Cricket

ଭାରତୀୟ ବୋଲରଙ୍କ ଦମଦାର ବୋଲିଙ୍ଗ : ୯ ମ୍ୟାଚରେ ୯୦ ୱିକେଟରୁ ୮୬ ୱିକେଟ ନେଇଛନ୍ତି

ମୁମ୍ବାଇ : ବିଶ୍ୱକପର ଲିଗ ପର୍ଯ୍ୟ୍ରା ଶେଷ ହେବା ପରେ ଏବେ ପ୍ରଶଂସକଙ୍କ ନଜର ଭାରତ- ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ ଉପରେ ରହିଛି । ଏହି ସେମିଫାଇନାଲ ମ୍ୟାଚ ମୁମ୍ବାଇର ୱାଙ୍ଗଡେ ଷ୍ଟାଡିୟମରେ ଖେଳାଯିବ । ଏହି ଗ୍ରାଉଣ୍ଡରେ ୨୦୧୧ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ଦିନିକିଆ ବିଶ୍ୱକପ ଜିତିଥିଲେ । ଏବେ ରେହିତ ବାହିନୀ ପାଦେ ଆଗକୁ ବଡିବ ।

ଚଳିତ ବର୍ଷ ଭାରତୀୟ ଦଳର ପ୍ରଦର୍ଶନ ବହୁତ ଭଲ ରହିଛି । ବିଶ୍ୱକପ ଲିଗରେ ଭାରତ ଏକ ମାତ୍ର ଦଳ ଯିଏ କି ଏବେ ଯାଏଁ ୯ଟା ଯାକ ମ୍ୟାଚ ଜିତି ଅପରାଜେୟ ରହିଛି । ଚଳିତ ବିଶ୍ୱକପରେ ଭାରତର ସଫଳତା ପଛରେ ବୋଲରମାନେ ରହିଛନ୍ତି । ଟିମ ଭାରତର ବୋଲିଂ ଉକ୍ରୃଷ୍ଟ ହୋଇଛି । ୯ ମ୍ୟାଚରେ ମୋଟ ୯୦ ୱିକେଟ ମଧ୍ୟରୁ ୮୬ଟି ୱିକେଟ ନେଇଛନ୍ତି ଭାରତୀୟ ବୋଲର । ସେମିଫାଇନାଲରେ ପ୍ରବେଶ କରିଥିବା ଅନ୍ୟ ୩ ଦଳ ତୁଳନାରେ ଭାରତୀୟ ବୋଲରମାନେ ସର୍ବାଧିକ ୱିକେଟ୍ ନେଇଛନ୍ତି। ଏହି ତାଲିକାରେ ଦକ୍ଷିଣ ଆଫ୍ରିକା ବୋଲର ୮୫ ୱିକେଟ୍ ସହ ଦ୍ୱିତୀୟ ସ୍ଥାନରେ, ଅଷ୍ଟ୍ରେଲିଆ ୭୬ ୱିକେଟ୍ ସହ ତୃତୀୟ ସ୍ଥାନରେ ଏବଂ ନ୍ୟୁଜିଲ୍ୟାଣ୍ଡ ୬୯ ୱିକେଟ୍ ସହ ଚତୁର୍ଥ ସ୍ଥାନରେ ରହିଛି।

ଏହି ବିଶ୍ୱକପରେ ବିରୋଧୀ ଦଳର ବ୍ୟାଟ୍‌ରଙ୍କ ଉପରେ ଭାରତୀୟ ବୋଲରମାନେ ନିଜର ଭୟ ବଜାୟ ରଖିଛନ୍ତି। ମହମ୍ମଦ ଶାମି ଦଳକୁ ଫେରିବା ପରେ ଭାରତୀୟ ବୋଲରମାନେ ଅତ୍ୟନ୍ତ ମାରାତ୍ମକ ଦେଖାଯାଉଛନ୍ତି। ଶାମିଙ୍କ ବ୍ୟତୀତ ଯଶପ୍ରୀତ୍‌‌ ବୁମ୍‌‌ରା, ମହମ୍ମଦ ସିରାଜ, ରବିନ୍ଦ୍ର ଜାଡେଜା ଏବଂ କୁଲଦୀପ ଯାଦବ ଚମତ୍କାର ବୋଲିଂ କରିଛନ୍ତି। ସମସ୍ତେ ବିରୋଧୀ ବ୍ୟାଟ୍‌ରଙ୍କୁ ମୁକ୍ତ ଭାବରେ ଖେଳିବାକୁ ଦେଇନାହାଁନ୍ତି। ଚଳିତ ବିଶ୍ବକପ୍‌ରେ ଭାରତ ସାତଟି ଟିମ୍‌କଚ ଅଲ୍‌ଆଉଟ କରିଦେଇଛି। ଏଥି ମଧ୍ୟରେ ଅଷ୍ଟ୍ରେଲିଆ, ପାକିସ୍ଥାନ, ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଏବଂ ନେଦରଲ୍ୟାଣ୍ଡର ଦଳ ରହିଛନ୍ତି। ଏଥିସହିତ ଭାରତ ଦୁଇଟି ଦଳ ବିପକ୍ଷରେ ଆଠଟି ୱିକେଟ୍ ନେଇଥିଲା। ଏଥିମଧ୍ୟରେ ଆଫଗାନିସ୍ତାନ ଏବଂ ବାଂଲାଦେଶ ରହିଛନ୍ତି।

ଅନ୍ୟପଟେ ଯେଉଠି ଚଳିତ ବିଶ୍ବକପ୍‌ରେ ଅନ୍ୟ ଦଳ ବିପକ୍ଷରେ ଟିମ୍‌ ମାନେ ରନ୍‌ର ବର୍ଷା କରୁଥିଲେ, ହେଲେ ଭାରତ ବିପକ୍ଷରେ ରନ୍‌ କରିବାକୁ ସକ୍ଷମ ହେଉନଥିଲେ। ବିଶ୍ପକପ୍‌ରେ ଏଥର ପ୍ରାୟ ସମସ୍ତ ଟିମ୍‌ କୌରଣି ନାଁ କୌଣସି ଦଳ ବିପକ୍ଷରେ ୩୦୦ ରନ୍‌ରୁ ଅଧିକ ସ୍କୋର କରିଛନ୍ତି। ହେଲେ ଭାରତ ବିପକ୍ଷରେ କୌଣସି ଦଳ ୩୦୦ ଛୁଇଁ ପାରିନାହିଁ। ଚଳିତ ବିଶ୍ବକପ୍‌ରେ୍ ଟିମ୍ ଇଣ୍ଡିଆ ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡ ସର୍ବାଧିକ ସ୍କୋର କରିଛି। ନ୍ୟୁଜିଲ୍ୟାଣ୍ଡ ଧର୍ମଶାଳାରେ ଭାରତ ବିପକ୍ଷରେ ୨୭୩ ରନ୍ ସଂଗ୍ରହ କରିଥିଲା। ଏଥି ସହିତ ଆଫଗାନିସ୍ତାନର ଦ୍ୱିତୀୟ ଦଳ ଭାବେ ଭାରତ ବିପକ୍ଷରେ ୨୭୨ ରନ୍‌ କରିଥିଲା।

Related posts

ଅଣ୍ଡର ୧୯ ଏସିଆ କପରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ

Odisha Sports Bureau

ଟି-୨୦ରେ ପରାସ୍ତ ହେବା ସହ ୨-୧ରେ ସିରିଜ ହାରିଲା ଟିମ ଇଣ୍ଡିଆ

Odisha Sports Bureau

ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ ବିଜୟ ପରେ ଟିମ୍ ଇଣ୍ଡିଆକୁ ୧୩୧ କୋଟି ଟଙ୍କା ପୁରସ୍କାର ଦେବ ବିସିସିଆଇ

Odisha Sports Bureau