Cricket

ସର୍ବାଧିକ ଛକା ମାରି ରେକର୍ଡ କଲେ ଅଭିଷେକ ଶର୍ମା

ନୂଆଦିଲ୍ଲୀ: ସର୍ବାଧିକ ଛକା ମାରି ରେକର୍ଡ କଲେ ଅଭିଷେକ ଶର୍ମା । କିଙ୍ଗ କୋହଲିଙ୍କ ରେକର୍ଡ ଭାଙ୍ଗି କଲେ ରେକର୍ଡ । ସନରାଇଜର୍ସ ହାଇଦ୍ରାବାଦର ଯୁବ ଓପନର ଅଭିଷେକ ଶର୍ମା ପ୍ରତିମ୍ୟାଚ୍ ରେ କରୁଛନ୍ତି ନୂଆ ନୂଆ ରେକର୍ଡ । ଏହି ରେକର୍ଡ କରିଛନ୍ତି ପଞ୍ଜାବ କିଙ୍ଗ୍ସ ବିପକ୍ଷ ଅନ୍ତିମ ଲିଗ୍ ମ୍ୟାଚରେ । ବାସ୍ତବରେ ଆଇପିଏଲର ଗୋଟିଏ ସିଜନରେ ଭାରତୀୟ ବ୍ୟାଟର ଭାବେ ସେ ସର୍ବା ଧିକ ଛକା ମାରିଛନ୍ତି । ଏହି ଧାରାରେ ସେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଷ୍ଟାର୍ ବ୍ୟାଟର ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି । ଅଭିଷେକ ଚଳିତ ସିଜିନ୍ରେ ୧୩ଟି ମ୍ୟା ଚ୍ ଖେଳି ୪୧ଟି ଛକା ମାରି ସାରିଛନ୍ତି । ସେ ମୋଟ ୪୬୭ ରନ୍ ସଂଗ୍ରହ କରିଛନ୍ତି । ପଞ୍ଜାବ କିଙ୍ଗ୍ସ ବିପକ୍ଷ ଲିଗ୍ ମ୍ୟାଚ୍ରେ ଅଭିଷେକ ୬ଟି ଛକା ଓ ୫ଟି ଚୌକା ହାସଲ କରିଥିଲେ।
ତେବେ ସୂଚନା ଅନୁଯାୟୀ , ୨୦୧୬ ସଂସ୍କରଣରେ କୋହଲି ୩୮ଟି ଛକା ମାରିଥିଲେ । ଚଳିତ ସିଜନରେ ସେ ୩୭ଟି ଛକା ମାରି ସାରିଛନ୍ତି । ସନ୍ରାଇଜର୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ପ୍ଲେ-ଅଫ ରେ ପ୍ରବେଶ କରିଥିବା ରୁ ଅଭିଷେକ ଓ କୋହଲିଙ୍କ ଛକା ସଂଖ୍ୟା ବୃଦ୍ଧି ପାଇବା ଏକପ୍ରକାର ନିଶ୍ଚିତ ହୋଇପଡିଛି । ଅନ୍ୟ ପଟରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ୨୦୧୮ ସିଜନରେ ୩୭ଟି ଛକା ମାରିଥିବା ବେଳେ ଚେନ୍ନାଇ ସୁପରସୁ କିଙ୍ଗ୍ସର ଶିବମ ଦୁବେ ୨୦୨୩ରେ ୩୫ଟି ଛକା ମାରିଥିଲେ।

Related posts

ODI ରେ ପରାଜୟ ପରେ ଗୌତମ ଗମ୍ଭୀରଙ୍କ ବିଷୟରେ ପ୍ରଶ୍ନ…

Odisha Sports Bureau

ଭାରତର ଲଗାତାର ବିଜୟ: ୱେଷ୍ଟଇଣ୍ଡିଜ୍‌ ୮ ରନ୍‌ରେ ପରାସ୍ତ

Odisha Sports Bureau

୪ର୍ଥ ଦିନିକିଆରେ ରେକର୍ଡ ଭାଙ୍ଗିଲେ ରୋହିତ-ଧୱାନ ଯୋଡି

Odisha Sports Bureau