ଗତକାଲି ଆଇପିଏଲ ଫାଇନାଲ ମ୍ୟାଚରେ ରେ ବର୍ଷା ସାଜିଥିଲା ବାଧକ । ବର୍ଷା ପାଇଁ ମ୍ୟାଚ୍ ବାତିଲ୍ ହୋଇଥିିଲା ଆଜି ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ- ଚେନ୍ନାଇ ସୁପର କିଙ୍ଗସ୍ । ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବାର୍ଷା ଯୋଗୁଁ ଖେଳ ଆରମ୍ଭ ହୋଇପାରି ନଥିଲା । ରାତି ୧୧ଟା ସୁଦ୍ଧା ବର୍ଷା ଛାଡ଼ିଥିଲେ ଖେଳାଯିବାର ସମ୍ଭାବନା ଥିଲା । ହେଲେ ବର୍ଷା ନଛାଡ଼ିବାରୁ ଆଜି ଖେଳାଯିବ ଫାଇନାଲ୍ ମ୍ୟାଚ୍ ।
ଆଜି କିଏ ଜିତିବ ଆଇପିଏଲ । କାହା ଦଳକୁ ଯିବ ଆଇପିଏଲ ଟ୍ରଫି । ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ ନା ୪ ଥର ଚାମ୍ପିଅନ୍ ଚେନ୍ନାଇ ସୁପରକିଙ୍ଗସ୍ । ଉଭୟ ଟିମ୍ ଆଇପିଏଲ୍ ଓପେନିଂ ମ୍ୟାଚ୍ ଖେଳିଥିଲେ । ସେହିପରି ଫାଇନାଲ୍ ପୂର୍ବରୁ ଖେଳିଥିଲେ ପ୍ରଥମ କ୍ୱାଲିଫାୟାର ମ୍ୟାଚ୍ । ଏବେ ଫାଇନାଲ୍ରେ ଟାଇଟଲ୍ ପାଇଁ ଲଢ଼ିବେ । ତେଣୁ ଆଜି ବିଗ୍ ଫାଇଟ୍ ହେବ । ପଞ୍ଚମ ଥର ଚାମ୍ପିଅନ୍ ଲକ୍ଷ୍ୟରେ ମୈଦାନାକୁ ଓହ୍ଲାଇବ ଟିମ୍ ଧୋନି । ଅନ୍ୟପଟେ ଲଗାତାର ଦ୍ୱିତୀୟ ଥର ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଛି ପାଣ୍ଡ୍ୟା ବାହିନୀ । ଚଳିତ ସିଜିନରେ ଚେନ୍ନାଇ ତୁଳନାରେ ଗୁଜରାଟର ପଲ୍ଲା ଭାରି ରହିଛି ।
ଜବରଦସ୍ତ ଫର୍ମରେ ଥିବା ଶୁଭମନ୍ ଗିଲ୍ ଚେନ୍ନାଇ ବୋଲରଙ୍କ ପାଇଁ କାଳ ହୋଇପାରନ୍ତି । ଚଳିତ ସିଜିନରେ ୩ଟି ସେଞ୍ଚୁରୀ ଓ ୫ଟି ଅର୍ଦ୍ଧଶତକ ସହ ମୋଟ୍ ୮୫୧ ରନ୍ କରିଛନ୍ତି । ତାଙ୍କ ବ୍ୟାଟ୍ ଚାଲିଲେ ଅଟକାଇବା ଚେନ୍ନାଇ ବୋଲରଙ୍କ ପାଇଁ ମୁସ୍କିଲ ହେବ । ଉଭୟ ଦଳ ବ୍ୟାଟିଂ ଓ ବୋଲିଂର ପାଓ୍ଵାର ହାଉସ୍ । ଅନ୍ୟପଟେ ଆଇପିଏଲ୍ ରେକର୍ଡ କହୁଛି ବର୍ତ୍ତମାନ ସୁଦ୍ଧା କ୍ୱାଲିଫାୟାର-୧ ଖେଳିଥିବା ଟିମ୍ ଫାଇନାଲ୍ ମୁକାବିଲା ଖେଳିଛନ୍ତି । ବିଜୟୀ ଟିମ୍ ହୋଇଛି ଚାମ୍ପିଅନ୍ । ଏଥର ଇତିହାସର ପୁନରାବୃତ୍ତି ହେବ କି ନାହିଁ ତାଉପରେ ନଜର ।
ଯେହେତୁ ଆଇପିଏଲ ଟେବୁଳ ତାଲିକାରେ ଗୁଜରାଟ ଏକ ନମ୍ବରରେ ରହିଛି ତେଣୁ