Football

ସୁଜିତ ମେମୋରିଆଲ ଫୁଟବଲ୍ ଟୁର୍ନାମେଣ୍ଟରେ ସୁଜିତ ଏଫସି କ୍ଲବ ଚମ୍ପିୟାନ, ୧/୦ ଗୋଲରେ ବିଜୟୀ

କନ୍ଧମାଳ; ଉଦଯାପିତ ହେଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଉଚ୍ଚ ମାଧ୍ୟମିକ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିବା ଦୁଇ ଦିନିଆ ଆନ୍ତଃ ଜିଲ୍ଲା ଫୂଟବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଛି । ଉଦଯାପନୀ ଖେଳରେ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ଫିରିଙ୍ଗିଆ ଗୋଷ୍ଠୀଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତ, ବରିଷ୍ଠ ପୋଲିସ ଅଧିକାରୀ ତଥା କଣ୍ଠଶିଳ୍ପୀ ଜଳନ୍ଧର ବେହେରା, ଖଜୁରୀ ପଡା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କହଁର, ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର ପାତ୍ର, ଛାତ୍ର ଯୁବ ବିଜୁ ଜନତ ଦଳ ସଭାପତି ତଥା ସାଂସଦ ପ୍ରତିନିଧି ବିଷ୍ଣୁ ଚରଣ ମଲିକ, ଜିଲ୍ଲା ପରିଷଦ ସଭ୍ୟ ନୀଳଗିରି ଦିଗାଲ ପାଣ କୁଳ ସମାଜ ବ୍ଲକ୍ ସଭାପତି ଚନ୍ଦ୍ରମୋହନ ନାୟକ , ଫିରିଙ୍ଗିଆ ପ୍ରେସ୍ କ୍ଲବ ସଭାପତି ଉତ୍ତମ ଖମାରୀ , କୋଷାଦକ୍ଷ ସୁବ୍ରତ କୁମାର ମହାନ୍ତି ଯୋଗ ଦେଇଥିଲେ  ।

ସର୍ବ ମୋଟ ୮ ଟି ଟିମ ସୁଜିତ ଏଫସୀ, କଲାଡି ଏଫସୀ, ନରେଶ ଏଫସି ଭଞ୍ଜନଗର, ମହାବୀର କ୍ଲବ ବୁଡ଼ାଦାନୀ, ଜେଡି କ୍ଲବ ଫୁଲବାଣୀ, ଗୁଟିଙ୍ଗିଆ ଏଫସି, .ଏନ. ଟି. ପି .ଏସ ଫୁଲବାଣୀ, ସ୍ପୋର୍ଟ ହଷ୍ଟେଲ କନ୍ଧମାଳ ଯୋଗ ଦେଇଥିବାବେଳେ ଦ୍ୱତୀୟ ଦିନରେ ୩ଟି ଖେଳ ସେମି ଫାଇନାଲ ଓ ଫାଇନାଲ ଅନୁଷ୍ଠିତ ହୋଇଥିଲା । ପ୍ରଥମ ସେମି ଖେଳରେ ସୁଜିତ ଏଫସି ନରେଶ ଭଞ୍ଜନଗରକୁ ୩ /୦ଗୋଲରେ ହରାଇ ଫାଇନାଲ ଖେଳକୁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଦ୍ୱତୀୟ ସେମି ଖେଳ ଏନ .ଟି .ପି .ଏସ. କ୍ଲବ ଫୁଲବାଣୀ ଓ ଜେଡି କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମାର୍ଦ୍ଧରେ ଉଭୟେ ୧ /୧ ଗୋଲରେ ସମାନ୍ତର ରହିଥିବାବେଳେ ଦୁତୀୟାର୍ଦ୍ଧରେ ମଧ୍ୟ ଖେଳ ସମାନ୍ତର ରହିବାରୁ ପେନାଲଟିକ ଜରିଆରେ ୪ /୨ ଗୋଲରେ ଜେଡି କ୍ଲବ ଏନ ଟି ପି ଏସ କ୍ଲବକୁ ହରାଇ ଫାଇନାଲ କୁ ଉନ୍ନୀତ ହୋଇଥିଲା । ୨ ଦିନିଆ ସୁଜିତ ମେମୋରିଆଲ ଟୁର୍ନାମେଣ୍ଟରେ ସୁଜିତ ଏଫସି ଏବଂ ଜେଡି କ୍ଲବ ଫୁଲବାଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଖେଳରେ ସୁଜିତ ଏଫସି ଜେଡି କ୍ଲବ କୁ ୧ /୦ଗୋଲରେ ହରାଇ ବିଜୟ ଲାଭ କରିଥିଲା ।

ଖେଳକୁ ରେଫରୀ ସୁନୀଲ କୁମାର ବେହେରା, ବିଶ୍ୱରଞ୍ଜନ କହଁର, ସରୋଜ ମହାରଣା, ପ୍ରଫୁଲ୍ଲ କହଁର, ତଣ୍ଡେଶ୍ୱର କହଁର, ରୋହିତ ନାୟକ, ପରିଚାଳନା କରିଥିଲେ ।  ସୁଜିତ ଏଫସି କ୍ଲବର ସଭାପତି ଭବାନୀ ଶଙ୍କର ସାହୁ, ସମ୍ପାଦକ ଭବାନୀ ଶଙ୍କର ବେହେରା, କୋଷାଧକ୍ଷ ବିଭୁଦତ ମୁଖି, ତନ୍ମୟ ଗୌଡ଼, ଜିତୁ ମୁଖି, ରାଜେଶ ଦିଗାଲ, ଚନ୍ଦନ ଦିଗାଲ ଙ୍କ ସହ ସୁଜିତ ଏଫସି କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଅତିଥି ମାନେ ଫାଇନାଲ ଖେଳର ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରାଯାଇଥିଲା ।

Related posts

ସାକାର ହୋଇଛି ଲିଓନେଲ ମେସିଙ୍କ ସବୁଠୁ ବଡ଼ ସ୍ୱପ୍ନ

Odisha Sports Bureau

ସୋସିଆଲ ମିଡିଆରେ ଗୁଜବ: ରୋନାଲଡୋଙ୍କୁ ମିଳିନି ସ୍ୱର୍ଣ୍ଣିମ ବାଇକ୍

Odisha Sports Bureau

ଭୁଟାନକୁ ୧୦-୧ ଗୋଲରେ ପରାସ୍ତ କରି ସୈଫ୍ ଚମ୍ପିିଆନଶିପର ଫାଇନାଲରେ ଭାରତ

Odisha Sports Bureau