Tennis

ସେମଫାଇନାଲ୍‌ରେ ଭାରତର ଶିବତେଜ ଶିର୍ଫୁଲେ ଏବଂ ମାୟା ରାଜେଶ୍ବରନ ରେବତୀ ପ୍ରବେଶ କରିଛନ୍ତି

ଭୁୁବନେଶ୍ୱର:କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଆଇଟିଏଫ୍‌ ଏସୀୟ ଜୁନିୟର୍ (୧୪ ବର୍ଷରୁ କମ୍‌ ବାଳକ ଓ ବାଳିକା) ଡେଭଲପମେଣ୍ଟ୍‌ ଚାମ୍ପିଅନସିପ୍‌ ଫାଇନାଲ୍ସର ଦ୍ବିତୀୟ ଚରଣର ସେମଫାଇନାଲ୍‌ରେ ଭାରତର ଶିବତେଜ ଶିର୍ଫୁଲେ ଏବଂ ମାୟା ରାଜେଶ୍ବରନ ରେବତୀ ପ୍ରବେଶ କରିଛନ୍ତି। ବୁଧବାର ବାଳକ ଏକକ କ୍ବାର୍ଟରଫାଇନାଲ୍‌ରେ ଶିବତେଜ ୧-୬, ୬-୪, ୬-୩ ‌ସେଟ୍‌ରେ ଥାଇଲାଣ୍ଡର ଧର୍ମା ପାଣ୍ଟାରାଟର୍ନଙ୍କୁ ପରାସ୍ତ କରିଥିଲେ। ସେହିଭଳି ବାଳିକା ଏକକରେ ମାୟା ସିଧାସଳଖ ୬-୧, ୬-୦ ସେଟ୍‌ରେ ସପ୍ତମ ମାନ୍ୟତାପ୍ରାପ୍ତ ହଂକଂର ନିତ୍ୟା ବାଳକୃଷ୍ଣ ମାଦୁରିଙ୍କୁ ହରାଇଥିଲେ। ତେବେ ଭାରତୀୟ ବାଳକ ଯୋଡ଼ି ପ୍ରକାଶ ସରନ ଓ ଶିବତେଜ ଏବଂ ବାଳିକା ଯୁଗଳ ଯୋଡ଼ି ମାୟା ଓ ହାରିଥା ଶ୍ରୀ ଭେଙ୍କଟେଶଙ୍କ ଅଭିଯାନ କ୍ବାର୍ଟରଫାଇନାଲ୍‌ରେ ଶେଷ ହୋଇଛି। ପ୍ରକାଶ ଓ ଶିବତେଜ ୨-୬, ୧-୬ ସେଟ୍‌ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଥାଇଲାଣ୍ଡର ଆର୍‌ୟୁ କୋଟିକୁଲା ଓ ଧର୍ମାଙ୍କଠୁ ଏବଂ ମାୟା ଓ ହାରିଥା ୩-୬, ୨-୬ ସେଟ୍‌ରେ ଚତୁର୍ଥ ମାନ୍ୟତାପ୍ରାପ୍ତ କାଜଖସ୍ତାନର ଇଭା କୋରିଶେଭା ଓ ୟେର୍କେଝାନ ଝାନାତାୟେଭାଙ୍କଠୁ ପରାସ୍ତ ‌ହୋଇଥିଲେ।

Related posts

ଅଷ୍ଟ୍ରେଲିଆ ଓପନ୍ ରେ ଫେଡେରର୍ ତୃତୀୟ ରାଉଣ୍ଡରେ ପ୍ରବେଶ

Odisha Sports Bureau

ଅନ୍ତର୍ଜାତୀୟ ସଫ୍ଟ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଖେଳିବେ ମନ୍ମୟ ପଟ୍ଟନାୟକ

ପାକିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଡେଭିସ୍ କପ୍ ମୁକାବିଲାରୁ ବୋପନ୍ନା ବାହାର

Odisha Sports Bureau