Tennis

ଅଷ୍ଟ୍ରେଲିଆ ଓପନ୍ ଖେଳିବେନାହିଁ ଫେଡରର

(ଓଡିଶା ସ୍ପୋର୍ଟସ୍): ରୋଜର ଫେଡରରଙ୍କ ଡାହାଣ ଗୋଡରେ ଦୁଇ ଦୁଇଟି ଅସ୍ତ୍ରୋପଚାର ପରେ ବର୍ଷର ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ଅଷ୍ଟ୍ରେଲିଆ ଓପନରେ ମଧ୍ୟ ଖେଳିପାରିବେ ନାହିଁ । ଲମ୍ବା ସମୟରୁ ଫେଡରରଙ୍କ ଏଜେଣ୍ଟ ରହିଆସୁଥିବା ଗାଣ୍ଡସିକ୍ କହିଛନ୍ତି ୨୦ ଥରର ଗ୍ରଣ୍ଡସ୍ଲାମ୍ ଚମ୍ପିଆନ ଅଷ୍ଟ୍ରେଲିଆ ଓପନ ପରେ ଏଟିପି ଟୁର ପ୍ରତ୍ୟାବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି ଏବଂ ନିଜ ପାଇଁ ୨୦୨୧ ଟେନିସ୍ କ୍ୟାଲେଣ୍ଡର ପ୍ରସ୍ତୁତି କରିବାରେ ଲାଗିଛନ୍ତି । ଗ୍ରାଣ୍ଡସିକ୍ ଆସୋସିଏଟେଡ୍ ପ୍ରେସକୁ କହିଛନ୍ତି, “ରୋଜର ୨୦୨୧ ଅଷ୍ଟ୍ରେଲିଆ ଓପନରେ ନ ଖେଳିବା ପାଇଁ ନିସ୍ପତି ନେଇଛନ୍ତି, ଅବଶ୍ୟ ସେ ନିଜ ଆଣ୍ଠୁ ଏବଂ ଫିଟନେସ୍ କାରଣରୁ ଗତ ଦୁଇ ମାସ ମଧ୍ୟରେ ଭଲ ପ୍ରଗତି କରିଛନ୍ତି, କିନ୍ତୁ ନିଜ ଟିମ୍ ସହିତ ବିଚାର ବିମର୍ଷ କରିବା ପରେ ସେ ଅଷ୍ଟ୍ରେଲିଆ ଓପନ୍ ପରେ ପ୍ରତିସ୍ପର୍ଦ୍ଧି ଟେନିସ୍ ରେ ମଜଭୁତ ବତ୍ୟାବର୍ତ୍ତନ ପଇଁ ଏହି ନିସ୍ପତି ନେଇଛନ୍ତି ।

ଅଷ୍ଟ୍ରେଲିଆ ଓପନର ମୁଖ୍ୟ ଡ୍ର’ର ମ୍ୟାଚ୍ କୋରୋନା କାରଣରୁ ୩ ସପ୍ତାହ ପରେ ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟ ଏବେ ଫେବୃଆରୀ ୮ରେ ମେଲବର୍ଣ୍ଣ ପାର୍କରେ ଖେଳାଯିବ । ଫେଡରର ଏବେ ଦୁବାଇରେ ଅଭ୍ୟାସ କରୁଛନ୍ତ, ସେ ୨୦୨୦ ଅଷ୍ଟ୍ରେଲିଆ ଓପନ ପରେ କୌଣସି ଟୁର୍ଣ୍ଣାମେଣ୍ଟ ୂଖେଳି ନାହିଁନ୍ତି ।

Related posts

ଅଷ୍ଟ୍ରେଲିଆ ଓପନରେ ବାର୍ଟିଙ୍କ ଯାତ୍ରା ଶେଷ, ଫାଇନାଲରେ ସୋଫିଆ

Odisha Sports Bureau

ଟାଇଟଲ୍ ଜିତିବାର ଗୋଟିଏ ପାଦ ପଛରେ ରହିଛନ୍ତି ରାଫେଲ୍

Odisha Sports Bureau

ଟେନିସରୁ ସନ୍ୟାସ ନେଲେ ଓଜନିଆକିଙ୍କ୍

Odisha Sports Bureau