ୍ଡ ବିନ୍ଧାର କାରଣ, ହେଉଛି ଡେଥ୍ ଓଭର ବୋଲିଂ । ପ୍ରଥମ ମ୍ୟାଚ୍ରେ ହର୍ଷଲ ପଟେଲ୍ ଓ ଦ୍ବିତୀୟରେ ଅର୍ଶଦୀପ ସିଂହ ପ୍ରଭାବହୀନ ରହିଥିବାରୁ ଏହି ଚିନ୍ତା ବଢ଼ିଛି। ୬ ମାସ ତଳେ ପଦାର୍ପଣ କରିଥିବା ଅର୍ଶଦୀପ ଭାରତୀୟ ପେସ୍ ବାହିନୀର ନେତୃତ୍ବ ନେବେ ବୋଲି କୁହାଯାଉଥିଲେ ମଧ୍ୟ ଗୁରୁବାର ୨ ଓଭର ଭିତରେ ୫ଟି ନୋ ବଲ୍ ବୋଲିଂ କରିବା ସହ ମୋଟ ୩୭ ରନ୍ ବ୍ୟୟ କରିଥିଲେ। ପୁଣେରେ ମଧ୍ୟ ଭାରତର ଶୀର୍ଷକ୍ରମ ବ୍ୟାଟିଂ ବିଫଳତା ପଦାରେ ପଡ଼ିଥିଲା। ତେବେ ଅକ୍ଷର ପଟେଲ୍ଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନ ଦଳ ପାଇଁ ସକାରାତ୍ମକ ଦିଗ ନେଇ ଆସିଛି। ଘରୋଇ ମାଟିରେ ଭାରତ ବିଗତ ୩ ବର୍ଷ ଧରି ଲଗାତାର ୧୧ ଶୃଙ୍ଖଳା ଜିତିଥିବା ବେଳେ ଶନିବାର ଏହି ଧାରାକୁ ଆଗକୁ ନେବା ନେଇ ସନ୍ଦେହ ରହିଛି। ଶେଷ ଥର ପାଇଁ ୨୦୧୯ରେ ଘରୋଇ ମାଟିରେ ଭାରତକୁ ଅଷ୍ଟ୍ରେଲିଆ ୨-୦ରେ ହରାଇଥିଲା।

 

Related posts

ଲଗାତାର କୋହଲିଙ୍କ ଦ୍ୱିତୀୟ ଶତକ

Odisha Sports Bureau

ଜେଟଲୀଙ୍କ ବିୟୋଗରେ କ୍ରୀଡ଼ା ଜଗତରେ ଶୋକର ଛାୟା

Odisha Sports Bureau

ହସପିଟାଲରେ ଭର୍ତ୍ତି ହେଲେ ଅଷ୍ଟ୍ରେଲିଆର ମହାନ କ୍ରିକେଟ୍ ଖେଳାଳି ରିକି ପଣ୍ଟିଂ

Odisha Sports Bureau