ମୁମ୍ବାଇ: ଆଜି ଆଇପିଏଲରେ ହାଇ ଭୋଲଟେଜ ମ୍ୟାଚ । ବାଙ୍ଗାଲୋର ଏମ ଚିନା ସ୍ୱାମୀ ଷ୍ଟାଡିୟମରେ ମୁହାଁ ମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଆଜି ରାତି ୭ଟା ୩୦ ରେ ହେବ ଏହି ବିଗ ଫାଇଟ । ଆଉ ଏହି ମହା ମୁକାବିଲା ରେ ଜିଏ ଜିତିବ ସେ ୪ର୍ଥ ଦଳ ଭାବେ ପ୍ଲେ – ଅଫ ରେ ସାମିଲ ହେବେ । ତେବେ ଚେନ୍ନାଇ ସୁପର କିଙ୍ଗସ୍ ବର୍ତ୍ତମାନ ପର୍ଯ୍ୟନ୍ତ ୧୩ଟି ମୁକାବିଲା ଖେଳିଛି । ଯେ ଉଁଥିରେ ୭ଟି ମ୍ୟାଚ ରେ ବିଜୟୀ ହୋଇଥିବା ବେଳେ ୬ଟିରେ ପରାସ୍ତ ହୋଇଛି । ତେଣୁ ଦଳ ମୋଟ ୧୪ ଅଙ୍କ ସହ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି । ତେଣୁ ଦଳକୁ ପ୍ଲେ-ଅଫ ପାଇଁ କ୍ୱାଲିଫାଇ କରିବାକୁ ହେଲେ, ଆଜିର ମ୍ୟାଚ୍ ରେ ବିଜୟୀ ଆବଶ୍ୟକ ରହିଛି । ତେବେ ଦେଖାଯାଉ ରୁତୁରାଜ ବାହିନୀ ଆଜିର ମ୍ୟାଚ୍ ଲାଗି କିପରି କରୁଛନ୍ତି ରଣନୀତି । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍ ମଧ୍ୟ ପ୍ଲେ-ଅଫ୍ ରେସ୍ ରେ ନିଜକୁ ଜୀବିତ ରଖିଛି । ଦଳ ଶେଷ ୫ଟି ମ୍ୟାଚ୍ ଜିତି ବାକି ସମସ୍ତ ଟିମ୍କୁ ପଛରେ ପକାଇଛି । ତେବେ ଦଳ ଏବେ ଯାଏଁ ୧୩ଟି ମୁକାବିଲା ଖେଳିଛି । ଯେଉଁଥିରେ ୬ଟିରେ ବିଜୟୀ ହୋଇଥିବା ବେଳେ ୭ଟିରେ ପରାସ୍ତ ହୋଇଛି । ତେଣୁ ମୋଟ ୧୪ ଅଙ୍କ ସହ ପଏଣ୍ଟ ଟେବୁଲ୍ ର ୭ମ ସ୍ଥାନରେ ରହିଛି ଦଳ। ତେବେ ଦଳ ପ୍ଲେ-ଅଫ ଟିକେଟ୍ ପାଇବାକୁ ହେଲେ ଆଜିର ମ୍ୟାଚ୍କୁ୧୮ ଓଭର ପୂର୍ବରୁ ଖେଳ ଶେଷ କରିବାକୁ ପଡିବ ।
ତେବେ ସୂଚନା ଅନୁଯାୟୀ, ପଏଣ୍ଟ ଟେବୁଲର ଟପ୍ରେ ରହିଛି କୋଲକାତା ନାଇଟ୍ ରାଇଡର୍ସ । ଦଳ ମୋଟ ୧୯ ଅଙ୍କ ସହ ପଏଣ୍ଟ ଟେବୁ ଲର ପ୍ରଥମ ସ୍ଥାନରେ ରହିଛି ।ଏହା ପଛକୁ ରହିଛି ରାଜସ୍ଥାନ ରୟାଲ୍ସ । ଦଳ ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ୍ ର ୨ୟ ସ୍ଥାନରେ ରହିଛି । ସେହିପରି ୩ୟ ସ୍ଥାନରେ ରହିଛି ସନରାଇଜର୍ସ ହାଇଦ୍ରାବାଦ୍ । ଦଳ ପାଖରେ ଏବେ ୧୫ ପଏଣ୍ଟ ରହିଛି । ଏହାପରେ ଚତୁର୍ଥ ସ୍ଥାନରେ ରହିଛିହି ଛିଚେନ୍ନାଇ ସୁପରସୁ କିଙ୍ଗସ୍ । ଦଳ ପାଖରେ ଏବେ ୧୪ ପଏଣ୍ଟ ରହିଛି ।
previous post