Cricket

ବିଶ୍ୱ ପାଇବ ନୂଆ ବିଜେତା

ଦୁବାଇ: ବାଜିଛି ଯୁଦ୍ଧର ବିଗୁଲ । ଆଜି ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ପ୍ରତିଦ୍ୱନ୍ଦି ନ୍ୟୁଜିଲାଣ୍ଡ ଆଉ ଅଷ୍ଟ୍ରେଲିଆ । ଗୃପ Aର ସର୍ବଶ୍ରେଷ୍ଠ ଦଳ ସହିତ ଲଢିବ ଗୃପ Bର ସର୍ବଶ୍ରେଷ୍ଠ ଟିମ । ବିଶ୍ୱକପ ଫାଇନାଲରେ ହେବ ଘମାଘୋଟ ଲଢେଇ । ଉଭୟ ଗୃପର ଦୁଇ ଶକ୍ତିଶାଳୀ ଦଳ ଆଜି ଲଢିବେ ନିଜ ପ୍ରଥମ ଟାଇଟଲ ପାଇଁ । ପୂର୍ବରୁ ଅଷ୍ଟ୍ରେଲିଆ କିମ୍ବା ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ବିଶ୍ୱକପକୁ ଟ୍ରଫି ହାସଲ କରିବାକୁ ଅସଫଳ ହୋଇଛନ୍ତି । ତେବେ ଉଭୟଙ୍କ ନିକଟରେ ଚଳିତ ବର୍ଷ ଏକ ସୂବର୍ଣ୍ଣ ସୁଯୋଗ ରହିଛି । ତେଣୁ ଦୁଇ ଏହି ମ୍ୟାଚ ଜିତିବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ।


ଆଜି ସନ୍ଧ୍ୟା ୭.୩୦ରୁ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିବ ବୋଲି ଆଶା କରିଛନ୍ତି କ୍ରିକେଟ ପ୍ରେମୀ ଏବଂ ଦୁଇ ଦଳର ଖେଳାଳୀ । ଚଳିତ ବିଶ୍ୱକପର ଦୁଇ ପ୍ରମୁଖ ଦାବିଦାର ପାକିସ୍ତାନ ଏବଂ ଇଂଲଣ୍ଡକୁ ହରାଇ ଫାଇନାଲରେ ସ୍ତାନ ପକ୍କା କରିଛନ୍ତି ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ । ତେବେ ଦୁଇ ଦଳ ନିଜ ପ୍ରତିଦ୍ୱନ୍ଦୀ ଉପରେ ଭାରୀ ପଡିବାର ରଖିଛନ୍ତି ଭରପୂର ଅସ୍ତ୍ର । ଆଉ କୌଣସି ପରିସ୍ଥିତିରେ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିବାରେ ଉଭୟ ଦଳ ଖୁବ ମାହିର । ତେଣୁ ମ୍ୟାଚ ସରିବା ପୂର୍ବରୁ କୌଣସି ଦଳକୁ ବିଜେତା ବୋଲି ବିବେଚିତ କରାଯାଇନପାରେ ।

Related posts

ଜୋରିମାନା ଗଣିଲା ଭାରତୀୟ ଦଳ

Odisha Sports Bureau

ବିଶ୍ୱକପରେ ପ୍ରଥମ ଶତକ ମାରିଥିବା ଖେଳାଳି ହେଲେ ଜାରଦାନ

Odisha Sports Bureau

ଆଇପିଏଲ ୨୦୨୬ ସିଜିନ୍ ରେ ଚେନ୍ନାଇ ସୁପର କିଙ୍ଗ୍ସ ରୁ ଖେଳିବେନି ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା !

Odisha Sports Bureau