Hockey

ଓଡ଼ିଶା ପୁରୁଷ ହକି ବିଶ୍ୱକପ ସେମିଫାଇନାଲ

(ଓଡିଶା ସ୍ପୋର୍ଟ): ଆଜି ଚତୁର୍ଦ୍ଦଶ ଓଡ଼ିଶା ପୁରୁଷ ହକି ବିଶ୍ୱକପ ପ୍ରଥମ ସେମିରେ ଶକ୍ତିଶାଳୀ ବେଲଜିୟମକୁ ଭେଟିବ ଇଂଲଣ୍ଡ । ଦିନ ୪ଟାରେ ମ୍ୟାଚ ଖେଳାଯିବ । କ୍ୱାର୍ଟର ଫାଇନାଲ୍ରେ ଆର୍ଜେଣ୍ଟିନାକୁ ୩-୨ ଗୋଲରେ ହରାଇ ଭାବେ ସେମିରେ ପ୍ରବେଶ କରିଛି ଇଂଲଣ୍ଡ । ସେହିପରି ଜର୍ମାନୀକୁ ୨-୧ ଗୋଲରେ ହରାଇ ତୃତୀୟ ଦଳ ଭାବେ ସେମିରେ ପ୍ରବେଶ କରିଛି ବେଲଜିୟମ୍ । ଉଭୟ ଦଳ ଦମଦାର ଫର୍ମରେ ଅଛନ୍ତି । ତେଣୁ ଫାଇନାଲରେ ପହଞ୍ଚିବାକୁ ଉଭୟଙ୍କ ମଧ୍ୟରେ କଡା ଟକ୍କର ହେବ । ସେପଟେ ଦ୍ୱିତୀୟ ସେମିରେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ମୁକାବିଲା ହେବ । କ୍ୱାର୍ଟର ଫାଇନାଲରେ ଆୟୋଜକ ଭାରତକୁ ୨-୧ ଗୋଲ୍ରେ ପରାସ୍ତ କରି ସେମିରେ ପ୍ରବେଶ କରିଛି ନେଦରଲ୍ୟାଣ୍ଡସ୍ । ସେହିପରି ଏକତରଫା ମ୍ୟାଚରେ ଫ୍ରାନ୍ସକୁ ୩-୦ ଗୋଲରେ ହରାଇ ସେମି ଫାଇନାଲରେ ଏଣ୍ଟ୍ରି ମାରିଛି କଙ୍ଗାରୁ ବାହିନୀ । ସଂଧ୍ୟା ୬ଟା ୩୦ ମିନିଟରେ ମୁକାବିଲା ହେବ ।

ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ବିଶ୍ୱକପରେ ୧୦ ଥର ମୁହାଁମୁହିଁ ହୋଇଛନ୍ତି । କଙ୍ଗାରୁ ଦଳ ୬ ଥର ଓ ନେଦରଲାଣ୍ଡ ୪ ଥର ବିଜୟୀ ହୋଇଛି । ୨୦୧୪ ବିଶ୍ୱକପରେ ଦୁଇଦଳ ମଧ୍ୟରେ ଟାଇଟଲ ଲଢେଇ ହୋଇଥିଲା ଓ ଏଥିରେ ଅଷ୍ଟ୍ରେଲିଆ ବାଜିମାତ କରିଥିଲା । ସେହିପରି ୨୦୧୦ର ଟାଇଟାଲ ମଧ୍ୟ ଅଷ୍ଟ୍ରେଲିଆ ହାତକୁ ଯାଇଥିଲା । ତେଣୁ ଅଷ୍ଟ୍ରେଲିଆ ହାଟ୍ରିକ୍ କରିବାକୁ ଲକ୍ଷ୍ୟ ରଖିଛି । ଅଷ୍ଟ୍ରେଲିଆ ବିଶ୍ୱ ମାନ୍ୟତାର ୧ ନମ୍ବର ରହିଥିବାବେଳେ ନେଦରଲ୍ୟାଣ୍ଡ ୪ର୍ଥ ସ୍ଥାନରେ ରହିଛି ।

Related posts

ଆର୍ଜେଣ୍ଟିନାର ନୂଆ ଇତିହାସ

Odisha Sports Bureau

ପୁରୁଷ ହକି ବିଶ୍ୱକପ୍ ପାଇଁ ଆଜି ଲୋଗୋ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ

Odisha Sports Bureau

ହକି ବିଶ୍ୱ କପ୍ ରେ ପାକିସ୍ତାନକୁ ପ୍ରାୟୋଜିତ କରିବ ପେସାୱାର ଜାଲମି ମାଲିକ ଜାଭେଦ ଆଫ୍ରିଦି

Odisha Sports Bureau