ନୂଆଦିଲ୍ଲୀ: ସର୍ବାଧିକ ଛକା ମାରି ରେକର୍ଡ କଲେ ଅଭିଷେକ ଶର୍ମା । କିଙ୍ଗ କୋହଲିଙ୍କ ରେକର୍ଡ ଭାଙ୍ଗି କଲେ ରେକର୍ଡ । ସନରାଇଜର୍ସ ହାଇଦ୍ରାବାଦର ଯୁବ ଓପନର ଅଭିଷେକ ଶର୍ମା ପ୍ରତିମ୍ୟାଚ୍ ରେ କରୁଛନ୍ତି ନୂଆ ନୂଆ ରେକର୍ଡ । ଏହି ରେକର୍ଡ କରିଛନ୍ତି ପଞ୍ଜାବ କିଙ୍ଗ୍ସ ବିପକ୍ଷ ଅନ୍ତିମ ଲିଗ୍ ମ୍ୟାଚରେ । ବାସ୍ତବରେ ଆଇପିଏଲର ଗୋଟିଏ ସିଜନରେ ଭାରତୀୟ ବ୍ୟାଟର ଭାବେ ସେ ସର୍ବା ଧିକ ଛକା ମାରିଛନ୍ତି । ଏହି ଧାରାରେ ସେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଷ୍ଟାର୍ ବ୍ୟାଟର ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି । ଅଭିଷେକ ଚଳିତ ସିଜିନ୍ରେ ୧୩ଟି ମ୍ୟା ଚ୍ ଖେଳି ୪୧ଟି ଛକା ମାରି ସାରିଛନ୍ତି । ସେ ମୋଟ ୪୬୭ ରନ୍ ସଂଗ୍ରହ କରିଛନ୍ତି । ପଞ୍ଜାବ କିଙ୍ଗ୍ସ ବିପକ୍ଷ ଲିଗ୍ ମ୍ୟାଚ୍ରେ ଅଭିଷେକ ୬ଟି ଛକା ଓ ୫ଟି ଚୌକା ହାସଲ କରିଥିଲେ।
ତେବେ ସୂଚନା ଅନୁଯାୟୀ , ୨୦୧୬ ସଂସ୍କରଣରେ କୋହଲି ୩୮ଟି ଛକା ମାରିଥିଲେ । ଚଳିତ ସିଜନରେ ସେ ୩୭ଟି ଛକା ମାରି ସାରିଛନ୍ତି । ସନ୍ରାଇଜର୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ପ୍ଲେ-ଅଫ ରେ ପ୍ରବେଶ କରିଥିବା ରୁ ଅଭିଷେକ ଓ କୋହଲିଙ୍କ ଛକା ସଂଖ୍ୟା ବୃଦ୍ଧି ପାଇବା ଏକପ୍ରକାର ନିଶ୍ଚିତ ହୋଇପଡିଛି । ଅନ୍ୟ ପଟରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ୨୦୧୮ ସିଜନରେ ୩୭ଟି ଛକା ମାରିଥିବା ବେଳେ ଚେନ୍ନାଇ ସୁପରସୁ କିଙ୍ଗ୍ସର ଶିବମ ଦୁବେ ୨୦୨୩ରେ ୩୫ଟି ଛକା ମାରିଥିଲେ।