Cricket

ମହିଳା ଦିବସରେ ମହିଳା ଟି-୨୦ ଫାଇନାଲ ମ୍ୟାଚ

(ଓଡ଼ିଶା ସ୍ପୋର୍ଟ): ଆଜି ମହିଳା ଟି-୨୦ ଅନ୍ତର୍ଜାତୀୟ ବିଶ୍ୱକପର ଫାଇନାଲ ମ୍ୟାଚ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି। ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ପାଇଁ ପ୍ରବେଶ କରିଥିବାରୁ ଭାରତୀୟ କ୍ରିକେଟ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି।
ଏହା ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ଭାରତୀୟ ମହିଳା ଦଳ ମଜବୁତ ଥିବା ବେଳେ ଟୁର୍ଣ୍ଣାମେଣ୍ଟର ୬ ଥର ବିଜେତା ଅଷ୍ଟ୍ରେଲିଆ ମଧ୍ୟ ଭଲ ଫର୍ମରେ ଥିବାରୁ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଛି। ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ ଆଜି ଅପରାହ୍ନ ସାଢ଼େ ୧୨ଟାରୁ ଆରମ୍ଭ ହେବ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଉଭୟ ଭାରତୀୟ ଓ ଅଷ୍ଟ୍ରେଲିୟ ମହିଳା ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନିଜର ଶୁଭେଚ୍ଛା ବାର୍ତ୍ତାକୁ ଟୁଇଟର ମାଧ୍ୟମରେ ଜଣାଇଛନ୍ତି । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମୋଦୀ ଟୁଇଟରରେ କହିଥିଲେ, ଏମସିଜିରେ ମ୍ୟାଚ ହେବ । ଉଭୟ ଟିମକୁ ଶୁଭେଚ୍ଛା ଜଣାଉଛି ବୋଲି ସେ ଟୁଇଟ କରିଛନ୍ତି ।

Related posts

ଆଇପିଏଲ ପରେ ସୂର୍ଯ୍ୟଙ୍କୁ ଝଟକା, ଦଳରୁ ପଡିପାରନ୍ତି ବାଦ୍

Odisha Sports Bureau

ଏଜ୍‌ବାଷ୍ଟନ୍‌ରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‌ ପୂର୍ବରୁ ଭାରତୀୟ ଦଳର ଅଭ୍ୟାସ ଶିବିରରେ ହରପ୍ରୀତ ବ୍ରାର୍‌ଙ୍କୁ ଗେଷ୍ଟ୍‌ ବୋଲର ଭାବେ ସାମିଲ କରାଯାଇଛି

ପ୍ରଥମ କ୍ୱାଲିଫାୟରରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ ଓ ୪ଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗସ୍ ସାମ୍ନାସାମ୍ନି ହେବେ