Cricket

ପଞ୍ଜାବ କିଙ୍ଗସ ଆଗରେ ୧୭୫ ରନର ବିଜୟ ଲକ୍ଷ୍ୟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ମୋହାଲି : ଆଇପିଏଲ ୨୦୨୩ର ୨୭ତମ ମ୍ୟାଚ ପଞ୍ଜାବର ମୋହାଲିଠାରେ ଖେଳାଯାଉଥିବା ବେଳେ ପଞ୍ଜାବ କିଙ୍ଗସ ଆଗରେ ୧୭୫ ରନର ବିଜୟ ଲକ୍ଷ୍ୟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚରେ ପଞ୍ଜାବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବାଙ୍ଗାଲୋରର ଦୁଇ ଓପନର ଫାଫ ଡୁପ୍ଲେସିସ ଓ ବିରାଟ କୋହଲି ଦଳକୁ ଏକ ଚମତ୍କାର ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ଓ୍ବିକେଟ ଯୋଡ଼ିରେ ୧୩୭ରନ କରିଥିଲେ । ବିରାଟ ୫୯ରନ କରିଥିବାବେଳେ ଡୁପ୍ଲେସିସ୍ ୮୪ରନ କରିଥିଲେ । କିନ୍ତୁ ଏକ ଚମତ୍କାର ଆରମ୍ଭ ସତ୍ତ୍ବେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ବିଫଳ ହେବା କାରଣରୁ ଦଳର ରନଗତି ଧିମେଇ ଯାଇଥିଲା । ଗ୍ଲେନ ମାକ୍ସଓ୍ବେଲ ଖାତା ଖୋଲିପାରିନଥିବାବେଳେ ଦିନେଶ କାର୍ତ୍ତିକ ୭ରନ ଓ ମହିପାଲ ଲାମରୋର ୭ରନ କରିଥିଲେ । ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୭୪ରନ କରିଥିଲା ।

Related posts

ଷ୍ଟାର୍କଙ୍କ ଘାତକ ବୋଲିଂ, ଅଷ୍ଟ୍ରେଲିଆ ୩୬୬ ରନରେ ବିଜୟୀ

Odisha Sports Bureau

ଟିମ୍ ଇଣ୍ଡିଆରୁ ଅବସର ନେଲା ଜର୍ସି ନମ୍ବର ୭

Odisha Sports Bureau

ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ବିଗ ଫାଇଟ