Cricket

ଆଇପିଏଲ୍ରେ ଆଜି ମୁହାଁ ମୁହିଁ ହେବେ ବାଙ୍ଗାଲୋର-ରାଜସ୍ଥାନ ଓ କୋଲ୍କାତା-ଚେନ୍ନାଇ

ଚଳିତ ଆଇପିଏଲ୍ରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ବେଙ୍ଗାଲୁରୁରେ ଅପରାହ୍ଣ ୩.୩୦ରେ ଖେଳାଯିବାକୁ ଥିବା ବେଳେ ଏଥିରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଘରୋଇ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଏହାପରେ ୭.୩୦ରେ କୋଲ୍କାତାର ଇଡେନ୍ ଗାର୍ଡେନ୍ସରେ ଘରୋଇ କୋଲ୍କାତା ନାଇଟ୍ ରାଇଡର୍ସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗ୍ସ। ସଂପ୍ରତି ରାଜସ୍ଥାନ ୬ ମ୍ୟାଚ୍ ଖେଳି ୪ ବିଜୟରୁ ୮ ପଏଣ୍ଟ ପାଇଥିଲା ବେଳେ ଆର୍ସିବି ସମାନ ମ୍ୟାଚ୍ ଖେଳି ୩ ଲେଖାଏଁ ବିଜୟ ଓ ପରାଜୟ ସହ ୬ ପଏଣ୍ଟ୍ ପାଇଛି। ଟେବୁଲର ଶୀର୍ଷରେ ଥିବା ସଞ୍ଜୁ ସାମସନଙ୍କ ନେତୃତ୍ବାଧୀନ ରାଜସ୍ଥାନ ଗତ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ଠୁ ପରାଜିତ ହୋଇଥିଲା। ଅନ୍ୟପକ୍ଷରେ ରାଜସ୍ଥାନ ଭଳି ବାଙ୍ଗାଲୋରର ଓପନର୍ ଫାଫ ଡୁ’ପ୍ଲେସିସ ଓ ବିରାଟ କୋହଲି ମଧ୍ୟ ଭଲ ଆରମ୍ଭ କରୁଛନ୍ତି। ଏହି ଯୋଡ଼ି ଏପର୍ୟ୍ୟନ୍ତ ଦୁଇଟି ଶତକୀୟ ଭାଗୀଦାରି ଗଢ଼ି ସାରିଲେଣି। ଉଭୟ ୪ ଅର୍ଦ୍ଧଶତକ ମଧ୍ୟ ମାରି ସାରିଲେଣି। ଗ୍ଲେନ୍ ମ୍ୟକ୍ସୱେଲ ବିସ୍ପୋରକ ମଧ୍ୟ ଖେଳୁଛନ୍ତି। ମଧ୍ୟକ୍ରମରେ ଦୀନେଶ କାର୍ତ୍ତିକ, ମହିପାଲ ଲୋମରୋର, ଶାହବାଜ ଅହମଦ ଓ ସୂୟାଶ ପ୍ରଭୂଦେଶାଇଙ୍କଠୁ ଦଳ ରନ୍ ଆଶା ରଖିଛି। ବୋଲିଂରେ ମହମ୍ମଦ ସିରାଜ ପୂରା ଫର୍ମରେ ଅଛନ୍ତି। ସେ ୬ ମ୍ୟାଚ୍ ଖେଳି ୧୨ ୱିକେଟ୍ ନେଲେଣି। ତାଙ୍କୁ ସହଯୋଗ କରୁଛନ୍ତି ୱେନ୍ ପାର୍ନେଲ ଓ ହର୍ଷଲ ପଟେଲ। ପାର୍ନେଲ ୪ ମ୍ୟାଚ୍ରୁ ଏବଂ ହର୍ଷଲ ୬ ମ୍ୟାଚ୍ରୁ ୮ ୱିକେଟ୍ ଲେଖାଏଁ ପାଇଛନ୍ତି। ହେଲେ ଦୁଇ ବୋଲର ଅଧିକ ରନ୍ ଦେଉଛନ୍ତି। ଆଗାମୀ ମ୍ୟାଚ୍ରେ ଏମାନଙ୍କୁ ଏହା ଉପରେ ଧ୍ୟାନ ଦେବାକୁ ପଡ଼ିବ।

 

Related posts

ଏଥର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ହିଁ ହେବ ଆଇପିଏଲ ୨୦୨୬

Odisha Sports Bureau

WTC ଫାଇନାଲ ପାଇଁ ଯଶ୍ୱସ୍ୱୀ ଆରମ୍ଭ କଲେ ପ୍ରାକ୍ଟିସ,ବିରାଟ କୋହଲିଙ୍କ ଠାରୁ ନେଲେ ଖାସ ଟିପ୍ସ

Odisha Sports Bureau

କାଲିଠାରୁ ଆରମ୍ଭ ହେବ ଅଷ୍ଟ୍ରେଲିଆ-ଭାରତ ଏକଦିବସୀୟ ଶୃଙ୍ଖଳା ମ୍ୟାଚ

Odisha Sports Bureau