Tennis

ଟେନିସରୁ ସନ୍ୟାସ ନେଲେ ଓଜନିଆକିଙ୍କ୍

(ଓଡ଼ିଶା ସ୍ପୋର୍ଟ): ଟେନିସରୁ ଅବସର ଘୋଷଣା କଲେ ଓଜନିଆକିଙ୍କ୍ । ଶୁକ୍ରବାର ନିମ୍ନ ର଼୍ୟାଙ୍କଧାରୀ ଟୁନିସିଆ ଖେଳାଳି ଓନ୍ସ ଜାବେଙ୍କଠାରୁ ୭-୫, ୩-୬, ୭-୫ ସେଟ୍ରେ ପରାଜୟ ସହ ଓଜନିଆକି ଅନ୍ତର୍ଜାତୀୟ ଟେନିସରୁ ବିଦାୟ ନେଇଛନ୍ତି। ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ଡେନମାର୍କ ଖେଳାଳି ଗତ ଡିସେମ୍ବରରେ ଅଷ୍ଟ୍ରେଲିଆନ ଓପନ କ୍ୟାରିୟରର ଅନ୍ତିମ ଟୁର୍ନାମେଣ୍ଟ ହେବ ବୋଲି ଘୋଷଣା କରିଥିଲେ। ୨୯ ବର୍ଷୀୟା ଓଜନିଆକି କ୍ୟାରିୟରରେ ୩୦ ଡବ୍ଲ୍ୟୁଟିଏ ଓ ଗୋଟିଏ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ୨୦୧୮ରେ ଏଠାରେ ହିଁ ପ୍ରଥମ ଓ ଅନ୍ତିମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ ଓପନ ଟାଇଟଲ ଜିତିଥିଲେ। ତିନି ସେଟ ବିଶିଷ୍ଟ ମ୍ୟାଚ୍ ଓ ତ୍ରୁଟିପୂର୍ଣ୍ଣ ଫୋରହ୍ୟାଣ୍ଡ ଶଟ୍ ସହ ମୁଁ କ୍ୟାରିୟର ଶେଷ କରିଛି। କୋର୍ଟରେ ମୋର ଅବିଶ୍ୱସନୀୟ ଅଭିଜ୍ଞତା ରହିଛି। ମୋତେ ପ୍ରଶଂସକ ଓ ପରିବାରର ସମ୍ପୂର୍ଣ୍ଣ ସମର୍ଥନ ମିଳିଥିଲା। କୋର୍ଟରେ ବହୁତ ସ୍ମୃତି ରହିଛି, ଯାହା ମୋର ଶେଷ ପର୍ୟ୍ୟନ୍ତ ମନେ ରହିବ ବୋଲି ଭାବବିହ୍ବଳ ହୋଇ ଓଜନିଆକି ମ୍ୟାଚ୍ ପରେ କହିଛନ୍ତି।

Related posts

ସମ୍ମାନିତ ହେବେ ଟେନିସ୍ ତାରକା ରୋଜର ଫେଡେରର୍

ଆହତ ଫେଡେରର ଚଳିତ ବର୍ଷ କୌଣସି ମ୍ୟାଚ୍ ଖେଳିବେ ନାହିଁ, ଜୋକୋଭିକ୍ ୟୁଏସ୍ ଓପନରୁ ମଧ୍ୟ ପ୍ରତ୍ୟାହାର କରିପାରିବେ

ସୋଏବଙ୍କ ସହିତ ଛାଡପତ୍ର ନେଇ ମୁହଁ ଖୋଲିଲେ ସାନିଆ ମିର୍ଜା

Odisha Sports Bureau