Cricket

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୭୪ ରନ କରିଛି

ବେଙ୍ଗାଲୁରୁ: ଆଇପିଏଲ ୨୦୨୩ର ୨୦ତମ ମ୍ୟାଚ ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ବେଳେ ମୁହାଁ ମୁହିଁ ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ । ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ଥିଲା । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ପ୍ରଥମେ ବ୍ୟାଟିଙ୍କ କରି ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୭୫ ରନର ଲକ୍ଷ୍ୟ ରଖିଛି । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ଦଳ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୭୪ ରନ କରିଥିଲା । ଦଳ ପକ୍ଷରୁ ବିରାଟ କୋହଲି ୫୦ ରନ କରିଥିବାବେଳେ ଅନ୍ୟମାନେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ମହୀପାଲ ଲୋମରୋର ୨୬ରନ କରିଥିବାବେଳେ ଗ୍ଲେନ ମାକ୍ସଓ୍ବେଲ ୨୪ରନ କରିଥିଲେ ।

Related posts

IPLରେ ଶ୍ରେଷ୍ଠ ଅଧିନାୟକ ICCରେ ଫେଲ୍?

Odisha Sports Bureau

ବିରାଟ ବାହିନୀର ବିରାଟ ବିଜୟ

Odisha Sports Bureau

ଭାରତ ବିଶ୍ୱକପ ଜିତିବା ନିଶ୍ଚିତ; କାହିଁକି ଏତେ ବଡ ଦାବି କଲେ କପିଲ ଦେବ?

Odisha Sports Bureau