Cricket

ମାର୍ଚ୍ଚ ୨୬ରୁ ଆଇପିଏଲ୍ ୨୦୨୨

(ଦିଲ୍ଲୀ) : ମାର୍ଚ୍ଚ ୨୬ରେ ଆରମ୍ଭ ହେବ ଆଇପିଏଲ୍ ୨୦୨୨। ଆଇପିଏଲ୍‌ ଗଭର୍ଣ୍ଣିଂ କାଉନସିଲ୍(ଜିସି) ସହ ବୈଠକ କରିବା ପରେ ଏହି ସୂଚନା ଦେଇଛି ସିସିଆଇ। ମୁମ୍ବାଇରୁ ହିଁ ଆଇପିଏଲ୍‌ର ଶୁଭାରମ୍ଭ ହେବା ସହ ୧୦ ଟିମ୍‌ ବିଶିଷ୍ଟ ଆଇପିଏଲ୍ ସଂସ୍କରଣ ୨୦୨୨ରେ ମୋଟ ୭୦ ଲିଗ୍ ମ୍ୟାଚ୍ ଖେଳାଯିବ। ସବୁଥର ଭଳି ଏଥର ବି ଚେନ୍ନାଇ ସୁପର କିଂଙ୍ଗସ ନେତୃତ୍ୱ ନେବେ ମହେନ୍ଦ୍ର ସିଂହ ଧୋନୀ। ଆଇପିଏଲ୍ ୨୦୨୨ର ଫାଇନାଲ ମ୍ୟାଚ୍ ମେ ୩୦ ତାରିଖରେ ଗୁଜରାତର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।

ସୂଚନାନୁଯାୟୀ , ଆଇପିଏଲ୍‌ ସିରିଜ୍‌ର ଲିଗ୍ ମ୍ୟାଚ ମୁମ୍ବାଇ ଓ ପୁଣେରେ ୪ଟି ସ୍ଥାନରେ ଖେଳାଯିବ। ସେହିପରି ମେ ୨୯ ତାରିଖରେ ଅହମଦାବାଦରେ ଫାଇନାଲ ମ୍ୟାଚ୍ ଖେଳାଯିବ। ମୋଟ ୭୦ ଲିଗ୍ ମ୍ୟାଚ୍ ମଧ୍ୟରୁ ୫୫ ଲିଗ୍ ମ୍ୟାଚ୍ ମୁମ୍ବାଇରେ ଖେଳାଯିବ। ୱାଙ୍ଖଡ଼େ ଷ୍ଟାଡିୟମ୍‌ ଓ ଡିୱାଇ ପାଟିଲ୍ ଷ୍ଟାଡିୟମ୍‌ରେ ପ୍ରତ୍ୟେକ ଟିମ୍ ୪ଟି ଲେଖାଏ ମ୍ୟାଚ୍ ଖେଳିବାକୁ ଥିବା ବେଳେ ବ୍ରାବୌର୍ଣ୍ଣ ଷ୍ଟାଡିୟମ୍‌ ଏବଂ ଏମ୍‌ସିଏ ଷ୍ଟାଡିୟମ୍‌ରେ ୩ ଲେଖାଏ ମ୍ୟାଚ୍ ଖେଳାଯିବ।

Related posts

ସୁପର ଓଭରରେ ଭାରତର ସୁପର ବିଜୟ

Odisha Sports Bureau

୮ ବର୍ଷ ଜେଲ ପରେ ସନ୍ଦୀପ ଲାମିଛାନେଙ୍କୁ ଦ୍ୱିତୀୟ ଝଟକା; ବର୍ତ୍ତମାନ ନେପାଳ କ୍ରିକେଟ୍ ନିଲମ୍ବିତ କରିଛି

Odisha Sports Bureau

ଟି-୨୦ ବିଶ୍ୱକପରେ ଭାଷ୍ୟକାର ଭୂମିକାରେ ନଜର ଆସିବେ ଦିନେଶ କାର୍ତ୍ତିକ

Odisha Sports Bureau