Hockey

କଂଗ୍ରେସରେ ଯୋଗ ଦେଲେ ହକି ତାରକା

ବାଲିଶଙ୍କରା: କଂଗ୍ରେସରେ ଯୋଗ ଦେଲେ ହକି ତାରକା | ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ କଂଗ୍ରେସରେ ଯୋଗ ଦେଇଛନ୍ତି | କିଛି ଦିନ ତଳେ ବାଲିଶଙ୍କରାରେ କଂଗ୍ରେସ ପତାକା ଧରି ଦଳର ବ୍ଲକ ଘେରାଉରେ ସେ ସାମିଲ ହୋଇଥିବା ଦେଖାଯାଇଥିଲା । ଯାହାପରେ କଂଗ୍ରେସରେ ଯୋଗ ଦେବା କଥା ଚର୍ଚ୍ଚା ଜୋର ଧରିଥିଲା | ୨୦୨୪ ନିର୍ବାଚନରେ ତଳସରା କ୍ଷେତ୍ର ପାଇଁ କଂଗ୍ରେସ ଏକ ଗ୍ରହଣୀୟ ଚେହେରା ଖୋଜୁଥିବା ବେଳେ ପ୍ରବୋଧ କଂଗ୍ରେସ ଚେହେରା ହୋଇପାରନ୍ତି ବୋଲି ଆଲୋଚନା ହେଉଛି ।

ପ୍ରବୋଧ ୧୯୮୪ ଅକ୍ଟୋବର ୬ରେ ବାଲିଶଙ୍କରା ବ୍ଲକର ହକି ଗାଁ ଲୁଲୁକିଡିହିରେ ଅତି ଗରିବ ପରିବାରରେ ଜନ୍ମ ନେଇଥିଲେ | ଅଭାବ ଭିତରେ ବି ବଡ଼ ଭାଇ ଇଗ୍ନେଶ ସହ ପ୍ରବୋଧ ହକି ଖେଳିବାକୁ ମନ ବଳାଇଥିଲେ । ସେମାନଙ୍କ ପାଇଁ ଗାଁ ଦାଣ୍ଡ ହିଁ ଥିଲା ହକି ପଡ଼ିଆ । ଏପରିକି ହକି ବାଡ଼ି କିଣିବା ପାଇଁ ବାପା ସକ୍ଷମ ନଥିବାରୁ ବାଉଁଶ ବାଡ଼ି ଧରି ହକି ଅଭ୍ୟାସ କରୁଥିଲେ । ବହୁତ ସଂଘର୍ଷ ପରେ ପ୍ରବୋଧ ଭାରତୀୟ ହକି ଦଳର ଅଧିନାୟକର ପରିଚୟ ପାଇଛନ୍ତି |

୨୦୦୭ରେ ତାଙ୍କ ନେତୃତ୍ବରେ ଭାରତୀୟ ଦଳ ଏସିଆ କପ୍ ଜିତିଥିଲା । ୧୬୧ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ପ୍ରବୋଧ ଏକଲବ୍ୟ ପୁରସ୍କାର, ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ସମ୍ମାନ ପାଇଥିଲେ। ଏୟାର ଇଣ୍ଡିଆରେ ଆହୁରି ୧୮ ବର୍ଷ ଚାକିରି ଥିବା ସତ୍ତ୍ବେ ସେ ଗତ ଜୁଲାଇ ୩୧ରେ ଅବସର ନେଇ ଗାଁକୁ ଚାଲି ଆସିଛନ୍ତି ।

Related posts

Paris Olympics Hockey: ଆଜି ଭାରତ-ଜର୍ମାନୀ କଡା ମୁକାବିଲା

Odisha Sports Bureau

୨୨ ଟି ନୂତନ ତାଲିମ କେନ୍ଦ୍ର ସହିତ ତୃଣମୂଳ ସ୍ତରର ହକି ବିକାଶକୁ ପ୍ରଶୟ ଦେଲା ଓଡ଼ିଶା 

Odisha Sports Bureau

ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିଲେ ଟିମ ବେଲଜୀୟମ

Odisha Sports Bureau