Cricket

ଭାରତକୁ ଫେରିଲାନି ଏସିଆ ଟ୍ରଫି

ଭାରତକୁ ଫେରିଲାନି, ଏସିଆ କପ୍ । ଏବେ କଠୋର ହୋଇଛି ବି.ସି.ସି.ଆଇ । ଟ୍ରଫିକୁ ଲାଗି ରହିଥିବା ବିବାଦ, ପୁଣିଥରେ ଆରମ୍ଭ ହୋଇଛି । ଚଳିତ ବର୍ଷ ଏସିଆ କପରେ, ଭାରତ ଚାମ୍ପିୟନ ହୋଇଥିଲା । କିନ୍ତୁ ନକଭି, ଟ୍ରଫିକୁ ନେଇ ହୋଟେଲ ଭିତରକୁ ପଳାଇଥିଲେ । ତେଣୁ ସେହି ୱିନର ଟ୍ରଫି,  ଆଜିଯାଏଁ ମଧ୍ୟ ଭାରତକୁ ଟ୍ରଫି ଫେରିଲାନି । ତେଣୁ ଏବେ ଏହାକୁ ନେଇ ସିରିୟସ ହୋଇଛି ବିସିସିଆଇ । ଏବଂ ନକଭିଙ୍କୁ ଏକ ଚିଠି ଲେଖିଛନ୍ତି । ଚିଠିରେ ଲେଖିଛନ୍ତି କି, ଯଦି ଟ୍ରଫି ନଫେରାଇବେ ତାହେଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଏକ ସ୍ବତନ୍ତ୍ର ଆଲୋଚନାରେ ବିସିସିଆଇର ସଚିବ ଏଭଳି କହିଥିବା ଶୁଣିବାକୁ ମିଳିଛି । ଗତ ୨୮ ସେପ୍ଟେମ୍ବରରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରି ଟିମ୍ ଇଣ୍ଡିଆ ଏସିଆ କପ୍ ୨୦୨୫ ଟାଇଟଲ ଜିତିଥିଲା। ଫାଇନାଲରେ ଭାରତ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଥିଲା। ତଥାପି, ମ୍ୟାଚ୍ ପରେ ଉପସ୍ଥାପନା ସମୟରେ, ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ PCB ଏବଂ ACC ସଭାପତି ମୋହସିନ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲେ। ଫଳସ୍ୱରୂପ, ମୋହସିନ ନକଭି ଏସିଆ କପ୍ ଟ୍ରଫି ନେଇ ଚାଲିଯାଇଥିଲେ ।

Related posts

ରିଷଭ ପନ୍ତଙ୍କୁ ବଡ଼ ଝଟକା, ୨୭ କୋଟିରୁ ଖସିଲା ଦରମା

Odisha Sports Bureau

୨୦୨୬ ଫିଫା ବିଶ୍ୱକପ୍ ଫାଇନାଲରେ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିବେ ଡୋନାଲ୍ଡ ଟ୍ରମ୍ପ

ଆଜିଠୁ ଠିକ ୬ ବର୍ଷ ତଳେ ରୋ ହିଟମ୍ୟାନ ଶର୍ମା ରଚିଥିଲେ ଏହି କିର୍ତ୍ତିମାନ…

Odisha Sports Bureau