Hockey

୧୧ ହଜାର ହକି ଷ୍ଟିକ ,୩୩୦୦ ହକି ବଲ୍ ଓ ଅନ୍ୟାନ୍ୟ ଖେଳ ସରଞ୍ଜାମ ବାଣ୍ଟିବ ହକି ଇଣ୍ଡିଆ

ଭୁବନେଶ୍ୱର: ହକିର ବଢିବ ଲୋକପ୍ରିୟତା । ହକିର ବିକାଶ ପାଇଁ ହକି ଇଣ୍ଡିଆ ଭିଡିଛି ଅଣ୍ଟା । କ୍ରିକେଟ ପରି ହକିକୁ ମଧ୍ୟ ଦର୍ଶକ ଦେବେ ଗୁରୁତ୍ୱ । ଏନେଇ ୧୧ ହଜାର ହକି ଷ୍ଟିକ ,୩୩୦୦ ହକି ବଲ୍ ଓ ଅନ୍ୟାନ୍ୟ ଖେଳ ସରଞ୍ଜାମ ବାଣ୍ଟିବ ହକି ଇଣ୍ଡିଆ । ସମସ୍ତ ସଦସ୍ୟ ୟୁନିଟ୍ ଏବଂ ବଛାବଛା ଏକାଡେମୀ ହକି ଷ୍ଟିକ୍ ଓ ହକି ବଲ୍ ପାଇବେ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ କହିଛନ୍ତି । ଭାରତୀୟ ହକି ତା’ର ପୂରୁଣା ଗୌରବ ଫେରିପାଇବା ଲକ୍ଷ୍ୟରେ କାମ କରୁଛି ହକି ଇଣ୍ଡିଆ । ଏଥିପାଇଁ ତୃଣମୂଳ ସ୍ତରକୁ ମଜଭୁତ କରିବାକୁ ପଡ଼ିବ ବୋଲି ହକି ଇଣ୍ଡିଆ ସଭାପତି କହିଛନ୍ତି । ଭାରତରେ ହକିର ବିକାଶ ମୂଳ ଲକ୍ଷ୍ୟ । ସମଗ୍ର ଦେଶରେ ଖେଳାଳିଙ୍କୁ ଉଚ୍ଚମାନର ହକି ସରଞ୍ଜାମ ଯୋଗାଇଦେବା କ୍ଷେତ୍ରରେ କାମ କରାଯାଉଛି । ଏହାଦ୍ବାରା ଯୁବ ହକି ଖେଳାଳିମାନେ ଉପକୃତ ହେବା ସହ ସବୁ ପ୍ରାନ୍ତକୁ ହକି ପହଞ୍ଚିପାରିବ । ଦିଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ଭାର ସମ୍ଭାଳିବା ପରେ ହକିର ବିକାଶ ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରୁଛନ୍ତି । ଯାହାକୁ ଚାରିଆଡୁ ପ୍ରଶଂସା କରାଯାଉଛି ।ଏହାଦ୍ବାରା ଦେଶର ହକି ଖେଳାଳିମାନେ ଉପକୃତ ହେବା ସାଙ୍ଗକୁ ଖେଳ ଅଧିକ ଆଦୃତ ହୋଇପାରିବ । ହକି ଖେଳାଳିମାନେ ସେମାନଙ୍କ କ୍ୟାରିୟର ଆରମ୍ଭରୁ ଉପଯୁକ୍ତ ସରଞ୍ଜାମ ପାଇପାରିବେ । ଖେଳାଳିମାନେ ନିଜକୁ କିପରି ଫିଟ୍ ରଖିପାରିବେ ସେହି ଲକ୍ଷ୍ୟ ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଦିଲୀପ ତିର୍କୀ କହିଛନ୍ତି ।

Related posts

ଭୂବନେଶ୍ୱରରେ ପହଁଚିଲେ ଆର୍ଜେଣ୍ଟିନା ଦଳ, ସୁରକ୍ଷା ବ୍ୟବସ୍ଥା କଡାକଡି

Odisha Sports Bureau

ବିଶ୍ୱକୁ ମିଳିଲା ନୂଆ ଚମ୍ପିଆନ

Odisha Sports Bureau

ଚେନ୍ନାଇ, ତାମିଲନାଡୁକୁ ଆଗାମୀ ହିରୋ ଏସୀୟ ଚାମ୍ପିଅନ୍ସ ଟ୍ରଫି 2023 ପାଇଁ ମନୋନିତ କଲା ହକି ଇଣ୍ଡିଆ

Odisha Sports Bureau