Cricket

ପ୍ରଥମ ଦିନରେ ବରୋଦା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ଓଡ଼ିଶା

କଟକ:- ଆଜିଠୁ ରଣ୍‌ଜୀ ଟ୍ରଫି ଅଭିଯାନ ଆରମ୍ଭ । ପ୍ରଥମ ଦିନରେ ବରୋଦା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ଓଡ଼ିଶା । କଟକ ବାରବାଟୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବ ଟିମ୍ ଓଡ଼ିଶା । ତେବେ ଓଡ଼ିଶା ଏଥର ଭଲ ପ୍ରଦର୍ଶନ କରିବାର ଆଶା କରାଯାଉଛି । ପାଖାପାଖି ୨୪ବର୍ଷ ହୋଇଗଲାଣି ଓଡ଼ିଶା ରଣଜୀ ଟ୍ରଫିର ସେମି ଫାଇନାଲରେ ପ୍ରବେଶ କରିନି । ନକ୍‌ଆଉଟକୁ ଯିବାକୁ ହେଲେ ଏଥର ଦଳକୁ ଦମଦାର ପ୍ରଦର୍ଶନ କରିବାକୁ ପଡ଼ିବ ।

Ranji Trophy 2024-25: Odisha have it better on first day vs Meghalaya – The  Sports Room

ଗତବର୍ଷ ଉଭୟ ଓଡ଼ିଶା ଓ ବରୋଦା ଗୋଟିଏ ଗ୍ରୁପ୍‌ରେ ଥିଲେ । ବରୋଦା ୭ଟି ମ୍ୟାଚ୍‌ରୁ ୪ଟି ବିଜୟ ସହ ୨୭ ପଏଣ୍ଟ ପାଇ କ୍ବାର୍ଟରଫାଇନାଲରୁ ଅଳ୍ପକେ ବଞ୍ଚିତ ହୋଇଥିଲା । ଓଡ଼ିଶା ୭ଟି ମ୍ୟାଚ୍‌ରୁ ୨ଟି ଜିତି, ୩ଟି ହାରି ୧୭ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ ରହିଥିଲା । ଦୁର୍ବଳ ମେଘାଳୟକୁ ଓଡ଼ିଶା ହରାଇବା ପରେ ବାରବାଟୀ ଷ୍ଟାଡିୟମ୍‌ରେ ମହାରାଷ୍ଟ୍ରକୁ ପରାସ୍ତ କରିଥିଲା । ବରୋଦାରେ ଗତବର୍ଷ ଓଡ଼ିଶାକୁ ଇନିଂସ ଓ ୯୮ ରନ୍‌ରେ ବରୋଦା ହରାଇଥିଲା । ବରୋଦାର ସ୍ପିନର ଚମତ୍କାର ପ୍ରଦର୍ଶନ କରିଥିଲେ । ତେବେ ବାରବାଟୀ ପିଚ୍‌ରୁ ସ୍ପିନରଙ୍କୁ ସେପରି ସଫଳତା ମିଳିବ ନାହିଁ । ତେଣୁ ଗତବର୍ଷର ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ଓଡ଼ିଶା ଖେଳିବ ।

Bengal | Ranji Trophy: Bengal batters bundled out for 88 versus Baroda -  Telegraph India

Related posts

ସଙ୍କଟରେ କୋହଲୀଙ୍କ ଭବିଷ୍ୟତ

Odisha Sports Bureau

ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ପାଇଁ ଦଳ ଚୟନ ପୂର୍ବରୁ ଖେଳାଳିଙ୍କ ଫିଟନେସ୍ ରିପୋର୍ଟ ପ୍ରକାଶ

Odisha Sports Bureau

ଶ୍ରୀଲଙ୍କାର ଶୋଚନୀୟ ପରାଜୟ, ୬୫ ରନରେ ଜିତିଲା ନ୍ୟୁଜିଲାଣ୍ଡ

Odisha Sports Bureau