Cricket

ଏଜ୍‌ବାଷ୍ଟନ୍‌ରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‌ ପୂର୍ବରୁ ଭାରତୀୟ ଦଳର ଅଭ୍ୟାସ ଶିବିରରେ ହରପ୍ରୀତ ବ୍ରାର୍‌ଙ୍କୁ ଗେଷ୍ଟ୍‌ ବୋଲର ଭାବେ ସାମିଲ କରାଯାଇଛି

ନୂଆଦିଲ୍ଲୀ-: ହରପ୍ରୀତ ବ୍ରାର୍‌ଙ୍କୁ ଭାରତୀୟ ଦଳର ଅଭ୍ୟାସ ଶିବିରରେ ଦେଖିବାକୁ ମିଳିଛି  । ଏଜ୍‌ବାଷ୍ଟନ୍‌ରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‌ ପୂର୍ବରୁ ନେଟ୍ସ ଲାଗି ତାଙ୍କୁ ଗେଷ୍ଟ୍‌ ବୋଲର ଭାବେ ସାମିଲ କରାଯାଇଛି । ଏଜ୍‌ବାଷ୍ଟନ୍‌ରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‌ ପୂର୍ବରୁ ନେଟ୍ସ ଲାଗି ତାଙ୍କୁ ଗେଷ୍ଟ୍‌ ବୋଲର ଭାବେ ସାମିଲ କରାଯାଇଛି । ଭାରତୀୟ ଅଧିନାୟକ ତଥା ପଞ୍ଜାବରେ ଜନ୍ମିତ ଶୁବମନ ଗିଲ୍‌ଙ୍କ ଅନୁରୋଧରେ ସେ ବି ନେଟ୍ସରେ ଯୋଗ ଦେଇ ବୋଲିଂ ଆରମ୍ଭ କରି ଦେଇଛନ୍ତି । ‌ତାଙ୍କୁ କେବଳ ଅଭ୍ୟାସ ଉଦ୍ଦେଶ୍ୟରେ ସାମିଲ କରାଯାଇଥିବାରୁ ସେ ଅଣଦଳୀୟ ପୋଷାକ ପିନ୍ଧି ବୋଲିଂ କରୁଥିବା ଦେଖିବାକୁ ମିଳିଛି ।

ବିସିସିଆଇ ବ୍ରାର୍‌ଙ୍କ ଅଭ୍ୟାସ ଅଧିବେଶନର ଏକ ଭିଡିଓ ପୋଷ୍ଟ କରିଛି। ଯେଉଁଥିରେ ବ୍ରାର୍‌, ପତ୍ନୀଙ୍କ ଘରୋଇ ସହର ସ୍ବିଡେନ୍‌ରେ ଥିବା ଉଲ୍ଲେଖ କରିବା ସହ ଅଧିନାୟକ ‌ଗିଲ୍‌ଙ୍କ ମେସେଜ୍‌ ପାଇବା ପରେ ସେ ତା’ପରଦିନ ଭାରତୀୟ ‌ଦଳର ଅଭ୍ୟାସ ଅଧିବେଶନରେ ଯୋଗ ଦେଇଥିବା କହିଛନ୍ତି। ‘‘ମୋ ପତ୍ନୀର ଘର ସ୍ବିଡେନ୍‌। ଏହା ବର୍ମିଂହାମ୍‌ର ଅତି ନିକଟରେ। ମାତ୍ର ୧-୧.୫ ଘଣ୍ଟା ସମୟ ଲାଗୁଛି। ଶୁବମନ ମତେ କାଲି ମେସେଜ୍‌ କଲେ। ତେଣୁ ମୁଁ ବର୍ମିଂହାମକୁ ଆସିଲି ଏବଂ ଅଭ୍ୟାସ କଲି’’ ବୋଲି ଏହି ଭିଡିଓରେ ସେ କହିଛନ୍ତି।

Related posts

ଦଳକୁ ଫେରିବେ କ୍ରିକେଟର ଧନୁଷ୍କା ଗୁଣତିଲକା; ପ୍ରତିବନ୍ଧକ ହଟାଇଲା ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ

Odisha Sports Bureau

ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ

Odisha Sports Bureau

ICC ରାଙ୍କିଙ୍ଗରେ ଶେଷ ହୋଇଛି ରୋହିତ ଶର୍ମାଙ୍କ ପ୍ରାଧାନ୍ୟ…

Odisha Sports Bureau