Cricket

ମେଲବୋର୍ଣ୍ଣ ଟେଷ୍ଟ: ଭାରତ ୮ ୱିକେଟରେ ବିଜୟୀ

(ମେଲବୋର୍ଣ୍ଣ): ମେଲବୋଣ୍ଣର୍୍ ବକ୍ସିଂ ଡେ ଟେଷ୍ଟରେ ଭାରତର ଐତିହାସିକ ବିଜୟ ହାସଲ କରିଛି । ୮ ୱିକେଟରେ ଟିମ ଇଣ୍ଡିଆ ଘରୋଇ ଅଷ୍ଟ୍ରେଲିଆ ଦଳକୁ ପରାସ୍ତ କରିଛି । ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଭାରତର ଜବରଦସ୍ତ ବୋଲିଂ ସାଙ୍ଗକୁ ଉତ୍ତମ ବ୍ୟାଟିଂ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ବିଜୟ ସହ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୧-୧ରେ ବରାବର ହୋଇଛି । ମେଲବୋର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆ ୨ୟ ଇନିଂସରେ ୨୦୦ ରନରେ ଅଲଆଉଟ ହୋଇ ଭାରତକୁ ୭୦ ରନର ଟାର୍ଗେଟ ଦେଇଥିଲା । ଏହି ଲକ୍ଷ୍ୟ ହାସଲ କରିବାକୁ ଭାରତକୁ ଆଦୌ କଷ୍ଟ କରିବାକୁ ପଡିନଥିଲା ।

ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୧୯୫ ରନ କରିଥିବା ବେଳେ ଏହାର ଜବାବରେ ଅଧିନାୟକ ରାହାଣେଙ୍କ ଶତକୀୟ ପ୍ରଦର୍ଶନ (୧୧୨) ବଳରେ ଭାରତ ପ୍ରଥମ ଇନିଂସରେ ୩୨୬ ରନ୍ କରିଥିଲା। ଏହାପରେ ୧୩୧ ରନ ପଛରେ ପଡ଼ିଥିବା କଙ୍ଗାରୁ ଦଳ ପଡ଼ିଆକୁ ଓହ୍ଲାଇ ଭାରତୀୟ ବୋଲିଂକୁ ଠିକ ଭାବେ ମୁକାବିଲା କରିପାରି ନ ଥିଲା। ଫଳରେ ୨୦୦ ରନରେ ସମସ୍ତ ଉଇକେଟ ହରାଇ ଭାରତ ଲାଗି ୭୦ ରନର ବିଜୟ ଲକ୍ଷ୍ୟ ରଖିଥିଲା। ଆଜି ଭାରତୀୟ ଦଳ ମାତ୍ର ୨ଟି ଉଇକେଟ୍ ହରାଇ ମ୍ୟାଚ ହାତେଇ ନେଇଥିଲା। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳିରେ ପ୍ରତ୍ୟାବର୍ତନ କରିବା ଆଶାରେ ରଖିଥିଲା। ଭାରତୀୟ ବୋଲରମାନେ କିନ୍ତୁ ଏହା କରାଇ ଦେଇନଥିଲେ। ଏଥି ସହିତ ଚଳିତ ଟେଷ୍ଟ ଶୃଙ୍ଖଳା ୧-୧ରେ ପହଂଚିଛି । ପୂର୍ବରୁ ଅଷ୍ଟ୍ରେଲିଆ ଆଡିଲେଡରେ ୮ୱିକେଟରେ ବିଜୟୀ ହୋଇଥିଲା । ପରବର୍ତ୍ତୀ ମ୍ୟାଚ ସିଡନୀରେ ଜାନୁଆରୀ ୬ ତାରିଖ ଓ ବ୍ରିସବେନରେ ଜାନୁଆରୀ ୧୫ରେ ୪ର୍ଥ ତଥା ଅନ୍ତିମ ମୁକାବିଲା ହେବ ।

Related posts

ଭାରତ ବିପକ୍ଷରେ ଖେଳିବାକୁ ପାକିସ୍ତାନ ପ୍ରସ୍ତୁତ, କଲମ୍ବୋରେ ହେବ ମ୍ୟାଚ୍

Odisha Sports Bureau

ଫର୍ମରେ ଅଛନ୍ତି ଟିମ୍ ଇଣ୍ଡିଆର ଧ୍ରୁବ ଜୁରେଲ୍

Odisha Sports Bureau

ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ ବିଜୟ ପରେ ଟିମ୍ ଇଣ୍ଡିଆକୁ ୧୩୧ କୋଟି ଟଙ୍କା ପୁରସ୍କାର ଦେବ ବିସିସିଆଇ

Odisha Sports Bureau