Cricket

ଜୋର ଧରିଛି ରିଚା ‌‌ଘୋଷଙ୍କ ଚର୍ଚ୍ଚା

ମୁମ୍ବାଇ: ରିଚା ‌‌ଘୋଷଙ୍କ ଚର୍ଚ୍ଚା ଏବେ‌ ଜୋର ଧରିଛି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ୨୧ ରନ୍‌ କରିଥିଲା ବେଳେ ଶନିବାର ଦ୍ବିତୀୟ ମ୍ୟାଚ୍‌ରେ ଶତକଠୁ ୪ ରନ୍‌ ଦୂରରେ ରହିଯାଇଥିଲେ। ରିଚା ଯେବେଠାରୁ ଭାରତୀୟ ଦଳରେ ଖେଳିଆସୁଛନ୍ତି, ସେ ଜଣେ ପାୱାର ହିଟର ଭାବେ ପରିଚିତ ଅଛନ୍ତି। ବଡ ହିଟ୍‌ ସହ ଲମ୍ବା ପାଳି ଖେଳିବାର ଦକ୍ଷତା ତାଙ୍କ ପାଖରେ ଅଛି। କିନ୍ତୁ ଉଭୟ ଟ୍ବେଣ୍ଟି-୨୦ ଓ ଦିନିକିଆରେ ୩ ନମ୍ବର ସ୍ଥାନ ହିଁ ତାଙ୍କ ପାଇଁ ସବୁଠୁ ଉପଯୁକ୍ତ ପ୍ରମାଣିତ ହେଉଛି। ତାଙ୍କର ବିଗତ ୧୮ ପାଳି ମଧ୍ୟରେ ୫ ନମ୍ବର କିମ୍ବା ଏହାଠୁ ତଳେ ୧୫ ଥର ବ୍ୟାଟିଂ କରିଛନ୍ତି। ୪ ନମ୍ବର ସ୍ଥାନରେ ଥରେ ଆସିଥିଲା ବେଳେ ଖାତା ଖୋଲିପାରି ନଥିଲେ। କିନ୍ତୁ ଏବେ ପ୍ରଥମ ଥର ପାଇଁ ତାଙ୍କୁ ଉପରେ ଖେଳିବାକୁ ସୁଯୋଗ ଦିଆଯାଇଛି।

ମନ୍ଦିରର ନିର୍ମାଣ କାର୍ଯ୍ୟରେ ଦେଶର ବିଭିନ୍ନ ସ୍ଥାନରୁ ୪ ହଜାର ଶ୍ରମିକ ନିୟୋଜିତ ହୋଇଛନ୍ତି । ଇଣ୍ଟରଲକିଂ ସାହାଯ୍ୟରେ ପଥର ଉପରକୁ ପଥର ଯୋଡାଯାଉଛି । ଏଥିରେ ତମ୍ବା ତାର ମୁଖ୍ୟତଃ ବ୍ୟବହାର କରାଯାଉଛି । ଖାସ୍‌ କଥା ହେଉଛି ମନ୍ଦିରରେ ଆଦୌ ବି ଲୁହାର ବ୍ୟବହାର କରାଯାଇନି । ରାମଲାଲାଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ପାଇଁ ମନ୍ଦିରରେ ଅନେକ ପ୍ରକାରର ସୁବିଧା ଉପଲବ୍ଧ ହେବ ।

ତୀର୍ଥଯାତ୍ରୀ ସୁବିଧା କେନ୍ଦ୍ରରେ ୨୫ହଜାର ତୀର୍ଥଯାତ୍ରୀ ସେମାନଙ୍କ ଅତ୍ୟାବଶ୍ୟକ ସାମଗ୍ରୀକୁ ରଖିପାରିବେ । ମନ୍ଦିରରେ ୧୦୦ଟି ଟଏଲେଟ୍-ବାଥରୁମ୍ ଏବଂ ଖୋଲା ଟ୍ୟାପ୍ର ସୁବିଧା ରହିବ । ୩୩ କିଲୋୱାଟ ବିଦ୍ୟୁତ୍ ଯୋଗାଣ ପାଇଁ ମନ୍ଦିର ପରିସରରେ ଏକ ପୃଥକ ବିଦ୍ୟୁତ୍ କେନ୍ଦ୍ର ରହିବ । ତେବେ ଅପରିସ୍କାରରୁ ମନ୍ଦିରକୁ ମୁକ୍ତ ରଖିବା ପାଇଁ ମନ୍ଦିର ନିକଟରେ କୌଣସି ଖାଦ୍ୟ ସାମଗ୍ରୀ ଦୋକାନ ରହିବନି ।

Related posts

ଟି୨୦ ବିଶ୍ୱକପକୁ ନେଇ ବିସିସିଆଇ ଅଧିକାରୀଙ୍କୁ ମନ କଥା ଜଣାଇଲେ ରୋହିତ

Odisha Sports Bureau

ଦୀନେଶ କାର୍ତ୍ତିକଙ୍କ ପରେ ଏବେ ଶିଖର ଧାୱନ ନେବେ ଅବସର? ମିଳିଲା ବଡ ସୂଚନା

Odisha Sports Bureau

ଶ୍ରେୟସ ଆୟର ରଚିଲେ ଇତିହାସ