Wrestling

କୁସ୍ତିଯୋଦ୍ଧାଙ୍କ ଉପରେ ଦିଲ୍ଲୀ ପୋଲିସର ଅତ୍ୟାଚାର; ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ତେଜୁଛି କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ । ଦିଲ୍ଲୀ ଜନ୍ତରମନ୍ତରରେ ପୋଲିସ ଏବଂ ରେସଲର ମୁହାଁମୁହିଁ । ଗୋଟିଏ ପଟେ ନୂଆ ସଂସଦ ଭବନ ଉଦଘାଟନ ହୋଇଥିବା ବେଳେ ଏପଟେ ଜନ୍ତରମନ୍ତରରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ପୋଲିସ ବନ୍ଦ କରିଦେଇଛି । । ଯେଉଁ ରେସଲରମାନେ ଦେଶ ପାଇଁ ଗୌରବ ଆଣିଛନ୍ତି, ତାଙ୍କୁ ରାଜରାସ୍ତାରେ ପୋଲିସ ର ଜୁଲମର ଶିକାର ହେବାକୁ ପଡିଛି। ଦେଶର ରାଜଧାନୀ ଦିଲ୍ଲୀର ଗୋଟିଏ ପଟେ ବେଶ ଧୂମଧାମରେ ନୂଆ ସଂସଦ ଭବନର ଉଦଘାଟନ କରାଯାଉଥିବା ବେଳେ ଅନ୍ୟପଟେ ଭାରତ ପାଇଁ ପଦକ ଜିତିଥିବା ଷ୍ଟାର ରେସଲରମାନଙ୍କୁ ପୋଲିସ ଉଠାଇ ନେଇଛି। ଦେଶ ପାଇଁ ପଦକ ଜିତିଥିବା ଭିନେଶ ଫୋଗଟ, ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆଙ୍କ ଭଳି ଅନେକ ରେସଲର ସଂସଦ ଅଭିମୁଖେ ଯାଉଥିବା ବେଳେ ପୋଲିସ ସେମାନଙ୍କ ରାସ୍ତାରେ ବାଧା ସୃଷ୍ଟି କରିବା ସହ ସେମାନଙ୍କୁ ଅଟକ ରଖିଛି। ଦିଲ୍ଲୀର ଜନ୍ତରମନ୍ତରରୁ ସଂସଦ ଭବନରେ ଆଗରେ ମହାପଂଚାୟତ କରିବାକୁ ଯିବା ବେଳେ କୁସ୍ତି ଯୋଦ୍ଧାଙ୍କୁ ବାଟରେ ଅଟାକାଇଥିଲା ପୋଲିସ ।
ହେଲେ ବ୍ୟାରିକେଡ ଡେଇଁ କୁସ୍ତିଯୋଦ୍ଧା ମାନେ ଆଗକୁ ମାଡିଚାଲିବାରୁ ସେମାନଙ୍କୁ ଉଠାଇନେଇଥିଲା ପୋଲିସ । ଦିଲ୍ଲୀ ପୋଲିସ କୁସ୍ତିଯୋଦ୍ଧାଙ୍କୁ ରାସ୍ତାରେ ଗଡାଇ, ତଡାଇ, ଘୋଷାଡି ନେଉଯାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ନିର୍ୟାତନା ଅଭିଯୋଗ ଆଣିବା ସହ ତାଙ୍କୁ ଗିରଫ ଦାବିରେ ସଂସଦ ଭବନ ଆଡକୁ ଶୋଭା ଯାତ୍ରାରେ ଯାଇଥିଲେ କୁସ୍ତିଯୋଦ୍ଧା । ହେଲେ ଅଧ ବାଟରେ ଅଟକାଇଥିଲା ପୋଲିସ । ଯାହାକୁ ନେଇ ସେଠାରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା, ଉତ୍ତେଜନା ବଢିଥିଲା ।


କୁସ୍ତିଯୋଦ୍ଧାଙ୍କୁ ଗିରଫ ପରେ ପୋଲିସ ଜନ୍ତରମନ୍ତରରୁ ଟେଣ୍ଟ ହଟାଇ ଦେଇଛି । ତେଣୁ କୁସ୍ତି ଯୋଦ୍ଧା ଜନ୍ତରମନ୍ତରେ ପୁଣି ଥରେ ଧାରଣା ଦେଇପାରିବେ ନାହିଁ ବୋଲି କୁହାଯାଉଛି । କୁସ୍ତି ଯୋଦ୍ଧାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିବା ଘଟଣାକୁ ନେଇ କେନ୍ଦ୍ରକୁ ଘେରିଛନ୍ତି ବିରୋଧୀ । ରାହୁଲ ଗାନ୍ଧୀ ଟୁଇଟ କରି ଲେଖିଛନ୍ତି ରାଜ୍ୟାଭିଷେକ ପୂରା ହେଲା, ଅହଂକାରୀ ରାସ୍ତାରେ ଦଳି ଦେଉଛି ଜନତାଙ୍କ ସ୍ୱର । ଆମ ଆଦମୀ ପାର୍ଟି ସାଂସଦ ସଂଜୟ ସିଂ ଟୁଇଟ କରି ଲେଖିଛନ୍ତି ଗୋଟିଏ ପଟେ ଲୋକତନ୍ତ୍ରର ବଡ ମନ୍ଦିର ସଂସଦର ଉଦଘାଟନ । ଅନ୍ୟପଟେ ଗଣତନ୍ତ୍ରର ସମାପନ । ତେବେ ଅନ୍ୟ କୁସ୍ତିଯୋଦ୍ଧା ମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାକୁ ଅଧିକାର ଦର୍ଶାଇବା ସହ ପୁଲିସ ତାଙ୍କୁ ଦେଶବିରୋଧୀ କହିଥିବାର ଅଭିଯୋଗ ଆଣିଛନ୍ତି ।

Related posts

ମଲ୍ଲ ଯୋଦ୍ଧା ରିତୁ ଫୋଗତ ଟପ୍ ରୁ ବାହାର

Odisha Sports Bureau

ମହିଳା ପହିଲିବାନ୍ ବିନେଶ ଫୋଗାଟ ଇତିହାସ ରଚିଲେ

Odisha Sports Bureau

ପ୍ରତିବାଦ ଶେଷ କରି ଆଇନ-ଶୃଙ୍ଖଳା ଉପରେ ବିଶ୍ୱାସ ରଖ: ଅନୁରାଗ ଠାକୁର