ମୁମ୍ବାଇ: ଗତକାଲି ଲକ୍ଷ୍ନୌ ଓ ବାଙ୍ଗାଲୋର ଆଇପିଏଲ୍ ମ୍ୟାଚ ପରେ ପୁଣି ଥରେ ଭାରତର ଦୁଇ ଭେଟେରାନ୍ କ୍ରିକେଟ୍ ଖେଳାଳି ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଛି। ସୋମବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଆଉ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚ୍ ବେଳେ ଏମିତି କିଛି ଚିତ୍ର ସାମ୍ନାକୁ ଆସିଛି । ଏହି ମ୍ୟାଚରେ ଆରସିବି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସକୁ ହରାଇବା ପରେ ବିରାଟ ଓ ଲକ୍ଷ୍ନୌ ମେଣ୍ଟର ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡ଼ିଆ ଭିତରେ ଉତ୍ତେଜନାମୂଳକ କଥାବାର୍ତ୍ତା ହୋଇଥିଲା। ମ୍ୟାଚ ପରେ ପରେ ଏହି ଦୁଇ ଜଣଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବାକ୍-ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଅବଶ୍ୟ ଘଟଣାସ୍ଥଳରେ ଥିବା ଅମିତ ମିଶ୍ର, ବାଙ୍ଗାଲୋର କ୍ୟାପଟେନ୍ ଫାପ୍ ଡୁ ପ୍ଲେସିସ୍ ଓ ଲକ୍ଷ୍ନୌ କୋଚ୍ ବିଜୟ ଦାହିୟା ଦୁହିଁଙ୍କୁ ଅଲଗା କରିଦେଇଥିଲେ। ଯାହାକି ଦୁଇଜଣଙ୍କ ଭିତରେ ସବୁକିଛି ଠିକ୍ ନଥିବାର ପ୍ରମାଣ ଦେଇଥିଲା । କ୍ରିକେଟ୍ ମ୍ୟାଚରେ ଖେଳ ଶେଷ ହେବା ପରେ ହାତ ମିଳାଇ ପଡିଆରୁ ରିଟର୍ଣ୍ଣ କରିବାର ଏକ ପ୍ରକାର ପରମ୍ପରା ରହିଥିବା ବେଳେ ଏହି ସମୟରେ ହିଁ ଦେଖିବାକୁ ମିଳିଥିଲା ଏମିତି କିଛି ଚିତ୍ର । ଆଉ ଏଇଠୁ ହିଁ ଆରମ୍ଭ ହେଇଥିଲା କଥା କଟାକଟି । ବାଙ୍ଗାଲୋରଠାରୁ ଲକ୍ଷ୍ନୌ ହାରିଯିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଏହି ଘଟଣାରେ ଆଇପିଏଲ୍ କୋଡ୍ ଅଫ୍ କଣ୍ଡକ୍ଟ ଅନୁସାରେ ଦୁଇ ଜଣଙ୍କୁ ଜରିମାନା କରାଯାଇଛି। ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ମେଣ୍ଟର ଗୌତମ ଗମ୍ଭୀର ଓ ଆରସିବି ବ୍ୟାଟର ବିରାଟ କୋହଲିଙ୍କର ଶତପ୍ରତିଶତ ମ୍ୟାଚ ଫି କାଟି ଦିଆଯାଇଛି। ଦୁହେଁ ଆଇପିଏଲ୍ କୋଡ ଅଫ୍ କଣ୍ଡକ୍ଟର ଧାରା ୨-୨୧ ଅନ୍ତର୍ଗତ ଲେଭଲ୍ -୨ ଅବମାନନା କରିଥିବା ସ୍ବୀକାର କରିଛନ୍ତି।
next post