Cricket

ସୋସିଆଲ ଲାଇଫରୁ ଦୂରେଇ ରହୁଛନ୍ତି ବିରୁଷ୍କା

ମୁମ୍ବାଇ:ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଯୋଡି ବେଶ୍ ଚର୍ଚ୍ଚିତ । ଦୁହିଁଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳିଥାଏ। ନିକଟରେ ଦୁହେଁ ଇଣ୍ଡିଆନ ସ୍ପୋଟର୍ସ ଓନର୍ସର ରେଡ କାରପେଟରେ ଏକାଠି ନଜର ଆସିଥିଲେ । ଏହି ସମୟରେ ବିରାଟ ଏବଂ ଅନୁଷ୍କା ନିଜ ସଂପର୍କକୁ ନେଇ ଅନେକ ଖୁଲାସା କରିଥିଲେ ।
ତେବେ ଏନେଇ ବିରୁଷ୍କା କହିଛନ୍ତି ଛୁଆ ହେବା ପରେ ଅନେକ କାମରୁ ନିଜକୁ ବିରତି ନେବାକୁ ପଡେ । ପାର୍ଟି କିମ୍ବା ସୋସିଆଲ ଲାଇଫରୁ ଦୂରେଇ ରହିବାକୁ ପଡେ । ଘରେ ସମୟ ବିତାଇବାକୁ ପଡେ । ପରସ୍ପରକୁ ସମୟ ଦେଉ । ତେଣୁ ବାହାରକୁ ଯିବାକୁ ଚାହୁଁନାହୁଁ । ନିଜ ପରିବାର ସହିତ ସମୟ ବିତାଇବାର ମଜା ନିଆରା ।
ଅନୁଷ୍କା କହିଛନ୍ତି, ବିରାଟଙ୍କର ବିଚକ୍ଷଣ ବୁଦ୍ଧି । ସେ ଅନେକ ଜିନିଷକୁ ମନେ ରଖନ୍ତି । କିନ୍ତୁ ବେଳେ ବେଳେ ଛୋଟ ଛୋଟ ଜିନିଷ ଭୁଲିଯାଆନ୍ତି । ବିରାଟଙ୍କୁ ଅନୁଷ୍କା କିଛି ଖାସ୍ ତାରିଖ ମନେ ରଖିବାକୁ କୁହନ୍ତି । ଆଉ ବିରାଟଙ୍କର ଏଭଳି ଅନ୍ଦାଜ ଅନୁଷ୍କାଙ୍କୁ ପସନ୍ଦ ମଧ୍ୟ ଆସିଥିଲା ।

Related posts

ହାର୍ଦ୍ଦିକଙ୍କୁ ଅଧିନାୟକ ପଦରୁ ହଟାଇବା ନେଇ ବିଭିନ୍ନ ସ୍ତରରୁ ଦାବି

Odisha Sports Bureau

ମହିଳା ପ୍ରିମିୟର ଲିଗର ଉଦଘାଟନୀ ମ୍ୟାଚରେ ଦିଲ୍ଲୀକୁ ହରାଇଲା ମୁମ୍ବାଇ

Odisha Sports Bureau

ଆଇସିସି ରାଙ୍କରେ ଶ୍ରେଷ୍ଠରେ ଇଶାନ କିଷନ, ତୃତୀୟରେ ଶୁଭମନ ଗିଲ୍

Odisha Sports Bureau