Cricket

ମଇଦାନକୁ ଓହ୍ଲାଇବ ରାହୁଲ ସେନା

ନୂଆଦିଲ୍ଲୀ: ଲୋକେଶ ରାହୁଲଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଆଜି ମଇଦାନକୁ ଓହ୍ଲାଉଛି ଭାରତ । ୩ ଟିକିଆ ଦିନିକିଆ ସିରିଜର ଆଜି ପ୍ରଥମ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ମ୍ୟାଚରେ ବିଜୟ ସହ ଟେଷ୍ଟ ସିରିଜରେ ମିଳିଥିବା ପରାଜୟର ପ୍ରତିଷୋଧ ନେବ ଦଳ । ଏଥିସହ ସିରିଜକୁ ଜିତି ୨୦୨୩ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଚାହିଁବ ରାହୁଲ ସେନା ।
ଭାରତ ଶେଷ ଥର ପୂରା ଦଳ ସହ ଦିନିକିଆ ସିରିଜ୍ ଗତ ବର୍ଷ ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲା। ରାହୁଲ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ମଧ୍ୟକ୍ରମରେ ବ୍ୟାଟିଂ କରିଥିଲେ। ଏବେ ସେ ଶିଖର ଧାଓ୍ଵନଙ୍କ ସହ ଇନିଂସ ଆରମ୍ଭ କରିବେ। ଟେଷ୍ଟ ସିରିଜ୍ ହାରିବା ପରେ କେଏଲ ରାହୁଲ ଏବଂ କୋଚ୍ ରାହୁଲ ଦ୍ରାବିଡଙ୍କ ଉପରେ ସଠିକ୍ ରଣନୀତି ସହ ପଡିଆକୁ ଓହ୍ଲାଇବାର ଚାପ ରହିବ।

ତେବେ ରାହୁଲଙ୍କ କହିବା ଅନୁସାରେ ରୁତୁରାଜ ଗାଏକ୍ୱାଡଙ୍କୁ ପାଳି ଆରମ୍ଭ କରିବାକୁ ଆହୁରି ଅପେକ୍ଷା କରିବାକୁ ପଡିବ । କାରଣ ଆଜି ରୋହିତଙ୍କ ଅନୁପସ୍ଥିତିରେ ଭେଟେରାନ ଶିଖର ଧୱନ ପାଳି ଆରମ୍ଭ କରିବେ । ବୋଲାଣ୍ଡ ପାର୍କର ପିଚ୍କୁ ଦୃଷ୍ଟିରେ ରଖି ଦଳ ପ୍ରବନ୍ଧକ ଦୁଇ ବିଶେଷଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ଏବଂ ୟୁଜବେନ୍ଦ୍ର ଚହଲଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରିପାରନ୍ତି ରାହୁଲ ।
ଘରୋଇ ସିଜିନରେ ଦମଦାର ପ୍ରଦର୍ଶନ କରିବା ପରେ ଦଳରେ ସ୍ଥାନ ପାଇଥିବା ଅଲରାଉଣ୍ଡର ଭେଙ୍କଟେଶ ଆୟରଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନମିଳିପାରେ। ସୂର୍ୟ୍ୟକୁମାର ଯାଦବ ଓ ଶ୍ରେୟସ ଆୟରଙ୍କ ମଧ୍ୟରେ କାହାକୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବ ତାହା ଦେଖିବା ବାକି ରହିଛି। ଋଷଭ ପନ୍ତ ପଞ୍ଚମରେ ବ୍ୟାଟିଂ କରିବେ ଏବଂ ଭେଙ୍କଟେଶ ଆୟର ଷଷ୍ଠ କ୍ରମରେ ବ୍ୟାଟିଂ କରି ପାରନ୍ତି। ମଧ୍ୟ କ୍ରମରେ ସୂର୍ୟ୍ୟକୁମାର ଯାଦବଙ୍କ ଭୂମିକା ମହତ୍ଵପୂର୍ଣ୍ଣ ରହିପାରେ। ଦୀର୍ଘ ପାଞ୍ଚ ବର୍ଷ ପରେ ରବିଚନ୍ଦ୍ରନ ଅଶ୍ଵିନ ଦିନିକିଆ କ୍ରିକେଟ୍କୁ ଫେରିବେ। ଦ୍ରୁତ ବୋଲରରେ ଯଶପ୍ରୀତ ବୁମରା, ଭୁବନେଶ୍ଵର କୁମାରଙ୍କ ସହ ଶାର୍ଦ୍ଦୁଳ ଠାକୁର ଖେଳିବାର ସମ୍ଭାବନା ଅଧିକ ରହିଛି।
ସମ୍ଭାବିତ ଏକାଦଶ
ଭାରତ- କେଏଲ ରାହୁଲ(ଅଧିନାୟକ), ଶିଖର ଧାଓ୍ଵନ, ବିରାଟ କୋହଲି, ସୂର୍ୟ୍ୟକୁମାର/ଶ୍ରେୟସ ଆୟର, ଭେଙ୍କଟେଶ ଆୟର, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଆର ଅଶ୍ଵିନ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ଵର କୁମାର, ଯଶପ୍ରୀତ ବୁମରା, ଶାର୍ଦ୍ଦୁଳ ଠାକୁର।

Related posts

ଧୋନିଙ୍କ ଖେଳକୁ ଦେଶର ଆବଶ୍ୟକତା ରହିଛି: ଲତା ମଙ୍ଗେସକର

ଚେନ୍ନାଇ ୫ ଥର ଆଇପିଏଲ ବିଜେତା

ବିଶ୍ୱକପ ପାଇଁ ଭାରତକୁ କାହିଁକି ଶ୍ରେୟସ୍ ଆୟରଙ୍କ ଭଳି ବିକଳ୍ପ ଖୋଜିବା ଉଚିତ?

Odisha Sports Bureau