Cricket

ରାହୁଲଙ୍କୁ ମିଳିଲା ନୂଆ ପରିବାର

ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ପାଇଁ ଆରମ୍ଭ ହୋଇଯାଇଛି ଅଙ୍କକଷା । ମେଗା ନିଲାମ ପୂର୍ବରୁ ଅହମ୍ମଦାବାଦ ୩ ଜଣ ଖେଳାଳୀଙ୍କୁ ଦଳରେ ସାମିଲ କରିଛି । ଏବେ ଲକ୍ଷେ୍ନø ମଧ୍ୟ ଦଳର ପ୍ରଥମ ୩ ଜଣ ଖେଳାଳୀଙ୍କ ନାମ ଘୋଷଣା କରିଛି । ଫ୍ରାଞ୍ଚାଇଜି ଭାରତର ଜଣେ ଷ୍ଟାର ଖେଳାଳୀଙ୍କ ସମେତ ଜଣେ ଅଷ୍ଟ୍ରେଲିଆର ଅଲରାଉଣ୍ଡର ଏବଂ ଜଣେ ଅନକ୍ୟାପଡ ପ୍ଲେୟରଙ୍କୁ ନିଜ ଦଳରେ ସାମିଲ କରିଛି ।

 

ଭାରତୀୟ ସୀମିତ ଓଭରର ଉପଅଧିନାୟକ ତଥା ଆଇପିଏଲ ୨୦୨୧ରେ ପଞ୍ଜାବ କିଙ୍ଗସର ଅଧିନାୟକ ଲୋକେଶ ରାହୁଲଙ୍କୁ ପ୍ରଥମ ଖେଳାଳୀଭାବେ ଦଳରେ ଚୁକ୍ତି କରିଛି ଲକ୍ଷେ୍ନø । ସେହିପରି ଦ୍ୱିତୀୟ ଖେଳାଳୀ ଭାବେ ଅଷ୍ଟ୍ରେଲିଆର ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ ଏବଂ ଅନକ୍ୟାପଡ ଲେଗ ସ୍ପିନର ରବି ବିଷ୍ନୋଇଙ୍କୁ ତୃତୀୟ ଖେଳାଳୀଭାବେ ଦଳରେ ସାମିଲ କରାଯାଇଛି । ରାହୁଲଙ୍କୁ ଦଳ ୧୫ କୋଟି ବ୍ୟୟରେ କିଣାଯାଇଥିବା ବେଳେ ଷ୍ଟୋଇନିସଙ୍କ ୧୧ ଏବଂ ରବି ବିଷ୍ନୋଇଙ୍କ ପାଇଁ ୪ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ କରିଛି ଫ୍ରାଞ୍ଚାଇଜି । ତେବେ ଦଳ ରାହୁଲଙ୍କୁ ଅଧିନାୟକ କରିବା ପ୍ରାୟତଃ ନିଶ୍ଚିତ ।

Related posts

ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ ହୋଇଯାଇଛନ୍ତି

Odisha Sports Bureau

ନୀଲ ଗାଭାସ୍କର ଏକ ମିଡିଆରେ ସାକ୍ଷାତକରରେ କହିଛନ୍ତି ସତ କହିବାକୁ ଗଲେ ରୋହିତକୁ ଏକ ବିରତି ନେବା ଉଚିତ

Odisha Sports Bureau

ପାକିସ୍ତାନୀ ବୋଲର କହିଲେ- ବିରାଟ କୋହଲି ଜଣେ ନୁହଁନ୍ତି, ସେ ହିଁ ୧୧ ଜଣ ଖେଳାଳିଙ୍କ ସହ ସମାନ