Cricket

ଲଙ୍କା ଲିଗ ମ୍ୟାଚ ଚାଲିଥିବା ସମୟରେ ଫିଲ୍ଡ ଭିତରେ ପସିଲା ସାପ

ଲଙ୍କା ଲିଗ ମ୍ୟାଚ ଚାଲିଥିବା ସମୟରେ ଫିଲ୍ଡ ଭିତରେ ପସିଲା ସାପ । କଲମ୍ବୋର ଆର ପ୍ରେମଦାସ ଷ୍ଟ୍ରାଡିୟମରେ ଚାଲିଥିବା ମ୍ୟାଚରେ ଏକ ବିରାଟ କାୟ ସାପ ଦେଖିବାକୁ ମିଳିଥିଲା । ତେଣୁ କିଛି ସମୟ ପାଇଁ ମଧ୍ୟ ମ୍ୟାଚକୁ ସ୍ତଗିତ କରିବାକୁ ପଡିଥିଲା । ତେବେ ମ୍ୟାଚ ସମୟରେ ସାପ ପଶିଯିବାରୁ ଖେଳାଳି ସମେତ ଦର୍ଶକ ମଧ୍ୟ ଭୟଭିତ ହୋଇପଡିଥିଲେ । ପଡିଆ ମଧ୍ୟରେ ସପ ଦେଖି ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲହସନ କିଛି ସମୟ ପାଇଁ ଚକିତ ହୋଇପଡିଥିଲେ । ସୂଚନା ଅନୁଯାୟୀ, ଶ୍ରୀଲଙ୍କା ଘରୋଇ କ୍ରିକେଟ ଲିଗରେ ୨ୟ ମ୍ୟାଚରେ ଦାମ୍ବୁଲା ଓରା ଟିମ ଦେଇଥିବା ୧୮୧ରନକୁ ପିଛା କରୁଥିଲା ଗେଲ ଟାଇଟନ୍ସ ।ତେବେ ଏହି ମ୍ୟାଚର ୪ର୍ଥ ଓଭର ଖେଳ ଚାଲିଥିବା ବେଳେ ପଡିଆମଧ୍ୟକୁ ପଶିଯାଇଥିଲା ଏକ ବିରାଟ କାୟ ସାପ । ଗେଲ ଟାଇଟନ୍ସର ଶାକିବ ଅଲ ହସନ ପ୍ରଥମ ଓଭର ବୋଲିଂ କରିବାକୁ ଯାଉଥିବା ବେଳେ ବାଉଣ୍ଡ୍ରୀ ଲାଇନ ପାଖରେ ସାପକୁ ଦେଖିଥିଲେ । ପରେ ସେ ଅମ୍ପାୟରକୁ ସୂଚନା ଦେଇଥିଲେ । ଏହା ପରେ କିଛି ସମୟ ଖେଳକୁ ରୋକାଯାଇ ସାପକୁ ପଡିଆରୁ ବାହାର କରାଯାଇଥିଲା । ଏ ନେଇ ମଜାଦାର ଟ୍ଵିଟ୍ କରିଛନ୍ତି ଦିନେଶ କାର୍ତ୍ତିକ ।

 

Related posts

ବିଶ୍ୱକପ୍ ୨୦୨୩: ଆୟୋଜକ ଷ୍ଟେଟ୍ ଆସୋସିଏସନକୁ ଚିଠି କଲା ବିସିସିଆଇ

ସିରିଜ କବଜା କଲା ଭାରତ

Odisha Sports Bureau

ୱାର୍ଲଡ ଟେଷ୍ଟ ଚାମ୍ପିୟନଶିପ୍ ମୁକାବିଲାରେ ପୂର୍ବତନ ପେସର ଜାଭାଗଲ ଶ୍ରୀନାଥ ମ୍ୟାଚ ରେଫରି