Hockey

ଓଡିଆ ଖେଳାଳୀଙ୍କୁ ଭେଟିଲେ ୫ଟି ସଚିବ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳରେ ସ୍ଥାନ ପାଇଥିବା ୪ ଜଣ ଓଡିଆ ଖେଳାଳୀଙ୍କୁ ଙେଟିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ । ଟୋକିଓ ଅଲିମ୍ପିକ୍ସରେ ନିଜ ଜଲୱା ଦେଖାଇ ଆଜି ନିଜ ରାଜ୍ୟକୁ ଫେରିଛନ୍ତି ଏହି ୪ ଖେଳାଳୀ । ଏହି ଅବସରରେ ଓଡିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଭ୍ଗ ଷ୍ଟାଡିୟମରେ ସେମାନଙ୍କ ସମ୍ବର୍ଦ୍ଧନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଭିକେ ପାଣ୍ଡିଆନ ମଧ୍ୟ ଖେଳାଳୀଙ୍କ ସହ ଆଲୋଚନା କରିଛନ୍ତି । ଖେଳାଳୀମାନଙ୍କ ସହ ନିଜ ପୁରୁଣା ଦିନର କଥା ମଧ୍ୟ ଶେୟର କରିଛନ୍ତି ୫ଟି ସଚିବ । ଏଥିସହ ଖେଳାଳୀମାନଙ୍କୁ ସେମାନଙ୍କ ପ୍ରଦର୍ଶନ ପାଇଁ ସେ ଅଭିନନ୍ଦନ ଜଣାଇଛନ୍ତି । ଏଥିସହ ଆଗାମୀ ଦିନରେ ଏହିଭଳି ଖେଳ ପ୍ରଦର୍ଶନ ଜାରି ରଖିବାକୁ ଉପଦେଶ ଦେଇଛନ୍ତି ପାଣ୍ଡିଆନ ।


ଏହି ୪ ଜଣଙ୍କ ମଧ୍ୟରେ ଦୁଇ ଜଣ ମହିଳା ଏବଂ ୨ ଜଣ ପୁରୁଷ ଖେଳାଳୀ ସାମିଲ ଥିଲେ । ମହିଳା ଦଳ ତରଫରୁ ଦୀପ ଗ୍ରେସ ଏକ୍କା ଏବଂ ନମିତା ଟପୋ ଥିବା ବେଳେ ପୁରୁଷ ତରଫରୁ ଅମିତ ରୋହି ଦାସ ଏବଂ ବିରେନ୍ଦ୍ର ଲାକ୍ରା ଦଳ ପାଇଁ ଅଲିମ୍ପିକ୍ସରେ ଯୋଗ ଦେଇଥିଲେ । ତେବେ ନମିତା ଏବଂ ଦୀପ ଗ୍ରେସଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ପୁରଷ୍କାର ରାଶି ପ୍ରଦାନ କରାଯାଇଛି । ମହିଳା ଦଳ ବ୍ରୋଞ୍ଜ ପଦକ ପାଇଁ ଲଢି ହାରିଥିଲେ ବି ସେମାନଙ୍କର ପ୍ରଦର୍ଶନ ସ୍ମରଣୀୟ ହୋଇ ରହିବ । ସେପଯେ ପୁରୁଷ ହକି ଦଳ ଦୀର୍ଘ ୪୧ ବର୍ଷ ପରେ ବ୍ରୋଞକଜ ପଦକ ଜିତି ଇତିହାସ ରଚିଛି । ସେଥିପାଇଁ ଅମିତ ଏବଂ ବିରେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ଏକ ବଡ ଉପହାର ପ୍ରସ୍ତାବ ଦେଇଛନ୍ତି । ଓଡିଶା ପୋଲିସରେ ଡିଏସପି ପଦରେ ଯୋଗ ଦେବ ପାଇଁ ଦୁହିଁଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସାଧାରଣରେ ଖୁବ ପ୍ରଶଂସା କରାଯାଇଛି ।

Related posts

ପୂର୍ବାଞ୍ଚଳ ଉପକନିଷ୍ଠ ହକିରେ ଓଡ଼ିଶା ବାଳକଙ୍କୁ ସ୍ବର୍ଣ୍ଣ, ବାଳିକାଙ୍କୁ ରୌପ୍ୟ

Odisha Sports Bureau

ବିଜୟ ମୁକୁଟ ପିନ୍ଧିଲେ ଭାରତୀୟ ମହିଳା ହକି ଦଳ

Odisha Sports Bureau

ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳର ମନୋବଳକୁ ବୃଦ୍ଧି କରିବା ପାଇଁ ହକି ଇଣ୍ଡିଆର ବଡ଼ ଘୋଷଣା

Odisha Sports Bureau