Tennis

ସାନିଆଙ୍କ ନେତୃତ୍ୱରେ ଭାରତୀୟ ଟେନିସ୍ ଖେଳାଳିଙ୍କ ରେକର୍ଡ

(ଓଡିଶା ସ୍ପୋର୍ଟସ): ଟେନିସ୍ ଷ୍ଟାର ସାନିଆ ମିର୍ଜାଙ୍କ ନେତୃତ୍ୱରେ ଭାରତୀୟ ଫେଡ କପ୍ ଟିମ୍ ଇତିହାସ ରଚିଛନ୍ତି । ଇଣ୍ଡୋନେସଆକୁ ୨-୧ପରାସ୍ତ କରି ପ୍ରଥମଥର ପାଇଁ ଭାରତ ବିଶ୍ୱଗୃପ୍ ପ୍ଲେଅଫ୍ ପଇଁ କ୍ୱାଇଫାଇ କରିନେଇଛନ୍ତି । । ମହିଳା ଯୁଗୋଲରେ ସାନିଆ ମିର୍ଜା ଏବଂ ଅଙ୍କିତାଙ୍କ ଯୋଡି ଅଦ୍ଲିୟା ସୁତଜିଆଡି ଏବଂ ନୁଗ୍ରିହୋଙ୍କୁ ୭-୬(୪), ୬-୦ରେ ପରାସ୍ତ କରି ଭାରତୀୟ ଟିମ୍ର ପ୍ଲେଅଫ୍ରେ ସ୍ଥାନ ସୁନିଶ୍ଚିତ କରିଛନ୍ତି । ଏବେ ଭାରତର ସାମ୍ନା ଲେତବି ବା ନେଦରଲ୍ୟାଣ୍ଡ ସହିତ ଅପ୍ରେଲରେ ହେବ । ୪ ବର୍ଷ ପରେ ଫେଡ୍ କପ୍ରେ ପ୍ରତ୍ୟାବର୍ତ୍ତନ କରିଥିବା ସାନିଆଙ୍କ ଠାରୁ ଭାରତୀୟ ଯୁବ ଖେଳାଳିଙ୍କୁ ଉତ୍ସାହ ଦେଖିବାକୁ ମିଳିଛି । ଅଙ୍କିତା ରାଇନା ଭାରତକୁ ପ୍ରତ୍ୟାବର୍ତ୍ତନ କରି ରିତୁଜା ଭୋସଲେଙ୍କ ଉଲଟଫେରର ଶୀକାର ହେବା ପରେ ଆଲଡିଲା ସୂଟଜିଆଜିଙ୍କ ବିପକ୍ଷରେ ଜିତିଥିଲେ ।ଏହା ପୁର୍ବରୁ ଟୁର୍ଣ୍ଣାମେଣ୍ଟର ଶେଷ ଦୁଇଟି ସିଙ୍ଗଲ୍ସ୍ ହରାଇଥିବା ଅଙ୍କିତା ଦ୍ୱିତୀୟ ମ୍ୟାଚରେ ଅତି ସହଜରେ ସୁଟଜିଆଡିଙ୍କୁ ପରାସ୍ତ କରିଥିଲେ । ବିଶ୍ୱ ମାନ୍ୟତାରେ ୧୬୦ ସ୍ଥାନ ପାଇଥିବା ଭାରତୀୟ ଖେଳାଳି ସୁଟଜିଆଡିଙ୍କୁ ୬-୩,୬-୩ରେ ପରାସ୍ତ କରି ୧-୧ ସ୍କୋର କରିଦେଲେ । ଏହା ପୁର୍ବରୁ ଋତୁଜାଙ୍କୁ ଆଇଟିଏଫ୍ ଜୁନିୟର ସକିଟରେ ୧୫ତମ ର୍ୟାଙ୍କିଙ୍ଗ୍ ପ୍ରାପ୍ତ ପ୍ରିସ୍କା ମେଡଲିନ୍ ନୁଗ୍ରୋହଙ୍କୁ ପରାସ୍ତ କରି ବାଜି ପଲଟାଥିଲେ । ରିତୁଜାଙ୍କୁ ଆଇଟିଏଫ୍୍ ଜୁନିୟର ସର୍କିଟରେ ୧୫ତମ ମନ୍ୟତାପ୍ରାପ୍ତ ୧୬ ବର୍ଷିୟ ଖଳାଳିଙ୍କଠାରୁ ୧ଘଣ୍ଟା ୪୩ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ଏହି ମୁକାବିଲାରେ ୩-୬, ୬-୦, ୩-୬ରେ ପରାଜୟା ସାମ୍ନା କରିବାକୁ ପଡିଥିଲା ।

Related posts

ୟୁଏସ୍ ଓପନ୍: ନୋଭାକ ଜୋକୋଭିକ୍ କ୍ରୋଧିତ ହୋଇ ଲାଇନ୍ ଜଜଙ୍କୁ ମାରିଲେ ବଲ୍

Odisha Sports Bureau

ଅଷ୍ଟ୍ରେଲିଆ ଓପନର ପ୍ରଥମ ପର୍ଯ୍ୟାୟରେ ପ୍ରଜନେସକୁ ମିଳିଲା ପରାଜୟ

Odisha Sports Bureau

କିଟ୍ ମହିଳା ଟେନିସ ଦଳର ବିଜୟରୁ ଅଭିଯାନ ଆରମ୍ଭ

Odisha Sports Bureau