Hockey

ଆଜିଠୁ କ୍ବାର୍ଟର ଫାଇନାଲ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ସ୍ପେନ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ କ୍ବାଟର ଫାଇନାଲ ମୁକାବିଲା। ଗତକାଲି କ୍ରସ ଓଭରେ ପରାଜିତ ହୋଇ ହକି ବିଶ୍ବକପରୁ ବିଦାୟ ନେଇଛି ଭାରତ। କ୍ରସ ଓଭର ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ହାରିଲା ଟିମ ଇଣ୍ଡିଆ। ପେନାଲ୍ଟି ସୁଟ୍ ଆଉଟରେ ୪-୫ ଗୋଲରେ ବାଜି ମାରିଲା ନ୍ୟୁଜିଲାଣ୍ଡ। ଆଜି କଳିଙ୍ଗ ଷ୍ଟାଡିୟମ୍‌‌ରେ ଖେଳାଯିବାକୁ ଥିବା ପ୍ରଥମ ଦୁଇଟି କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ ସହ ସ୍ପେନ୍‌‌ ଓ ବେଲଜିୟମ ସହ ନ୍ୟୁଜିଲାଣ୍ଡର ମୁକାବିଲା ହେବ। ଅପରାହ୍ନ ୪ଟା ୩୦ରେ ଅଷ୍ଟ୍ରେଲିଆ ଓ ସ୍ପେନ ମଧ୍ୟରେ ହେବ ପ୍ରଥମ କ୍ବାର୍ଟର ଫାଇନାଲ ଟକ୍କର । ସେହିପରି ସଂଧ୍ୟା ୭ଟାରେ ବେଲଜିୟମକୁ ଭେଟିବ ନ୍ୟୁଜିଲାଣ୍ଡସ ।ପୂର୍ବରୁ ପୁଲ୍‌‌ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ୍‌‌ସ ଓ ଇଂଲଣ୍ଡ ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ।

Related posts

ଉତ୍ତର ପ୍ରଦେଶର ଚାଲିଥିବା ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌ ସେମିଫାଇନାଲ୍‌ରେ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଦଳ

Odisha Sports Bureau

୨-୧ରେ ପାକିସ୍ତାନକୁ ପରାସ୍ତ କରି ଅପରାଜେୟ ଧାରା ଜାରି ରଖିଛି ଭାରତ

Odisha Sports Bureau

ଏସିଆ କପ ହକି ପ୍ରତିଯୋଗିତା: ଭାରତ ପାକିସ୍ତାନ ଠାରୁ ୦-୧ ଗୋଲରେ ଆଗୁଆ