Cricket

୨୦୨୪ରେ ଟିମ ଇଣ୍ଡିଆକୁ ନାହିଁ ଆରାମ

ଆରମ୍ଭ ହେଲା ନୂଆ ବର୍ଷ । ଧୁମଧାମରେ ୨୦୨୩କୁ ବିଦାୟ ଦେଇ ନୂଅ ବର୍ଷକୁ ସ୍ୱାଗତ ଜଣାଇଛନ୍ତି ଲୋକ । ସେହିପରି ଭାରତୀୟ କ୍ରିକେଟ ଟିମ ମଧ୍ୟ ନୂଆ ବର୍ଷ ପରେ ନିଜ ବର୍ଷ ଯାକର ମ୍ୟାଚ ସୂଚୀ ପାଇଁ ପ୍ରସ୍ତୁତି ହୋଇଯାଇଛି । ଟିମ ଇଣ୍ଡିଆ ୨୦୨୩ର ଆରମ୍ଭ ବିଜୟ ସହ କରିଥିଲା । ହେଲେ ଅନ୍ତ କିନ୍ତୁ ପରାଜୟରେ ଶେଷ ହୋଇଛି । ଟିମ ଇଣ୍ଡିଆ ୨୦୨୩ରେ ଶ୍ରୀଲଙ୍କା ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିଥିଲା । ଯେଉଁଥିରେ ପ୍ରଥମ ମ୍ୟାଚ ଜିତି ଭାରତ ନୂଆ ବର୍ଷକୁ ସ୍ୱାଗତ କରିଥିଲା । ସେହିପରି ୨୦୨୩ର ଶେଷ ମ୍ୟାଚ ଭାରତ ଦକ୍ଷିଣ ଆଫ୍ରିକା ସହ ଖେଳି ପରାଜୟର ଶିକାର ହୋଇଛି । ତେବେ ୨୦୨୩ ବିଦାୟ ନେବା ପରେ ଏବେ ୨୦୨୪ ଆସିଛି । ତେବେ ଦେଖିବା ବାକି ରହିଲା । ଟିମ ଇଣ୍ଡିଆ ପାଇଁ ଚଳିତ ବର୍ଷ କେମିତି ରହିବ । ତେବେ ନଜର ପକାନ୍ତୁ ଭାରତର ୨୦୨୪ ମ୍ୟାଚ ସୂଚୀ ଉପରେ । କେବେ କାହା କାହା ସହ ଭାରତ ମ୍ୟାଚ ଖେଳିବ ।

ଟିମ ଇଣ୍ଡିଆର ୨୦୨୪ ସିଡ୍ୟୁଲ –
୩ରୁ ୭ ଜାନୁଆରୀ- ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ, କେପ ଟାଉନ
୧୧ରୁ ୧୭ ଜାନୁଆରୀ – ଆଫଗାନିସ୍ତାନ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ
୨୫ ଜାନୁଆରୀରୁ ୧୧ ମାର୍ଚ୍ଚ – ଇଂଲଣ୍ଡ ବିପକ୍ଷରେ ୫ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ
ମାର୍ଚ୍ଚରୁ ମେ ଯାଏଁ- ଆଇପିଏଲ ୨୦୨୪ ସିଜିନ
୪ ଜୁନରୁ ୩୦ ଜୁନ ଯାଏଁ – ଆଇସିସି ଟି-୨୦ ବିଶ୍ୱକପ
ଜୁଲାଇ – ଶ୍ରୀଲଙ୍କା ବିପକ୍ଷରେ ୩ ଦିନିକିଆ ଓ ୩ ଟି-୨୦
ସେପ୍ଟେମ୍ବର – ବାଂଲାଦେଶ ବିପକ୍ଷରେ ୨ଟେଷ୍ଟ ଓ ୩ ଟି-୨୦
ଅକ୍ଟୋବର – ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ଟେଷ୍ଟ
ନଭେମ୍ବର ଓ ଡିସେମ୍ବର – ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ଟେଷ୍ଟ ମ୍ୟାଚର ସିରିଜ

Related posts

ତୃତୀୟ ଥର ପାଇଁ ପିଙ୍କ ବଲ ଟେଷ୍ଟ ଖେଳିବ ଭାରତ

Odisha Sports Bureau

ବାରବାଟୀକୁ ଫେରିବ ଆନ୍ତର୍ଜାତିକ ଦିନିକିଆ, ଦିନିକିଆ ବିଶ୍ବକପ୍‌ ଆୟୋଜନରୁ ବଞ୍ଚିତ ଥିବା ସଂଘଗୁଡିର କ୍ଷତି ଭରଣା କରିବ BCCI

ବୁମରାଙ୍କ ପ୍ରଶଂସକ ସାଜିଲେ ମାଲିଙ୍ଗା

Odisha Sports Bureau