More Sports

ଏୟାରପୋର୍ଟରେ ଅଲିମ୍ପିକ ହିରୋଙ୍କୁ ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଲେ ଅଲିମ୍ପିକ ପଦକ ବିଜେତା । ଟୋକିଓ ଅଲିମ୍ପିକ୍ସରେ ଭାରତର ଟେକ ରଖି ଘରକୁ ଫେରିଥିବା ଏହି ଉଡ୍ଡୀୟମାନ ଖେଳାଳୀମାନଙ୍କୁ ଦିଲ୍ଲୀ ଏୟାରପୋର୍ଟରେ ଭବ୍ୟ ସ୍ୱାଗତ କରାଯାଇଛି । ଏମାନଙ୍କୁ ଦେଖିବା ପାଇଁ ବିମାନବନ୍ଦର ବାହାରେ ଦେଖିବାକୁ ମିଳିଛି ପ୍ରଶଂସକଙ୍କର ଲମ୍ବା ଲାଇନ ।

ତେବେ ଏମାନଙ୍କ ମଧ୍ୟରେ ହାସଲ କରି ଭାରତକୁ ଐତିହାସିକ ସ୍ୱର୍ଣ୍ଣ ପଦକ ଉପହାର ଦେଇଥିବା ଆଥଲେଟିକ ନୀରଜ ଚୋପ୍ରାଙ୍କୁ ଖୁବ ଜୋରରେ ଭିଡ ଜମିଥିଲା । ଜାପାନର ଟୋକିଓରୁ ସ୍ୱଦେଶ ଫେରିଛନ୍ତି ଥିବା ଏହି ଖେଳାଳୀମାନଙ୍କ ପାଇଁ ସାରା ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ହରିୟାଣା ଏବଂ ରୋପ୍ୟ ପଦକ ହାସଲକାରୀ ରବି ଦହିୟାଙ୍କ ଘରେ ମଧ୍ୟ ଖୁସିର ମାହୋଲ ଖେଳିଯାଇଛି । ସାରା ଗାଁ ଆଜି ବାଜା ଢୋଳରେ ପ୍ରକମ୍ପିତ ହେଉଛି । ସେପଟେ ନୀରଜ ଚୋପ୍ରାଙ୍କ ଗାଁ ଏବଂ ସହିତ ପାନିପତର ସମସ୍ତ ସ୍ଥାନରେ ଉତ୍ସବ ପାଳନ ହେଉଛି । ଦିଲ୍ଲୀ ଏୟାରପୋର୍ଟରେ ସେମାନଙ୍କ ସ୍ବାଗତ ପାଇଁ ଅନେକ ବିଶିଷ୍ଟ ବ୍ୟକ୍ତି ତଥା ପ୍ରଶଂସକ ଉପସ୍ଥିତ ରହିଥିଲେ ।

Related posts

ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କଲେ ମନୀଷ କୌଶିକ

Odisha Sports Bureau

ଜାତୀୟ ମାଷ୍ଟର୍ସ ଶକ୍ତି ଉତ୍ତୋଳନ ପାଇଁ ଓଡ଼ିଶା ଦଳ ଘୋଷିତ

ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ଉଦ୍ଘାଟିତ, ପ୍ରଥମ ଦିନରେ ଓଡ଼ିଶାକୁ ସ୍ୱର୍ଣ୍ଣ

Odisha Sports Bureau