Cricket

ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ ପାଇଁ ଇଂଲଣ୍ଡ ଯିବେ ୭ ଭାରତୀୟ କ୍ରିକେଟର

ମୁମ୍ବାଇ: ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲୁଟିସି) ପାଇଁ ୭ ଜଣ ଭାରତୀୟ କ୍ରିକଟର୍ ମଙ୍ଗଳବାର ଇଂଲଣ୍ଡ ଗସ୍ତ କରିବେ। ଆସନ୍ତା ଜୁନ୍ ୭ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଏହି ଚାମ୍ପିଅନସିପ୍ ପାଇଁ ପ୍ରଥମ ପର୍ୟ୍ୟାୟରେ ଯାଉଥିବା ଖେଳାଳିଙ୍କ ମଧ୍ୟରେ କୋହଲି, ଅଶ୍ବିନଙ୍କ ବ୍ୟତୀତ ଅକ୍ଷର ପଟେଲ, ଶାର୍ଦୁଳ ଠାକୁର, ମହମ୍ମଦ ସିରାଜ, ଉମେଶ ଯାଦବ ଓ ଜୟଦେବ ଉନାଦକଟ୍ ସାମିଲ ଅଛନ୍ତି। ଏମାନଙ୍କ ବାଦ୍ ଷ୍ଟାଣ୍ଡବାଇରେ ଥିବା ମୁକେଶ କୁମାର ଏବଂ ତିନି ନେଟ୍ ବୋଲର ଅନିକେତ ଚୌଧୁରୀ, ଆକାଶଦୀପ, ୟାରା ପୃଥ୍ବୀରାଜ ମଧ୍ୟ ଦଳ ସହିତ ଇଂଲଣ୍ଡ ଯାଉଛନ୍ତି। ପୂର୍ବରୁ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ୍ ଖେଳୁଥିବା ଚେତେଶ୍ବର ପୂଜାରା ଭାରତୀୟ ଦଳ ସହିତ ସପ୍ତାହନ୍ତରେ ଯୋଗଦେବେ। ଅଧିନାୟକ ରୋହିତ ଶର୍ମାଙ୍କ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିବାରୁ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ନୀରିକ୍ଷଣରେ ପ୍ରସ୍ତୁତି ପର୍ୟ୍ୟାୟ ଚାଲିବ। ଉମେଶ ଓ ଉନାଦକଟ୍ ପୂର୍ବରୁ ଆହତ ହୋଇ ଆଇପିଏଲ୍ରେ ଖେଳିପାରିନଲେ। କିନ୍ତୁ ଜାତୀୟ କ୍ରିକେଟ୍ ଏକାଡେମୀ ଉଭୟଙ୍କୁ ଫିଟ୍ ଘୋଷଣା କରିବା ପରେ ଏମାନେ ଡବ୍ଲୁଟିସି ଫାଇନାଲ୍ ଖେଳିବାକୁ ଯାଉଛନ୍ତି। ସେହିପରି ଦଳର ଅନ୍ୟ ଖେଳାଳିଙ୍କ ସହ ଷ୍ଟାଣ୍ଡବାଇ ସୂର୍ୟ୍ୟକୁମାର ଯାଦବ ଓ ଋତୁରାଜ ଗାଏକ୍ବାଡ ଆଇପିଏଲ୍ ଫାଇନାଲ୍ ପରେ ୨୯ ତାରିଖରେ ଇଂଲଣ୍ଡରେ ପହଞ୍ଚିବା ସମ୍ଭାବନା ରହିଛି।

Related posts

ଏହି 3 ଜଣ ପାକିସ୍ତାନୀ ଖେଳାଳିଙ୍କ ସହ ଖେଳିବେ, ଯେଉଁମାନେ ଆମେରିକାର T20 ଲିଗରେ ଏହି ଦଳ ସହିତ ଚୁକ୍ତିବଦ୍ଧ।

ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଭାରତ ଓ ବିରାଟ ପ୍ରଥମ

Odisha Sports Bureau

ପୁରୁଷ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମହିଳା ଅମ୍ପାୟାର୍ସ ନିଯୁକ୍ତ ହେବେ :ବିସିସିଆଇ

Odisha Sports Bureau