Wrestling

ରେସଲର ଆବେଦନର ଶୁଣାଣି ବନ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:ଗତ କିଛି ଦିନ ହେବ ଜନତର ମନତରରେ ରେସଲର ମାନେ ଧାରଣାରେ ବସିଛନ୍ତି । ବୁଧୁବାର ସଂନ୍ଧ୍ୟାରେ ପୋଲିସ ଆସି ବଳ ପ୍ରୟୋଗ କରିବା ସହିତ ମହିଳାଙ୍କ ପ୍ରତି ଦୁର୍ବ୍ୟହାର କରିଛି ।ଧସ୍ତାଧସ୍ତି ଘଟଣା ପରେ କୁସ୍ତି ଖେଳାଳି ବଜରଙ୍ଗ ପୁନିଆ କହିଛନ୍ତି ଆମେ ଦେଶର ସମସ୍ତଙ୍କ ସମର୍ଥନ ଲେଡୁଛୁ, ସମସ୍ତେ ଦିଲ୍ଲୀ ଆସନ୍ତୁ ।ପୋଲିସ ଆମ ଉପରେ ବଳ ପ୍ରୟୋଗ କରୁଛି, ମହିଳାମାନଙ୍କ ପ୍ରତି ଅସଦାଚରଣ କରୁଛି କିନ୍ତୁ, ବ୍ରଜଭୂଷଣଙ୍କ ବିରୋଧରେ କିଛି କରୁନାହିଁ।
ପୋଲିସ କର୍ମଚାରୀଙ୍କ ସହିତ ସଂଘର୍ଷ ପରେ ପରେ ସାମ୍ବାଦିକ ସମ୍ମିଳନୀ ଡକାଇ କୁସ୍ତି ଖେଳାଳି ବିନେଶ ଫୋଗାଟ୍ ଅଭିଯୋଗ କରିଛନ୍ତି ଯେ, ବିଳମ୍ବିତ ସନ୍ଧ୍ୟାରେ ଦଳେ ନିଶାସକ୍ତ ପୋଲିସ ସେମାନଙ୍କୁ ଟାର୍ଗେଟ୍ କରିଥିଲେ। ଗୀତା ଫୋଗାଟ କହିଛନ୍ତି ପୋଲିସ ସହ ଧସ୍ତା ଧସ୍ତ ବେଳେ ମୋ ଭଉଣିକୁ ଆଘାତ ଲାଗିଛି ।
ସନ୍ଧ୍ୟାରେ ଜନତର ମନତରରେ କୁସ୍ତିକ୍ଷେଦ୍ଧା ଓ ପୋଲିସ ମଧ୍ୟରେ ସଂଘର୍ଷ ଘଟିବା ବେଳେ ସେଠାରୁ ମାଲବୀୟ ନଗର ବିଧାୟକ ସୋମନାଥ ଭାରତୀଙ୍କୁ ପୋଲିସ ଅଟକ ରଖିଥିଲା। ଦିଲ୍ଲୀ ପୋଲିସ କହିଛି ଯେ, ବିନା ଅନୁମତିରେ ‘ଫୋଲ୍ଡିଙ୍ଗ୍ ବେଡ୍’ ଧରି ଭାରତୀ ସେଠାରେ ହାଜର ହୋଇଥିଲେ। ଘଟଣା ସଂପର୍କରେ ଦିଲ୍ଲୀ ପୋଲିସ ଜାରି କରିଥିବା ଚାର୍ଜସିଟରେ କୁହାଯାଇଛି, ପୋଲିସ ବାଧା ଦେବାରୁ ସମର୍ଥକମାନେ ଜବରଦସ୍ତି ଟ୍ରକ୍ରୁ ‘ବେଡ୍’ ଆଣିବାକୁ ଉଦ୍ୟମ କରିଥିଲେ।
ଆଜି ସୁପ୍ରିମ କୋର୍ଟରେ ହୋଇଥିବା ଆବେଦନର ଶୁଣାଣି ସୁପ୍ରିମ କୋର୍ଟ ବନ୍ଦ କରିଛନ୍ତି । ଏହି ନିସ୍ପତି ପରେ ରେସଲର କ୍ଷେଦ୍ଧାମାନେ କହିଛନ୍ତି ଆମେ ସୁପ୍ରିମ କୋର୍ଟର ନିସ୍ପତିକୁ ସମ୍ମାନ ଦେଉଛୁ କିନ୍ତୁ ଏହି ଧାରଣା ଆଗକୁ ଚାଲିବ ।

Related posts

“ସ୍ପୋର୍ଟସ୍ ପର୍ସନ୍ ଅଫ୍ ଦି ଇୟର’ ପୁରସ୍କାରରେ ସମ୍ମାନିତ ହେଲେ ବଜରଙ୍ଗ ପୁନିଆ ଏବଂ ଏଲାଭେନିଲ

Odisha Sports Bureau

ଅନ୍ତର୍ଜାତୀୟ ରେଫେରୀ ଜଗବୀର ସିଂଙ୍କ ବୟାନ ପରେ ବଢ଼ିଲା ବ୍ରିଜଭୂଷଣଙ୍କ ଅଡ଼ୁଆ

ଭିନେଶ ଓ ବଜରଙ୍ଗକୁ ଏସିଆଡ ଟିକେଟ୍