Cricket

ଅବସର ନେବେ ନାହିଁ ଧୋନି

ନୂଆଦିଲ୍ଲୀ: ସିଏସକେ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଆଇପିଏଲରୁ ଅବସର ନେବେ ନାହିଁ ମହେନ୍ଦ୍ର ସିଂ ଧୋନି । ଗତକାଲି ଚେନ୍ନାଇ ଆଇପିଏଲ ୨୦୨୩ର ବିଜୟ ମୁକୁଟ ପିନ୍ଧିଲା ପରେ ଆଗକୁ ୨୦୨୪ ଆଇପିଏଲ ଖେଳିବା ନେଇ ସଙ୍କେତ ଦେଇଛନ୍ତି ମାହି । ଷଷ୍ଠଥର ଟ୍ରଫି ହାତେଇବା ଲକ୍ଷ୍ୟରେ ଆସନ୍ତା ବର୍ଷ ପଡିଆକୁ ଓହ୍ଲାଇବେ ବୋଲି ଧୋନି କହିଛନ୍ତି । ଗତଥରର ବିଜେତା ଗୁଜରାଟ ଟାଇଟନ୍ସକୁ ୫ ଓ୍ଵିକେଟରେ ପରାସ୍ତ କରି ଟ୍ରଫି ହାସଲ କରିଛି ଚେନ୍ନାଇ । ପୂର୍ବରୁ ଚେନ୍ନାଇ ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ରେ ଆଇପିଏଲ ବିଜେତା ହୋଇଥିଲା । ଫ୍ୟାନ୍ମାନଙ୍କ ପାଇଁ ସେ ଆଉ ଗୋଟିଏ ସିଜିନ ଖେଳିବେ ବୋଲି ଧୋନି ଗ୍ରୀନ ସିଗନାଲ ଦେଇଛନ୍ତି । ପୂର୍ବରୁ ୨୦୨୩ ଆଇପିଏଲ ଧୋନିଙ୍କ ଶେଷ ଆଇପିଏଲ ବୋଲି ଚର୍ଚ୍ଚା ହେଉଥିଲା । ଏବେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଛନ୍ତି ଧୋନି।

Related posts

ୱାର୍ଣ୍ଣରଙ୍କୁ ଆଉ ଟେଷ୍ଟ ଜର୍ସିରେ ଦେଖିବାକୁ ପାଇବେନି ଦର୍ଶକ

Odisha Sports Bureau

BCCI ଓ୍ଵାନଡେ ଟିମରେ ସାମିଲ ହେଲେ ରିଙ୍କୁ ସିଂ

ରେକର୍ଡ ଭାଙ୍ଗିଲା Disney+Hotstar : ସେମି ଫାଇନାଲ ସମୟରେ ଭ୍ୟୁଅର୍ସ ସଂଖ୍ୟା ୫.୩ କୋଟିରେ ପହଞ୍ଚିଲା

Odisha Sports Bureau