Wrestling

ପ୍ରତିବାଦ ଶେଷ କରି ଆଇନ-ଶୃଙ୍ଖଳା ଉପରେ ବିଶ୍ୱାସ ରଖ: ଅନୁରାଗ ଠାକୁର

ହାମିରପୁର (ହିମାଚଳ ପ୍ରଦେଶ) : ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରି ତାଙ୍କୁ ଗିରଫ କରିବା ଦାବିରେ ଦିଲ୍ଲୀର ଯନ୍ତର ମନ୍ତରରେ ଆନ୍ଦୋଳନରତ କୁସ୍ତି ଖେଳାଳୀମାନଙ୍କୁ ପ୍ରତିବାଦ ଶେଷ କରିବା ସହିତ ଆଇନ ଓ ଶୃଙ୍ଖଳା ଉପରେ ବିଶ୍ୱାସ ରଖିବା ପାଇଁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଅନୁରୋଧ କରିଛନ୍ତି । ସୁପ୍ରିମକୋର୍ଟ ଏ ମାମଲାରେ ରାୟ ଶୁଣାଇ ସାରିଥିବା ବେଳେ ଦିଲ୍ଳୀ ପୁଲିସ ଏଫଆଇଆର ପଞ୍ଜୀକରଣ କରି ବୟାନ ରେକର୍ଡ କରୁଛି । ହାମିରପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କହିଛନ୍ତି, ‘ରେସ୍ଲିଙ୍ଗ୍ ଫେଡେରେସନ୍’ର ଦୈନନ୍ଦିନ କାର୍ୟ୍ୟ ପରିଚାଳନା କରିବା ଲାଗି ‘ଇଣ୍ଡିଆନ୍ ଅଲିମ୍ପିକ୍ ଆସୋସିଏସନ୍’ଦ୍ବାରା ଗୋଟାଏ ‘ଆଡ୍-ହକ୍ କମିଟି’ ଗଠନ କରାଯାଇଛି। କ୍ରୀଡ଼ାବିତ୍ମାନଙ୍କ ପାଇଁ ବିଚାର ଆରମ୍ଭ କରାଯାଇଛି । ଖେଳାଳୀମାନେ ଆଇନ ଓ ଶୃଙ୍ଖଳା ପ୍ରତି ଭରସା ରଖି ପ୍ରତିବାଦ ଅବସାନ କରିବା ଆବଶ୍ୟକ।

Related posts

ବ୍ରିଜଭୂଷଣଙ୍କୁ ମିଳିଲା ଅନ୍ତରୀଣ ଜାମିନ

ରେସଲର ଆବେଦନର ଶୁଣାଣି ବନ୍ଦ କଲେ ସୁପ୍ରିମକୋର୍ଟ

Odisha Sports Bureau

ବ୍ରିଜଭୂଷଣଙ୍କ ପରିବାରର ୧୨ ଜଣଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୁଲିସ୍

Odisha Sports Bureau