Cricket

ଆଇସିସି ଜାରି କଲା ଖେଳାଳୀମାନଙ୍କ ମାନ୍ୟତା

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ବା ଆଇସିସି ଜାରି କରିଛି ନୁତନ ଟେଷ୍ଟ ମାନ୍ୟତା । ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲୀଙ୍କୁ ଇଂଲଣ୍ଡ ଅଧିନାୟକ ଜୋ ରୁଟ ପଛରେ ପକାଇ ଦେଇଥିବା ଜଣାଯାଇଛି । ବିରାଟଙ୍କୁ ଅତିକ୍ରମ କରି ରୁଟ ପହଞ୍ଚିଛନ୍ତି ଚତୁର୍ଥ ସ୍ଥାନରେ । ତେବେ ଶୀର୍ଷରେ ନ୍ୟୁଜିଲାଣ୍ଡର କେନ ୱିଲିୟମସନ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ମୋଟ ୯୦୧ ରେଟିଂ ପଏଣ୍ଟରେ ,କନ୍ମ୍ର ସ୍ଥାନ ହାସଲ କରିଛନ୍ତି । ତେବେ ଅଷ୍ଟ୍ରେଲିୟ ଖେଳାଳୀ ଷ୍ଟିଭ ସ୍ମିଥ ୮୯୧ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ତୃତୀୟରେ ଏହି ଦେଶର ମାର୍ନସ ଲାବୁସେନ ୮୭୮ ରେଟିଂ ପଏଣ୍ଟରେ ଅଛନ୍ତି । ସେହିପରି ଇଂଲଣ୍ଡ ଅଧିନାୟକ ୪୯ ପଏଣ୍ଟ ହାସଲ କରି ଚତୁର୍ଥ ସ୍ତାନକୁ ଉନ୍ନୀତ ହୋଇଛନ୍ତି । ପଞ୍ଚମରେ ଭାରତୀୟ ଅଧିନାୟକ ବିରାଟ କୋହଲୀ, ଷଷ୍ଠରେ ରୋହିତ ଶର୍ମା ଏବଂ ସପ୍ତମରେ ଋଷଭ ପନ୍ତ ରହିଛନ୍ତି । ଏହାପରେ ଡାଭିଡ ୱାର୍ଣ୍ଣର ଏବଂ କ୍ୱିଣ୍ଟନ ଡି କକ୍ ଯଥାକ୍ରମେ ଅଷ୍ଟମ ଏବଂ ନବମ ସ୍ଥାନ ଅକ୍ତିଆର କରିଛନ୍ତି । ତେବେ ଦଶମ ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡର ହେନରି ନିକୋଲାସ ।
ସେହିପରି ଭାରତର ଦ୍ରୁତ ବୋଲର ଯଶପ୍ରୀତ ବୁମରାହଙ୍କୁ ପ୍ରଥମ ଟେଷ୍ଟ ୯ଗୋଟି ୱିକେଟ ଖୁବ ଫାଇଦା ଦେଇଛି । ଏହି ସ୍ପେଲ ଦ୍ୱାରା ସେ ଆଇସିସି ଟେଷ୍ଟ ମାନ୍ୟତାର ଟପ-୧୦କୁ ଲମ୍ଫ ଦେଇଛନ୍ତି । ୭୬୦ରେଟିଂ ପଏଣ୍ଟ ହାସଳ କରି ନବମ ସ୍ଥାନରେ ପହଞ୍ଚିଛନ୍ତି ବୁମରାହ । ଏହି ଲିଷ୍ଟର ପ୍ରଥମ ସ୍ଥାନରେ ପାଟ କମିନ୍ସ ୯୦୮ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଛନ୍ତି । ଏହାପରେ ଭାରତର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ୮୫୬ ରେଟିଂ ପଏଣ୍ଟ ଦ୍ୱାରା ଦ୍ୱିତୀୟ ଏବଂ ଟିମ ସାଉଦି ୮୨୪ ପଏଣ୍ଟ ସହ ତୃତୀୟରେ ରହିଛନ୍ତି । ଜୋସ୍ ହେଜଲେଉଡ ଚତୁର୍ଥରେ, ନିଲ୍ ଓ୍ଵାଗନର ପଞ୍ଚମରେ ଓ କାଗିସୋ ରାବଡା ଷଷ୍ଠରେ ରହିଛନ୍ତି। ଅଷ୍ଟମରେ ଅଛନ୍ତି ଷ୍ଟୁଆର୍ଟ ବ୍ରଡ ଓ ଦଶମରେ ଅଷ୍ଟ୍ରେଲିଆର ମିଚେଲ୍ ଷ୍ଟାର୍କ ରହିଛନ୍ତି।

Related posts

ମୁମ୍ବାଇ ବିପକ୍ଷରେ ବିଜୟ ମୋ ବାପାଙ୍କୁ ସମର୍ପିତ

ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ପ୍ରଶଂସକଙ୍କ ସ୍ମାରକୀ ଫଳକ

Odisha Sports Bureau

ଫୁଡ୍ ଡେଲିଭରି ବୟ ହେଲେ ବିଶ୍ୱକପର ଷ୍ଟାର ବୋଲର

Odisha Sports Bureau