Cricket

ଭାରତୀୟ ମହିଳା କ୍ରିକେଟ ଦଳର ସ୍ମୃତି ମାନ୍ଧାନା ବିରଳ ରେକର୍ଡର ଅଧିକାରିଣୀ ହୋଇଛନ୍ତି

ନୂଆଦିଲ୍ଲୀ-: ଭାରତୀୟ ମହିଳା କ୍ରିକେଟ ଦଳର ସ୍ମୃତି ମାନ୍ଧାନା ବିରଳ ରେକର୍ଡର ଅଧିକାରିଣୀ ହୋଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟର ୩ଟି ଯାକ ଫର୍ମାଟରେ ସେ ଶତକ ହାସଲ କରିବାରେ ସଫଳତା ଅର୍ଜନ କରିଛନ୍ତି । ସ୍ମୃତି ପ୍ରଥମ ଭାରତୀୟ ମହିଳା କ୍ରିକେଟର, ଯିଏକି ଦିନିକିଆ, ଟି-୨୦ ଏବଂ ଟେଷ୍ଟ କ୍ରିକେଟରେ ଶତକ ହାସଲ କରିଛନ୍ତି । ପୂର୍ବରୁ ଦିନିକିଆ ଏବଂ ଟେଷ୍ଟ କ୍ରିକେଟରେ ସ୍ମୃତି ଶତକ ହାସଲ କରିଥିଲେ । ଶନିବାର ଇଂଲଣ୍ଡ ବିପକ୍ଷରେ ଅନୁଷ୍ଠିତ ଏକ ଟି-୨୦ ମ୍ୟାଚରେ ସେ ଶତକ ହାସଲ କରି ଏହି ଇତିହାସ ରଚିଛନ୍ତି । ସେ ୬୨ ବଲରୁ ୧୧୨ ରନ କରିଥିଲେ, ଯେଉଁଥିରେ ୧୫ଟି ଚଉକା ଏବଂ ୩ଟି ଛକା  ସାମିଲ ଥିଲା।

Related posts

କ୍ରିକେଟ ପ୍ରେମୀଙ୍କୁ ମାଡ଼, ବଡ ବଡ଼ିଆଙ୍କୁ ନକଲି ପାସ୍

ଭାରତ ପଠାଇବା ପାଇଁ ସନ୍ଦେହରେ ପାକିସ୍ତାନ କ୍ରିକେଟ୍ ବୋର୍ଡ

ଫିଟ ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା; ପୁନର୍ବାର ଅଧିନାୟକ ହୋଇପାରିବେ ନାହିଁ ରୋହିତ ଶର୍ମା!

Odisha Sports Bureau

Leave a Comment