Cricket

ଭାରତ ଛାଡିବା ପୂର୍ବରୁ ମୁହଁ ଖୋଲିଲେ ନବୀନ ଉଲ ହକ୍

ମୁମ୍ବାଇ ଇଣ୍ଡିଆନ୍ସ ଏଲିମେନେଟର ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୮୧ ରନରେ ହରାଇଛି । ଲକ୍ଷ୍ନୌ ଲଗାତାର ଦୁଇଥର ଆଇପିଏଲ୍‌ ପ୍ଲେ ଅଫରେ ପହଞ୍ଚିବା ପରେ ମଧ୍ୟ ଟ୍ରଫି ଜିତିବାର ଆଶା ମଉଳିଯାଇଛି । ଲକ୍ଷ୍ନୌ ଟିମର ଖେଳାଳି ନବୀନ ଉଲ ହକ୍‌ କ୍ରିକେଟ ମଇଦାନରେ ହେଉ ଅବା ସୋସିଆଲ ମିଡିଆରେ ଏମିତି କିଛି ପୋଷ୍ଟ କରନ୍ତି, ଯେଉଁଥିପାଇଁ ଭାରତୀୟ ଫ୍ୟାନ୍ସ ନିରାଶ ହୋଇଛନ୍ତି । ଆଇପିଏଲ୍‌ ୨୦୨୩ରେ ନବୀନ ଉଲ ହକ ଏବଂ ବିରାଟଙ୍କ ମଧ୍ୟରେ ହୋଇଥିବା ବିବାଦକୁ ନେଇ ଏମିତି କିଛି ପୋଷ୍ଟ କରନ୍ତି, ଯେଉଁଥିପାଇଁ ଭାରତୀୟ ଫ୍ୟାନ୍ସ ତାଙ୍କ ଉପରେ ରାଗିଯାଇଛନ୍ତି ।

ନବୀନ କହିଛନ୍ତି, ବୁଧବାର ଷ୍ଟାଡିୟମରେ କୋହଲି, କୋହଲି ନାରାର ମଜା ଉଠାଇଥିଲେ । ତାଙ୍କ କହିବା ମୁତାବକ, ଏମିତି କରିବା ଦ୍ୱାରା ତାଙ୍କୁ ଟିମ୍‌ ପାଇଁ ଭଲ ଖେଳିବାର ମନୋବଳ ମିଳିଥିଲା । ମଇଦାନରେ ବିରାଟ ହେଉ ଅବା କାହା ନାଁ ନେଇ ଲୋକେ ଡାକନ୍ତି, ତା ମୋର ପସନ୍ଦ । ମୁଁ ମୋ ଟିମ ପାଇଁ ଭଲ ଖେଳିବାକୁ ଚାହେଁ । ଅନ୍ୟ କୌଣସି ଜିନିଷ ବିଷୟରେ ଚିନ୍ତା କରେ ନାହିଁ । ମୁଁ କେବଳ ନିଜ କ୍ୟାରିଅର ପ୍ରତି ଧ୍ୟାନ ଦିଏ । ଦର୍ଶକ କାହା ନାରା ଲଗାନ୍ତୁ କିମ୍ବା ଅନ୍ୟ କିଛି କୁହନ୍ତି, ମୋ ଉପରେ ଏସବୁ କିଛି ପ୍ରଭାବ ପକାଏ ନାହିଁ । ଜଣେ ଖେଳାଳି ଭାବେ ଆପଣଙ୍କୁ ଏମିତି ଆଗକୁ ବଢିବାକୁ ହେବ । ଆପଣ ନିଜ ଟିମ୍‌ ପାଇଁ ଖେଳିବେନି, ତେବେ ଫ୍ୟାନ୍ସ ଆପଣଙ୍କୁ ଘୃଣା କରିବେ । ଯେତେବେଳେ ଆପଣ ଟିମ୍‌ ପାଇଁ ଭଲ ଖେଳିବେ, ତେବେ ଆପଣଙ୍କୁ ସବୁ ଉତ୍ସାହିତ କରିବେ । ଏହାର ଖେଳର ଅଂଶ ।

Related posts

ଲଙ୍କା ଲିଗ ମ୍ୟାଚ ଚାଲିଥିବା ସମୟରେ ଫିଲ୍ଡ ଭିତରେ ପସିଲା ସାପ

Odisha Sports Bureau

ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ଅଭ୍ୟାସ ଆରମ୍ଭ କଲେ ଗିଲ୍

Odisha Sports Bureau

ନୂଆ ଅଧିନାୟକ ସନ୍ଧାନରେ ଲକ୍ଷ୍ନୌ ସୁପର ଜିଆଣ୍ଟସ

Odisha Sports Bureau