Cricket

ସହୋଦୟ ସ୍କୁଲ କମ୍ପେ୍ଲକ୍ସ ପକ୍ଷରୁ କ୍ରିକେଟ ଚାମ୍ପିଅନସିପ ଅନୁଷ୍ଠିତ

ସମ୍ବଲପୁର: ସମ୍ବଲପୁର ପଶ୍ଚିମ ଓଡ଼ିଶା ସହୋଦୟ ସ୍କୁଲ କମ୍ପେ୍ଲକ୍ସ ପକ୍ଷରୁ ଆୟୋଜିତ ଶାସନସ୍ଥିତ ବିକାଶ ଦ କନସେପ୍ଟ ସ୍କୁଲ ପଡ଼ିଆରେ ଗତ ୯ ତାରିଖରୁ ଚାଲୁଥିବା ଆନ୍ତଃବିଦ୍ୟାଳୟ କ୍ରିକେଟ ଚାମ୍ପିଅନସିପ ଖେଳର ସେମିଫାଇନାଲ ମ୍ୟାଚ୍ ବିକାଶ ଦ କନସେପ୍ଟ ସ୍କୁଲ ଓ ବେଦିକ ଇନଟରନେସନାଲ ସ୍କୁଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିକାଶ ଦ କନସେପ୍ଟ ସ୍କୁଲ, ବେଦିକ ସ୍କୁଲକୁ ୬ ରନରେ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଛି। ବିକାଶ ଦ କନସେପ୍ଟ ସ୍କୁଲର ଏହି ସଫଳତା ପାଇଁ ବିକାଶ ଗ୍ରୁପର ମ୍ୟାନେଜିଂ ନିର୍ଦ୍ଦେଶକ ଜି. ଭାସ୍କର ରାଓ, ଏକାଡେମିକ ଡାଇରେକ୍ଟର ଜି. ରାମକୃଷ୍ଣ, ବିକାଶ ଦ କନସେପ୍ଟ ସ୍କୁଲ ଅଧ୍ୟକ୍ଷ ମନୋରଞ୍ଜନ ପତି, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ସଞ୍ଜୀବ କୁମାର ବାବୁ, ଏକାଡେମିକ ଅଫିସର ପୁଷ୍ପିତା ପଣ୍ଡା ବିକାଶ କ୍ରିକେଟ ଟିମର ଭୂୟସୀ ପ୍ରଶଂସା ସହିତ ଆଗାମୀ ମ୍ୟାଚ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଶନିବାର ବିକାଶ ଦ କନସେପ୍ଟ ସ୍କୁଲ ସମ୍ବଲପୁର ଓ ବିକାଶ ରେସିଡେନ୍ସିଆଲ୍ ସ୍କୁଲ ବରଗଡ଼଼ ମଧ୍ୟରେ ବରଗଡ଼଼ ବିକାଶ କ୍ରିକେଟ୍ ଗ୍ରାଉଣ୍ଡ୍ରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ବିକାଶ ସମ୍ବଲପୁର କ୍ରୀଡ଼ା ଶିକ୍ଷକ ରାଜେନ୍ଦ୍ର ବେହେରା, ସନ୍ତୋଷ ଶାହା ଓ ବଦ୍ରିନାରାୟଣ ପୁରୋହିତ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

Related posts

ଆଇପିଏଲର ୧୪ ତମ ସିଜନରେ ବ୍ୟବହୃତ ଷ୍ଟମ୍ପ ଏବଂ ବେଲର ଦାମ ୪୦ ଲକ୍ଷ ଟଙ୍କା

Odisha Sports Bureau

ଆଚରଣ ବିଧିକୁ ଉଲ୍ଲଙ୍ଘନ କରିଥିବାରୁ ଗୋଟିଏ ମ୍ୟାଚ୍ରୁ ବାସନ୍ଦ ହୋଇଛନ୍ତି ଋଷଭ ପନ୍ତ

ଡବ୍ଲୁ.ପି.ଏଲ୍ ଅକ୍ସନ ଇତିହାସରେ ପ୍ରଥମ

Odisha Sports Bureau