Wrestling

ଭିନେଶ ଓ ବଜରଙ୍ଗକୁ ଏସିଆଡ ଟିକେଟ୍

ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ବଜରଙ୍ଗ ପୁନିଆ ଓ ବିଶ୍ବ ଚାମ୍ପିଅନସିପ୍ ପଦକ ବିଜେତା ଭିନେଶ ଫୋଗଟ୍ଙ୍କୁ ଏସୀୟ କ୍ରୀଡ଼ା ପାଇଁ ସିଧାସଳଖ ଟିକେଟ୍ ମିଳିଛି । ଭାରତୀୟ କୁସ୍ତି ମହାସଂଘ ଆଡ୍ ହକ୍ ପ୍ୟାନେଲ୍ ଏହି ଅନୁମତି ଦେଇଛି, ହେଲେ ଏ ସଂକ୍ରାନ୍ତରେ ଜାତୀୟ ଦଳର ମୁଖ୍ୟ ପ୍ରଶିକ୍ଷକଙ୍କ ସହିତ କୌଣସି ଆଲୋଚନା କରାଯାଇନଥିବାରୁ ଅନ୍ୟ କୁସ୍ତିଯୋଦ୍ଧା ଓ ପ୍ରଶିକ୍ଷକମାନେ ଏହାର ପ୍ରତିବାଦ କରିବା ପାଇଁ ଅଣ୍ଟା ଭିଡିଥିବା ଜଣାପଡ଼ିଛି । ଭାରତୀୟ ଅଲିମ୍ପିକ ସଂଘ ଆଡ୍ ହକ୍ ପ୍ୟାନେଲ୍ ପକ୍ଷରୁ ଜାରି ବିଜ୍ଞପ୍ତିରେ ବଜରଙ୍ଗଙ୍କୁ ୬୫ କେଜି ଫ୍ରିଷ୍ଟାଇଲ୍ ଏବଂ ଭିନେଶଙ୍କୁ ୫୩ କେଜିରେ ଲଢିବା ପାଇଁ ଅନୁମତି ଦିଆଯାଇଛି । ଏହାବ୍ୟତୀତ ଅନ୍ୟ ୬ ଓଜନବର୍ଗରେ ଟ୍ରାଏଲ୍ସ ଅନୁଷ୍ଠିତ ହେବ ବୋଲି କୁହାଯାଇଛି। ଡବ୍ଲ୍ୟୁଏଫଆଇର ପୂର୍ବତନ ସଭାପତିଙ୍କ ବିରୋଧରେ ଆନ୍ଦୋଳନ ଚଳାଇଥିବାରୁ ଏହି ଦୁଇ କୁସ୍ତିଯୋଦ୍ଧା କୌଣସି ଆନ୍ତର୍ଜାତିକ ଇଭେଣ୍ଟରେ ଅଂଶଗ୍ରହଣ କରିପାରିନଥିଲେ । କିନ୍ତୁ ଉଭୟଙ୍କ ଓଜନବର୍ଗରେ ସୁଜିତ କଲାକଲ ଓ ଅନ୍ତିମ୍ ପଙ୍ଘଲ୍ ଭଲ ପ୍ରଦର୍ଶନ ଦେଇଥିଲେ ବି ସେମାନଙ୍କୁ ସିଧାସଳଖ ସୁଯୋଗ ମିଳିପାରିନାହିଁ। ସେହିପରି ଆନ୍ଦୋଳନରେ ସାମିଲ୍ ଥିବା ସାକ୍ଷୀ ମଲ୍ଲିକ, ସତ୍ୟବ୍ରତ କାଡ଼ିଆନ୍, ଜିତେନ୍ଦର କିହ୍ନା ଏବଂ ସଙ୍ଗୀତା ଫୋଗଟଙ୍କ ପ୍ରତି ଆଡ୍ ହକ୍ ପ୍ୟାନେଲ୍ କୌଣସି ନମନୀୟତା ଅବଲମ୍ବନ କରିନାହିଁ ।

Related posts

ମହିଳା କୁସ୍ତି ଯୋଦ୍ଧା ଭାବେ ବ୍ରୋଞ୍ଜ ଜିତିଲେ ପୂଜା

Odisha Sports Bureau

ନିଜ ରେକର୍ଡ ଭାଙ୍ଗି ଦୀପ୍ତିଙ୍କ ବିଶ୍ୱରେକର୍ଡ

Odisha Sports Bureau

ଚାକିରୀରେ ଯୋଗଦାନ କରିଛୁ, ଆନ୍ଦୋଳନରୁ ଓହରିନୁ: ବଜରଙ୍ଗ, ସାକ୍ଷୀ ଏବଂ ଭିନେଶ

Odisha Sports Bureau