Cricket

ବଦଳିଲା ଆଇପିଏଲ ରୁଲ

ଦୁବାଇ(ଓଡିଶା ସ୍ପୋର୍ଟସ): ଚଳିତ ଆପିଏଲର ବଳକା ମ୍ୟାଚକୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଛି । ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ ୨୦୨୧ର ବଳକା ମ୍ୟାଚ ଖେଳାଯିବ । ମୋଟ ବାକି ଥିବା ୩୧ଟି ମ୍ୟାଚ ୟୁଏଇର ତିନୋଟି ଭେନ୍ୟୁ ଦୁବାଇ,ଶାରଜାହ ଏବଂ ଆବୁଧାବିରେ ଖେଳାଯିବ । ତେବେ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟରେ ସମୟରେ କୌଣସି ଅସୁବିଧା ନ ହେଉ ସେଥିପାଇଁ ବିସିସିଆଇ କୋଭିଡ ମୁକାବିଲା ନେଇ ନିୟମାବଳୀ ପ୍ରସ୍ତୁତ କରିଛି ।
କଣ ରହିଛି ଆଇପିଏଲର ନୂଆ ନିୟମ:-
ମ୍ୟାଚ ସମୟରେ ଯଦି ବଲ ବାଉଣ୍ଡ୍ରି ବାହାରକୁ ବା ଷ୍ଟାଣ୍ଡକୁ ଯାଏ, ତେବେ ଏହି ବଲ ପୁଣିଥରେ ମ୍ୟାଚରେ ବ୍ୟବହାର କରାଯିବ ନାହିଁ । ଏହା ବଦଳରେ ଆଉ ଏକ ନୂଆ ବଳରେ ବାକି ମ୍ୟାଚ ଖେଳାଯିବ । ଗତ ପର୍ଯ୍ୟାୟରେ ଷ୍ଟାଣ୍ଡ ଖାଲି ଥିଲା, ତେଣୁ ଏହାକୁ ସାନିଟାଇଜ କରାଯାଇ ପୁଣି ସେହି ବଲରେ ମ୍ୟାଚ କରାଯାଉଥିଲା । କିନ୍ତୁ ନୂଆ ନିୟମ ଅନୁସାରେ ଏହି ବଲକୁ ସାନିଟାଇଜ କରି ଖେଳା ନଯାଇ ନୂଆ ବଳ ଏଥିରେ ବ୍ୟବହାର କରାଯିବ । ତେବେ ଏଥର ଷ୍ଟାଡିୟମକୁ ଦର୍ଶକଙ୍କୁ ଅନୁମତି ମିଳତପାରେ ବୋଲି ଚର୍ଚ୍ଚା ହେଉଛି । ତେଣୁ ସୁରକ୍ଷାକୁ ନଜରରେ ରଖି ଏଭଳି ଏକ ବଡ ପଦକ୍ଷେପ ନେଇଛି ବିସିସିଆଇ । କେବଳ ଆଇପିଏଲ ନୁହେଁ ଟି-୨୦ ବିଶ୍ୱକପ ସମୟରେ ମଧ୍ୟ ଦର୍ଶକଙ୍କୁ ଷ୍ଟାଡିୟମରେ ଏଣ୍ଟ୍ରି ଦେବା ପାଇଁ ପ୍ରସ୍ତୁତ ଥିବା କହ÷ିଛି ୟୁଏଇ । ଦିନ ମ୍ୟାଚ୍ ଗୁଡ଼ିକ ଭାରତୀୟ ସମୟାନୁସାରେ ଅପରାହ୍ଣ ୩.୩୦ ଏବଂ ସନ୍ଧ୍ୟା ମ୍ୟାଚ୍ ଗୁଡ଼ିକ ୭.୩୦ରେ ଖେଳାଯିବ ।

Related posts

ଋଷଭଙ୍କ ପୁନର୍ଜନ୍ମ,ସୋସିଆଲ ମିଡିଆରେ ଲେଖିଲେ ଦ୍ୱିତୀୟ ଜନ୍ମ ତରିକା

ଏକାନ୍ନା ଷ୍ଟାଡିୟମରେ ମୁହାଁ ମୁହିଁ ହେବେ ବେଙ୍ଗାଲୁରୁ କୁ ଲକ୍ଷ୍ନୌ

Odisha Sports Bureau

ପଞ୍ଜାବର ଏହି ଦ୍ରୁତ ବୋଲରଙ୍କ ୩୬ ବର୍ଷ ବୟସରେ ପରଲୋକ

Odisha Sports Bureau