More Sports

ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ଉଦ୍ଘାଟିତ, ପ୍ରଥମ ଦିନରେ ଓଡ଼ିଶାକୁ ସ୍ୱର୍ଣ୍ଣ

(ଓଡ଼ିଶା ସ୍ପୋର୍ଟ): ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ, କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଉପସ୍ଥିତ ଥିତ୍ଲେ। ଷ୍ଟାର ଧାବିକା ହୀମା ଦାସଙ୍କ ଦ୍ୱାରା ଗେମ୍ସର ମଶାଲ ପ୍ରଜ୍ୱଳନ ପୂର୍ବରୁ ହୋଇଥିବା ୭ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ଟପ୍ ଆଥଲେଟମାନେ ଅନ୍ତିମ ମଶାଲ ରାଲିରେ ଅଂଶଗ୍ରହଣ କରିଥିଲେ। ୧୩ଦିନ ଧରି ହେବାକୁଥିବା ଏହି ଗେମ୍ସରେ ୩୭ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରୁ ୬,୮୦୦ ଆଥଲେଟ୍ ଭାଗ ନେଉଛନ୍ତି। ଗେମ୍ସରେ ହେବାକୁଥିବା ୨୦ ପ୍ରକାର ପ୍ରତିଯୋଗିତାର ଏକ ଝଲକ ଏକ ଡ୍ୟାନ୍ସିଂ ଗ୍ରୁପ୍ ଜରିଆରେ ଅଭିନବ ଉପାୟରେ ପ୍ରଦର୍ଶନ କରାଯାଇଥିଲା। ବଲିଉଡ୍ର ଲୋକପ୍ରିୟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଶଙ୍କର ମହାଦେବନ ତାଙ୍କର କେତେକ ହିଟ୍ ଗୀତ ପରିବେଷଣ କରି ଦର୍ଶକଙ୍କୁ ଆମୋଦିତ କରିଥିଲେ। ଆସାମ ରାଇଫଲ୍ସ ଦ୍ୱାରା ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ଗେମ୍ସର ଥିମ୍ ସଙ୍ଗୀତ ପରିବେଷଣ ବେଳେ ମାସ୍କଟର ପରିଚୟ କରାଯାଇଥିଲା। ଉଦ୍ଘାଟନୀ ଉତ୍ସବର ମୁଖ୍ୟ ବର୍ତ୍ତାଥିଲା ‘ଭାରତ ଏକ’। ଏହା ସହ ପ୍ରଥମ ଦିନରେ ଓଡ଼ିଶାକୁ ସଫଳତା ମିଳିଥିଲା। ଜିମ୍ନାଷ୍ଟ୍ ଜଗଦୀଶ ବାରିକ ଓଡ଼ିଶାକୁ ପ୍ରଥମ ପଦକ ଭେଟି ଦେଇଥିଲେ। ୧୭ ବର୍ଷରୁ କମ୍ ବାଳକ ଜିମ୍ନାଷ୍ଟିକ୍ସରେ ଭାଗ ନେଇଥିବା ଜଗଦୀଶ ଟେବୁଲ ଭଲ୍ଟରେ ସ୍ବର୍ଣ୍ଣ ପଦକ ଜିତି ଓଡ଼ିଶା ପାଇଁ ଗୌରବ ଆଣିଥିଲେ।

Related posts

ପୂର୍ବ ବିଶ୍ୱଚମ୍ପିଆନକୁ ପରାସ୍ତ କଲେ ପ୍ରଗନାନନ୍ଧା

Odisha Sports Bureau

୧୦ରୁ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା

Odisha Sports Bureau

ଡାକର ରେଲିରେ ଆଉ ଏକ ଦୁର୍ଘଟଣା, ଫ୍ରାନ୍ସ ରେସଲରଙ୍କ ମୃତ୍ୟୁ

Odisha Sports Bureau