Cricket

ଗ୍ରାଉଣ୍ଡ ଷ୍ଟାଫଙ୍କ ହୃଦୟ ଜିତିଲେ ଧୋନି

ଧୋନି ସବୁ ବେଳେ କିଛି ନା କିଛି କାରଣ ପାଇଁ ଲାଇମ ଲାଇଟରେ ରୁହନ୍ତି ।ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ଏମଏସ ଧୋନି ନିଜର କୁଲ୍ ଅନ୍ଦାଜ ପାଇଁ ସୁବବେଳେ ଚର୍ଚ୍ଚିତ । ଆଉ ପୁଣିଥରେ ଏମିତି କିଛି କରି ସମସ୍ତଙ୍କ ହୃଦୟକୁ ଜିତି ନେଇଛନ୍ତି ଧୋନି । ତେବେ ନିକଟରେ ଧୋନିଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଚିଦାମ୍ବରମ ଷ୍ଟାଡିୟମରେ ମ୍ୟାଚ୍ ଖେଳିବା ପରେ ଏଠାରେ କାମ କରୁଥିବା ଗ୍ରାଉଣ୍ଡ ଷ୍ଟାଫଙ୍କ ସହିତ ସମୟ ବିତାଇଛନ୍ତି । ସେମାନଙ୍କ ସହିତ ସମୟ ବିତାଇବା ସହିତ ଅଟୋଗ୍ରାଫ ମଧ୍ୟ ଦେଇଛନ୍ତି । ଏହାସହିତ ୨୦ ଜଣ ଗ୍ରାଉଣ୍ଡ ଷ୍ଟାଫଙ୍କୁ ନଗଦ ପୁରସ୍କାର ମଧ୍ୟ ଦେଇଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି ।

ଧୋନିଙ୍କ ସହିତ ଦେଖା ହୋଇ ଅଟୋଗ୍ରାଫ ନେଇ ଗ୍ରାଉଣ୍ଡ ଷ୍ଟାଫ ସଦସ୍ୟ ଭାବୁକ ହୋଇଛନ୍ତି । ଧୋନିଙ୍କ ସହିତ ଦେଖା ହେବାର ଖୁସି ସେମାନଙ୍କ ମୁହଁରେ ଦେଖିବାକୁ ମିଳିଛି। ଏହି ସମୟରେ ଧୋନିଙ୍କ ସହିତ ସେମାନେ କଥାବାର୍ତ୍ତା ମଧ୍ୟ ହୋଇଛନ୍ତି । ଧୋନି ସେମାନଙ୍କୁ ଦେଖା ହେବା ପରେ ସମସ୍ତଙ୍କୁ ଲଫାଫାରେ ନଗଦ ପୁରସ୍କାର ମଧ୍ୟ ଦେଇଛନ୍ତି ।

Related posts

ଏହି ସିରିଜରେ ଫେରି ପାରନ୍ତି ଭାରତର ତିନିଜଣ ଖେଳାଳି

Odisha Sports Bureau

ଆଇପିଏଲରେ ଓଡିଆ ଭାଷାରେ ହେବନି କମେଣ୍ଟ୍ରି

Odisha Sports Bureau

ହର୍ଷିତ ରାଣା ହେଲେ ଅଧିନାୟକ, ପ୍ରଥମ ଥର ପାଇଁ ପାଇଲେ ଏହି ଦାୟିତ୍ୱ

Odisha Sports Bureau