Cricket

ଶ୍ରୀଲଙ୍କାକୁ ୬୨ ରନ୍‌ରେ ହରାଇଲା ଭାରତ

ନୂଆଦିଲ୍ଲୀ: ଶ୍ରୀଲଙ୍କା‌ ବିପକ୍ଷ ପ୍ରଥମ ଟ୍ୱେଣ୍ଟି -୨୦କୁ ଭାରତ ୬୨ ରନ୍‌ରେ ଜିତି ନେଇଛି । ଏହାସହ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି ଭାରତ । ଘରୋଇ ପରିବେଶରେ ମଧ୍ୟ ୱେଷ୍ଟଇଣ୍ଡିଜ୍ ବିପକ୍ଷ ୬ ମ୍ୟାଚ୍‌ (୩ ଦିନିକିଆ, ୩ ଟ୍ୱେଣ୍ଟି-୨୦)କୁ ମିଶାଇ ଲଗାତାର ସପ୍ତମ ବିଜୟ ହାସଲ କରିଛି। ଟ୍ୱେଣ୍ଟି-୨୦ରେ ଏହା ଭାରତର ଲଗାତାର ୧୦ମ ବିଜୟ। ଗତକାଲି ଶ୍ରୀଲଙ୍କାକୁ ଭାରତ ୨୦୦ ରନ୍‌ର କଷ୍ଟକର ବିଜୟ ଲକ୍ଷ୍ୟ ଦେଇଥିଲା। ଭାରତୀୟ ଖେଳାଳିମାନେ ଅନ୍ୟୂନ ଦୁଇଟି ସହଜ କ୍ୟାଚ୍ ହାତଛଡ଼ା କରିବା ସତ୍ତ୍ୱେ ଶ୍ରୀଲଙ୍କା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ମାତ୍ର ୧୩୭ ରନ୍ କରି ଶୋଚନୀୟ ପରାଜୟ ବରଣ କରିଥିଲା। ୫୬ ବଲ୍‌ରୁ ୮୯ ରନ୍‌ର ବିସ୍ଫୋରକ ପାଳି ଖେଳିଥିବା ଈଶାନ କିଶନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।ସୂଚାନଯୋଗ୍ୟ ଯେ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା।

Related posts

ନ୍ୟୁଜିଲ୍ୟାଣ୍ଡ:୩୮ ଓଭରରେ ୧୫୭ ରନ୍ କରି ଅଲ୍ଆଉଟ୍

Odisha Sports Bureau

ଭାରତୀୟ ଦ୍ରୁତ ବୋଲର ଖଲିଲ ଅହମ୍ମଦଙ୍କୁ ଚେତାବନୀ

Odisha Sports Bureau

ଆଇପିଏଲ ୨୦୨୪ରେ ପନ୍ତଙ୍କ ଖେଳିବା ସୁନିଶ୍ଚିତ

Odisha Sports Bureau